ବନ୍ଦ ହୋଇନି ଅପରେସନ୍ ସିନ୍ଦୂର
‘ଅପରେସନ ସିନ୍ଦୂର’କୁ ବଡ଼ ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଏବେ ବି ‘ଅପରେସନ୍ ସିନ୍ଦୂର’ ଜାରି ରହିଥିବା କହିଛି IAF । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛି ଭାରତୀୟ ବାୟୁ ସେନା । IAF ପକ୍ଷରୁ କୁହାଯାଇଛି କି, ଦିଆଯାଇଥିବା ଟାସ୍କକୁ ବାୟୁସେନା ସଫଳତାର ସହ କରୁଛି । ସମନ୍ୱିତ ଓ ସୁଚିନ୍ତିତ ଭାବେ ଅପରେସନ୍ ଚାଲିଛି । ଆନୁମାନିକ ଓ ଅସତ୍ୟ ଖବରଠାରୁ ଦୂରେଇ ରୁହନ୍ତୁ । ସଠିକ୍ ସମୟରେ ଏନେଇ ଅବଗତ କରାଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ।
ସେପଟେ 'ଅପରେସନ ସିନ୍ଦୂର' ଓ ତତପରେ ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଛି ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ, ଉପସ୍ଥିତ ଅଛନ୍ତି ୩ ସେନା ମୁଖ୍ୟ
ଅସ୍ତ୍ରବିରତି ପରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାରୁ ଆଉ କିଛି ବଡ଼ ଅପଡେଟ୍ ଆସିବା ନେଇ ସମ୍ଭାବନା ରହିଛି । କାହିଁକି ନା ଗତକାଲି ଅସ୍ତ୍ରବିରତି ନେଇ ଦୁଇ ଦେଶ ରାଜି ହୋଇଥିଲେ ମଧ୍ୟ କିଛି ସମୟ ପାଇଁ ପାକିସ୍ତାନ ପଟୁ ଜାମ୍ମୁ ଓ କାଶ୍ମୀର ସମେତ କେତେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା ଯାହାକୁ ପ୍ରତିହତ କରିଥିଲା ଭାରତୀୟ ସେନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746949714.jpg)