ଶରୀର ସାରା ରାମଙ୍କ ନାଁ... ଦେଖନ୍ତୁ ଭିଡିଓ

ବିଶ୍ୱରେ ଶାନ୍ତି ଓ ମୈତ୍ରୀର ସନ୍ଦେଶ ଦେବାକୁ ଏଭଳି ଚିତା କୁଟାଇଥିବା କହିଛନ୍ତି ରାମନାମୀ ଶ୍ରଦ୍ଧାଳୁ ।

Ramayan Utsav

ଛତିଶଗଡ଼ ରାୟଗଡ଼ରେ ଅନୁଷ୍ଠିତ ଜାତୀୟ ରାମାୟଣ ଉତ୍ସବରେ ଆକର୍ଷଣ ସାଜିଲେ ରାମନାମୀ ସଂପ୍ରଦାୟ । ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ରାମ ଭକ୍ତମାନେ ଯୋଗଦାନ କରିଛନ୍ତି । ତେବେ ଉତ୍ସବର ବିଶେଷ ଆକର୍ଷଣ ପାଲଟିଛନ୍ତି ରାମନାମୀ ସଂପ୍ରଦାୟ । ପ୍ରାୟ ୧୦୦ରୁ ୨୦୦ ବର୍ଷ ହେବ ଏହି କମ୍ୟୁନିଟି ରାମନାମ ଭଜନ କୀର୍ତ୍ତନ କରିଆସୁଛନ୍ତି । ତତ୍‌ ସହିତ ପ୍ରତ୍ୟେକ ମହିଳା ଓ ପୁରୁଷ ସେମାନଙ୍କର ସଂପୂର୍ଣ୍ଣ ଶରୀରରେ ପ୍ରଭୁ ରାମଙ୍କ ନାମର ଚିତା କରିଛନ୍ତି । ବିଶ୍ୱରେ ଶାନ୍ତି, ମୈତ୍ରୀ ଭାବନା ସୃଷ୍ଟି ହେବା ନେଇ ସନ୍ଦେଶ ଦେବାକୁ ଏଭଳି ଚିତା କୁଟାଇଥିବା କହିଛନ୍ତି ରାମନାମୀ ଶ୍ରଦ୍ଧାଳୁ ।

ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋର ଚାଲିଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରୁ ରାମଲାଲାଙ୍କ ପ୍ରତିମା ସ୍ଥାପନ କରାଯିବ। ୨୦୨୪ ଜାନୁଆରୀରେ ମକର ସଂକ୍ରାନ୍ତି କିମ୍ବା ତା’ପର ଦିନ ଠାରୁ ସପ୍ତାହେ ବ୍ୟପୀ ଏହି ଉତ୍ସବ ଚାଲିବ । ସପ୍ତାହେ ବ୍ୟାପୀ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାଆଡମ୍ବରରେ ହେବାକୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯିବ। ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହେବ ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ସୂଚନା ଦେଇଛନ୍ତି ।