Advertisment

Operation Sindoor: ରାଜ୍ୟସଭାରେ ହେବ ଅପରେସନ ସିନ୍ଦୂର ବିତର୍କ; ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ...

ଗତକାଲି ଲୋକସଭାରେ ବିତର୍କ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହେବ । ଆଜିର ବିତର୍କରେ ପ୍ରଧାନମନ୍ତ୍ରୀ ଭାଗ ନେଇ ପାରନ୍ତି ବୋଲି ସୂଚନା ମିଳିଛି ।

Operation Sindoor Sparks Heated Debate in Parliament

Operation Sindoor Sparks Heated Debate in Parliament

Advertisment

ଅପରେସନ ସିନ୍ଦୂର ନେଇ ସଂସଦରେ ଚାଲିଛି ଘମାଘୋଟ ବିତର୍କ । ଗତକାଲି ଲୋକସଭାରେ ବିତର୍କ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହେବ । ଆଜିର ବିତର୍କରେ ପ୍ରଧାନମନ୍ତ୍ରୀ ଭାଗ ନେଇ ପାରନ୍ତି ବୋଲି ସୂଚନା ମିଳିଛି । ମୌସୁମୀ ଅଧିବେଶନକୁ ସରଗରମ କରିଛି ଅପରେସନ ସିନ୍ଦୂର ବିତର୍କ । ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ରାଜ୍ୟସଭା ବିତର୍କରେ ଭାଗ ନେବେ । ଆତଙ୍କବାଦ ବିରୋଧରେ ଭାରତର କଡ଼ା ପଦକ୍ଷେପ ବାବଦରେ ସଂସଦରେ ତଥ୍ୟ ରଖିବେ।

Advertisment

ଗତକାଲି ଲୋକସଭାରେ ତଥ୍ୟ ରଖି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଥିଲେ ଏପ୍ରିଲ ୨୨ରୁ ଜୁନ୍ ୧୭ ଭିତରେ ଆଦୌ ହୋଇନି ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା। ଭାରତ-ପାକିସ୍ତାନ ଅସ୍ତ୍ରବିରତି ପଛରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ସଫା ସଫା ଖଣ୍ଡନ କରିଛନ୍ତି ଜୟଶଙ୍କର।

ସେ କହିଛନ୍ତି ଯେ, ଏପ୍ରିଲ ୨୨ରୁ ଜୁନ୍ ୧୭ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ପାକିସ୍ତାନ ସହ ତିକ୍ତତା ଭିତରେ ହୋଇଥିବା ଭାରତ-ଆମେରିକା ଆଲୋଚନାରେ ବାଣିଜ୍ୟ ପ୍ରସଙ୍ଗ କଦାପି ଉଠିନାହିଁ। ଏଥିସହ ଆମ କୂଟନୀତି ଫଳରେ ପହଲଗାମ କାଣ୍ଡ ଭିଆଇଥିବା TRFକୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷଣା କରିଛି।

Advertisment

ସେହିପରି ପାକିସ୍ତାନ ଛାତିରେ ଭାରତର ପରାକ୍ରମ ବଖାଣିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଗୁଳି ଶବ୍ଦ ଭିତରେ ଆତଙ୍କୀ ଭାଷା କହୁଥିବା ପାକିସ୍ତାନ ସହ ଆଲୋଚନା ଅସମ୍ଭବ। ଏଥିସହ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ପରୋକ୍ଷରେ ରୋକଠୋକ୍ ଖଣ୍ଡନ କରିଛନ୍ତି ରାଜନାଥ ।

Parliament Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ