Advertisment

India Airstrike 2025: ଅପରେସନ୍ ସିନ୍ଦୂର; ୧୦୦ ଆତଙ୍କୀ ସଫା

ଭାରତର ଅପରେସନ୍ ସିନ୍ଦୂରରେ ଅତି କମରେ ୧୦୦ ଆତଙ୍କୀ ହୋଇଛନ୍ତି ନିପାତ। ସର୍ବଦଳୀୟ ବୈଠକରେ ଏପରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ଅଦ୍ୟତନ ହୋଇଛି
India Pakistan War

India Pakistan War

Advertisment

ଭାରତର ଅପରେସନ୍ ସିନ୍ଦୂରରେ ଅତି କମରେ ୧୦୦ ଆତଙ୍କୀ ହୋଇଛନ୍ତି ନିପାତ। ସର୍ବଦଳୀୟ ବୈଠକରେ ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Advertisment

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ହାଫିଜ୍ ଓ ମାସୁଦ ? ମିଳୁନି ପତ୍ତା।

୨୫ ମିନିଟ ଭିତରେ ୯ଟି ଆତଙ୍କୀ ଆଡ୍ଡାରେ ହୋଇଥିଲା ୨୪ ଷ୍ଟ୍ରାଇକ୍। ପାକିସ୍ତାନ ଓ ପିଓକେରେ ସରପ୍ରାଇଜ୍ ଆକ୍ସନ୍ ନେଇଥିଲା ଭାରତ। 

ଏୟାରଷ୍ଟ୍ରାଇକ ପରେ ଆଜି ବସିଥିଲା ସର୍ବଦଳୀୟ ବୈଠକ। ‘ଅପରେସନ ସିନ୍ଦୂର’ ସମ୍ପର୍କରେ ଆଲୋଚନା ପାଇଁ ସଂସଦ ଭବନରେ ସର୍ବଦଳୀୟ ବୈଠକ ବସିଥିଲା। ଅପରେସନ ସିନ୍ଦୂର’ ନେଇ ବିରୋଧୀଙ୍କ ଅବଗତ କରିଥିଲେ ସରକାର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

Advertisment

ବୈଠକ ପରେ ଘଡ଼ିସନ୍ଧି ମୁହୂର୍ତ୍ତରେ ପୂରା ସମର୍ଥନ ରହିଛି କହିଥିଲେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ। ରାହୁଲ ଗାନ୍ଧି ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ରହିଛି ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment
Pakistan Airstrike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ