OPS vs NPS: ଗଠନ ହେଲା କମିଟି, ବଦଳିବ ନୂଆ ପେନ୍‌ସନ୍‌ ଯୋଜନା !

ଅର୍ଥ ସଚିବଙ୍କ ଅଧୀନରେ ଏହି କମିଟି ଗଠନ ହୋଇଥିବା ବେଳେ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି । ନୂତନ ପେନ୍‌ସନ୍‌ ସ୍କିମ୍‌ ବା (NPS)କୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି ।

ବଦଳିବ ନୂଆ ପେନ୍‌ସନ୍‌ ଯୋଜନା !

ସରକାରୀ କର୍ମଚରୀଙ୍କ ପାଇଁ ଆସୁଛି ଖୁସି ଖବର । ନୂଆ ପେନ୍‌ସନ୍‌ ଯୋଜନାରେ ସରକାର ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ନୂତନ ପେନସନ୍‌ ସ୍କିମ୍‌ ବା (NPS)କୁ କର୍ମଚାରୀମାନଙ୍କ ପାଇଁ ଅଧିକ ଲାଭବାନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଅର୍ଥ ସଚିବଙ୍କ ଅଧୀନରେ ଏହି କମିଟି ଗଠନ ହୋଇଥିବା ବେଳେ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି । ନୂତନ ପେନ୍‌ସନ୍‌ ସ୍କିମ୍‌ ବା (NPS)କୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: EPFOର ନୂଆ ଗାଇଡ୍‌ଲାଇନ୍‌, ଅଧିକ ପେନ୍‌ସନ୍‌ ପାଇବାକୁ କେଉଁମାନେ ଯୋଗ୍ୟ ?

ଏନେଇ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ନିଜର ବିବୃତି ରଖିଥିଲେ । ୨୦୨୩ ଆର୍ଥିକ ବିଲ୍‌ ଉପସ୍ଥାପନା ବେଳେ କର୍ମଚାରୀମାନଙ୍କ ନୂତନ ପେନ୍‌ସନ୍‌ ଯୋଜନା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ । ନିର୍ମଳା କହିଥିଲେ କି, ନୂତନ ପେନ୍‌ସନ୍‌ ଯୋଜନା ଲାଗୁକରାଯାଇଛି । ହେଲେ ଏହି ଯୋଜନାର ନୂତନ ଆଭିମୁଖ୍ୟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯିବ ।

ସେ ଅହୁରି କହିଥିଲେ, ନୂତନ ପେନସନ ସ୍କିମ୍‌କୁ ଦୃଷ୍ଟିରେ ରଖି ଏକ କମିଟି ଗଠନ କରାଯିବ । ସାଧାରଣ ନାଗରିକ ଓ କର୍ମଚାରୀଙ୍କ ଆବଶ୍ୟକତାକୁ ନଜରରେ ରଖି ଏହି କମିଟି ହେବ । ଯାହା କର୍ମଚାରୀମାନଙ୍କ ସମସ୍ତ ଅସୁବିଧାକୁ ନେଇ ତର୍ଜମା କରିବା ସହ ସମାଧାନର ବାଟ ବାହାର କରିବ । ନିର୍ମଳାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି ।

ପୂର୍ବରୁ ଅଣ-ବିଜେପି ରାଜ୍ୟ ଗୁଡ଼ିକରେ ନୂତନ ପେନ୍‌ସନ୍‌ ଯୋଜନା ଉଚ୍ଛେଦ କରିବା ନେଇ ଦାବି ହୋଇଆସୁଥିଲା । ବିଭନ୍ନ ରାଜ୍ୟର ସରକାରୀ କର୍ମଚାରୀମାନେ ଏହି ଯୋଜନାକୁ ମଧ୍ୟ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ଏକ ନୂତନ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଝାଡ଼ଖଣ୍ଡ, ପଞ୍ଜାବ, ଛତିଶଗଡ଼, ହିମାଚଳ ପ୍ରଦେଶ ଓ ରାଜସ୍ଥାନ ପରି ରାଜ୍ୟ ଗୁଡ଼କ ପୁରୁଣା ପେନ୍‌ସନ୍‌ ଲାଗୁ କରି ନୂତନ ପେନ୍‌ସନ୍‌ ଯୋଜନା ନିଷ୍ପତ୍ତିକୁ ଫେରାଇନେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ତାହାସହ କର୍ମଚାରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି NPS ଅଧିନରେ ଜମା ହେଉଥିବା କର୍ପସ ଫଣ୍ଡକୁ ଫେରସ୍ତ କରିନେବାକୁ ଅନୁରୋଧ କରିଛନ୍ତି । ଯାହାକୁ କେନ୍ଦ୍ର ସରକାର ବିଚାରକୁ ନେଇଛନ୍ତି ।

ପୁରୁଣା ପେନ୍‌ସନ ଲାଗୁ ହେଲେ କର୍ମଚାରୀଙ୍କୁ କ’ଣ ମିଳିବ ଲାଭ ?

ପୁରଣା ପେନ୍‌ସନ୍‌ ବା OPS ଲାଗୁ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ଭାବେ ପାଉଥିଲେ । ତାହାସହ ସରକାର ଯେଉଁ ସମୟରେ ଡିଏ ବୃଦ୍ଧି କରୁଥିଲେ ସେମାନଙ୍କ ପେନସନ୍‌ ମଧ୍ୟ ବୃଦ୍ଧି ପାଉଥିଲା ।

ଜାତୀୟ ପେନ୍‌ସନ୍‌ ସିଷ୍ଟମ୍ ଏବଂ ଅଟଳ ପେନ୍‌ସନ୍ ଯୋଜନା ଅଧୀନରେ ପରିଚାଳିତ ହେଉଥିବା ଥିବା ମୋଟ ଅର୍ଥ ୨୦୨୩ ମାର୍ଚ୍ଚ ୪ ସୁଦ୍ଧା ୮.୮୧ ଲକ୍ଷ କୋଟି ଟଙ୍କା ଥିଲା । ହେଲେ ପରେ କେନ୍ଦ୍ର ସରକାର  ସଶସ୍ତ୍ର ବାହିନୀ ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ NPS ଲାଗୁ କରିଥିଲେ ।

ଫଳରେ ୨୦୦୪ରେ ଅଧିକାଂଶ ରାଜ୍ୟ ଓ କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳର ସରକାର ମଧ୍ୟ ସେମାନଙ୍କର ନୂତନ କର୍ମଚାରୀଙ୍କ ପାଇଁ NPS ଲାଗୁକରିଛନ୍ତି । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଛି । ୨୦୧୫ ଜୁନ୍ ୧ରୁ ଅଟଳ ପେନ୍‌ସନ୍ ଯୋଜନା ଆରମ୍ଭ କରାଯାଇଥିଲା । 

ବର୍ତ୍ତମାନ କନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ କମିଟି ଗଠନ ହୋଇଛି । ଏହି କମିଟି ଦ୍ୱାରା କର୍ମଚାରୀଙ୍କ ସମସ୍ତ ଅସନ୍ତୋଷ ଦୂର ହୋଇପାରିବ ବୋଲି ଆଶା ରହିଛି ।