Advertisment

Operation Sindoor: ଆଜି 'ଅପରେସନ ସିନ୍ଦୂର' ବିତର୍କ; ସଂସଦର ଉଭୟ ଗୃହରେ ୩୨ ଘଣ୍ଟା ହେବ ଆଲୋଚନା...

ଆଜି ଲୋକସଭାରେ ଏବଂ କାଲି ରାଜ୍ୟସଭାରେ ୧୬ ଘଣ୍ଟା ଲେଖାଏଁ ବିତର୍କ ପାଇଁ ନିଷ୍ପତ୍ତି ହୋଇଛି । ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହିପାରନ୍ତି।

ଅଦ୍ୟତନ ହୋଇଛି
Operation Sindoor

Operation Sindoor

Advertisment

ଆଜି ସଂସଦରେ ଅପରେସନ ସିନ୍ଦୂର ବାବଦରେ ହେବ ଜୋରଦାର ବିତର୍କ । ଉଭୟ ଗୃହରେ ୩୨ ଘଣ୍ଟା ଧରି ହେବ ଆଲୋଚନା । ଆଜି ଲୋକସଭାରେ ଏବଂ କାଲି ରାଜ୍ୟସଭାରେ ୧୬ ଘଣ୍ଟା ଲେଖାଏଁ ବିତର୍କ ପାଇଁ ନିଷ୍ପତ୍ତି ହୋଇଛି । ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହିପାରନ୍ତି। ଲୋକସଭାରେ ବିତର୍କ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଆରମ୍ଭ କରିପାରନ୍ତି।

Advertisment

ସେହିପରି ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ବିଜେପି ସାଂସଦ ଅନୁରାଗ ଠାକୁର, ନିଶିକାନ୍ତ ଦୁବେ ପ୍ରମୁଖ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଜାତୀୟ ନିରାପତ୍ତା ଉପରେ ସରକାର କଠୋର ଆଭିମୁଖ୍ୟକୁ ଦର୍ଶାଇବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରିପାରନ୍ତି । ଏପ୍ରିଲ ୨୨ରେ ପାହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ପ୍ରସଙ୍ଗରେ ପାକିସ୍ତାନ ସହ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ।

Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ