Advertisment

Operation Sindur Praised: ସେନାକୁ ସାବାସୀ ଜଣାଇଲା RSS, 'ଅପରେସନ୍ ସିନ୍ଦୂର ୨.୦'କୁ ବୈଜୟନ୍ତଙ୍କ ପ୍ରଶଂସା

‘ଅପରେସନ ସିନ୍ଦୂର’ ଅଧିନରେ ପାକିସ୍ତାନ ସମର୍ଥତ ଆତଙ୍କବାଦୀ ଗୋଷ୍ଠୀ ଉପରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛି ଆରଏସଏସ । ସଶସ୍ତ୍ରବାହିନୀର ମନୋବଳ ବଢାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ।

ଅଦ୍ୟତନ ହୋଇଛି
RSS praises Indian army

RSS praises Indian army

Advertisment

ପହଲଗାମର ବୈସରନ ଘାଟିରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ବର୍ବରତାର ସହିତ ହତ୍ୟା କରିବା ପରେ ଭାରତ ଯେଉଁଭଳି ଭାବେ ପ୍ରତିଶୋଧ ନେଉଛି ତାକୁ ପ୍ରଶଂସା କରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ‘ଅପରେସନ ସିନ୍ଦୂର’ ଅଧିନରେ ଭାରତର ଆକ୍ରମଣକୁ ସମର୍ଥନ ଜଣାଇଛି ଆରଏସଏସ । ଭାରତ ସରକାର ଓ ଭାରତୀୟ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ଆରଏସଏସ । 

Advertisment

ପହଲଗାମରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ପ୍ରାୟୋଜିତ ଭାବେ ହତ୍ୟା କରିଥିବା ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ‘‘ଅପରେସନ ସିନ୍ଦୂର’’ ଆରମ୍ଭ କରିଥିବାରୁ ଆମେ ଭାରତ ସରକାର ଓ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଉଛୁ । ହିନ୍ଦୁ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଓ ସମଗ୍ର ଦେଶକୁ ନ୍ୟାୟ ପ୍ରଦାନ ଦିଗରେ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହା ସମଗ୍ର ଦେଶରେ ପ୍ରତ୍ୟେକ ନାଗରିକଙ୍କ ଆତ୍ମବିଶ୍ୱାସ ଓ ମନୋବଳ ବଢାଇଛି । ଆମେ ସମ୍ପୂର୍ଣ୍ଣ ସହମତ ଯେ, ଆମ ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନରେ ସେମାନଙ୍କ ସମର୍ଥନ ଓ ଭିତ୍ତିଭୂମି ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଅତ୍ୟନ୍ତ ଅନିବାର୍ଯ୍ୟ । ଏହି ଜାତୀୟ ସଙ୍କଟ ସମୟରେ ଭାରତ ସରକାର ଏବଂ ସଶସ୍ତ୍ର ବାହିନୀ ସହ ସମ୍ପୂର୍ଣ୍ଣ ଦେଶ ଅଛି ।

ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

Advertisment

ନିକଟରେ ଦେଶର ସୀମା ନିକଟରେ ଥିବା ଧାର୍ମିକ ସ୍ଥଳୀ ଓ ବେସାମରିକ ସ୍ଥାନ ଉପରେ ଟାର୍ଗେଟ କରି ପାକିସ୍ତାନର ଆକ୍ରମଣକୁ କଡା ନିନ୍ଦା କରିଛି ଆରଏସଏସ । ଆରଏସଏସ କହିଛି ଯେ, ସୀମା ନିକଟରେ ଧାର୍ମିକ ସ୍ଥଳୀ ଓ ବେସାମରିକ ସ୍ଥାନ ଉପରେ ହେଉଥିବା ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏହି ବର୍ବର ଓ ଅମାନୁଷିକ କାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆମେ ସମବେଦନା ଜଣାଉଛୁ । ରାଷ୍ଟ୍ରୀୟ ଏକତାର ସହ ସରକାରଙ୍କ ପ୍ରମୁଖ ନିର୍ଦ୍ଦେଶାବଳୀକୁ ମାନିବା ସହ ଦେଶ ବିଭାଜନକାରୀ ମନ୍ତବ୍ୟରୁ କ୍ଷାନ୍ତ ରହିବା ପାଇଁ ଆରଏସଏସ ଅନୁରୋଧ କରିଛି । ଏହା ସହିତ ଆବଶ୍ୟକ ସ୍ଥଳେ ଜାତୀୟ ସୁରକ୍ଷା ପାଇଁ ଦେଶଭକ୍ତି ପ୍ରଦର୍ଶନ କରନ୍ତୁ ଏବଂ ଦେଶ ବିରୋଧୀ ଶକ୍ତିକୁ ଆମ ଦେଶରେ ପ୍ରବେଶ ନ କରାଇ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ନ କରାଇବା ପାଇଁ ଅନୁରୋଧ କରିଛନ୍ତି । 

ସେନାର କାର୍ଯ୍ୟକୁ ବୈଜୟନ୍ତଙ୍କ ପ୍ରଶଂସା

ସେହିପରି ଅପରେସନ ସିନ୍ଦୂର ୨.୦କୁ ପ୍ରଶଂସା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଏକ୍ସରେ ୩ ସେନା ସ୍ଥଳ ସେନା, ନୌସେନା ଓ ବାୟୁ ସେନାର ଫଟୋ ପୋଷ୍ଟ କରି ସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୈଜୟନ୍ତ ପଣ୍ଡା । ଜୟ ହିନ୍ଦ ଓ ଜୟ ଭାରତ ଲେଖି ଭାରତୀୟ ସେନାର ମନୋବଳ ବଢାଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ମାଟିରେ ମିଶିଲା ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡା, ଜାଣନ୍ତୁ କେମିତି ଥିଲା ଅପରେସନର ୨୫ ମିନିଟ୍

RSS Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ