Advertisment

Operation Sindoor Success: ‘ଅପରେସନ୍ ସିନ୍ଦୂର’ରେ ବଡ଼ ସଫଳତା; ୨୬ ବର୍ଷ ପରେ କାନ୍ଦାହାର ପ୍ଲେନ୍ ହାଇଜାକର ବଦଲା ନେଲା ଭାରତ...

୨୬ ବର୍ଷ ପରେ ଭାରତ ନେଲା କି 'କାନ୍ଦାହାର' ବଦଲା ? ଅପରେସନ୍ ସିନ୍ଦୂରରେ ଆତଙ୍କୀ ରୌଫ୍ ଅଜହର ସଫା ! ମସୁଦ ପରିବାରର ୧୦ ମୃତକଙ୍କ ମଧ୍ୟରେ ତା ନିଜ ଭାଇ !

ଅଦ୍ୟତନ ହୋଇଛି
Operation Sindur Success

Operation Sindur Success

Advertisment

ଅପରେସନ୍ ସିନ୍ଦୂରରେ ସଫା ହୋଇଗଲେ କି ୨ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ମଜୁଦ ଅଜହର୍ ଓ ହାଫିଜ୍ ସୟିଦ ? ଲସ୍କର ଓ ଜୈସ୍ ମୁଖ୍ୟାଳୟରେ ଏୟାରଷ୍ଟ୍ରାଇକ୍ ପରେ ଦୁଇ ଟପ୍ ଆତଙ୍କୀଙ୍କ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ସୂଚନା ମିଳିଛି ଯେ, ବାହାୱଲପୁରରେ ମଧ୍ୟ କାମ୍ ତମାମ୍ ହୋଇଛି ଭାରତର ଏକ ପୁରୁଣା ଶତ୍ରୁ ତଥା ମସୁଦ୍‌ର ଭାଇ ରୌଫ ଅଜହରର। ରୌଫ୍, ଯିଏ କାନ୍ଦାହାର ପ୍ଲେନ୍ ହାଇଜାକ କରି ନିଜ ଭାଇକୁ ଭାରତରୁ ମୁକୁଳାଇଥିଲା।

Advertisment

୨୬ ବର୍ଷ ପରେ ଭାରତ ନେଲା କି 'କାନ୍ଦାହାର' ବଦଲା ? ଅପରେସନ୍ ସିନ୍ଦୂରରେ ଆତଙ୍କୀ ରୌଫ୍ ଅଜହର ସଫା ! ମସୁଦ ପରିବାରର ୧୦ ମୃତକଙ୍କ ମଧ୍ୟରେ ତା ନିଜ ଭାଇ ! ୧୯୯୯ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ IC-814କୁ ଅପହରଣ କରି ଆଫଗାନିସ୍ତାନର କାନ୍ଦାହାରକୁ ନେଇଥିଲେ ୫ ହରକତ-ଉଲ୍-ମୁଜାହିଦିନ୍ ଆତଙ୍କୀ। ୧୯୦ ଜଣଙ୍କୁ ବନ୍ଧକ ରଖି ଭାରତକୁ ବାଧ୍ୟ କରିଥିଲେ ମସୁଦ୍ ଅଜହର ସମେତ ୩ ଆତଙ୍କୀଙ୍କୁ ଛାଡ଼ିବା ପାଇଁ। ତେବେ ଏହି ବହୁଚର୍ଚ୍ଚିତ ପ୍ଲେନ ହାଇଜାକର ମାଷ୍ଟରମାଇଣ୍ଡ୍ ଅବଦୁଲ ରୌଫ୍ ଅଜହର୍ ଅପରେସନ୍ ସିନ୍ଦୂରରେ ନିପାତ ହୋଇଥିବା ସୂଚନା ମିଳିଛି। ବାହାୱଲପୁରର ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ୍ ପରେ, ନିଜ ପରିବାରର ୧୦ ଜଣଙ୍କୁ ହରାଇଥିବା ନିଜେ ମାନିଥିଲା ଜୈସ୍ ଚିଫ୍ ମସୁଦ ଅଜହର୍। ତେବେ ଏହି ୧୦ ମୃତକଙ୍କ ମଧ୍ୟରେ ତା ଭାଇ ରୌଫ୍ ଥିବା ବି କୁହାଯାଉଛି । ବର୍ତ୍ତମାନର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଅପରେସନ୍ ସିନ୍ଦୂରର ଅନ୍ୟତମ ରଣନୀତିକାର ଅଜିତ ଡୋଭାଲ୍; କାନ୍ଦାହାର ପ୍ଲେନ୍ ହାଇଜାକ୍ ବେଳେ ଗୁଇନ୍ଦା ଅତିରିକ୍ତ ନିର୍ଦ୍ଦେଶକ ଥିଲେ ଏବଂ ୩ ଜଣିଆ ମଧ୍ୟସ୍ଥ ଦଳରେ ସାମିଲ ହୋଇ କାନ୍ଦାହାର ଯାଇଥିଲେ। ତେଣୁ ରୌଫ୍ ନିପାତ ହେବା କେବଳ ଭାରତ ସରକାରଙ୍କ  ସହ ଡୋଭାଲଙ୍କ ପାଇଁ ମଧ୍ୟ ବଡ଼ ସଫଳତା ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment

ଅପରେସନ୍ ସିନ୍ଦୂରରେ ୧୦ ପରିବାର ସଦସ୍ୟ ଓ ୪ ସହଯୋଗୀଙ୍କୁ ହରାଇଥିଲେ ବି, କୁଆଡ଼େ ଗଲା ଭାରତର ନମ୍ବର ୱାନ୍ ୱାଣ୍ଟେଡ୍ ଆତଙ୍କୀ ତଥା ଜୈସ୍ ମୁଖ୍ୟ ମସୁଦ ଅଜହର୍? ଅଳ୍ପକେ ବର୍ତ୍ତିଗଲା ନା ସେ ବି ସଫା ? ଭାରତର ସର୍ପ୍ରାଇଜ୍ ଷ୍ଟ୍ରାଇକ୍ ପରେ ନିଜ ଆଡ଼ୁ ପ୍ରେସ ବିଜ୍ଞପ୍ତି ଜାରି କରି, ୧୦ ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ଦେବା ସହ, ମୁଁ ବି କାହିଁକି ସେମାନଙ୍କ ଚାଲି ଗଲିନି ବୋଲି ଲେଖିଥିଲା ମସୁଦ୍। ତେବେ ବାହାୱଲପୁର ସ୍ଥିତ ଜୈସ୍ ହେଡକ୍ବାର୍ଟର୍ସ ମର୍କଜ୍ ସୁଭାନଲ୍ଲାରେ ଏୟାରଷ୍ଟ୍ରାଇକ ପରେ, ସେ ବି ଆହତ ହୋଇଛି, ବଞ୍ଚିଛି, ନା ମରିଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ୨୦୦୧ ପାର୍ଲାମେଣ୍ଟ ଆଟାକ୍, ୨୦୧୬ ପଠାନକୋଟ୍ ଏୟାରବେସ୍ ଆଟାକ୍ ଓ ୨୦୧୯ ପୁଲୱାମା ଆଟାକର ମାଷ୍ଟରମାଇଣ୍ଡ୍ ତଥା ଜାତିସଂଘ ଘୋଷିତ ଆତଙ୍କୀ ମସୁଦ୍ ଅଜହରର ଯଦି ଖେଳ ଖତମ୍ ହୋଇଥିବ, ଏହା ଭାରତ ପାଇଁ ଆତଙ୍କୀ ନିପାତ ଅଭିଯାନରେ ସବୁଠୁ ବଡ଼ ସଫଳତା ବୋଲି କୁହାଯିବ।

ଲସ୍କର-ଏ-ତଇବା ମୁଖ୍ୟ ହାଫିଜ୍ ସୟିଦ୍ ବଞ୍ଚିଛି ନା ମରିଛି, ତାକୁ ନେଇ ବି ଚର୍ଚ୍ଚା ବଢ଼ିଛି। ଅପରେସନ୍ ସିନ୍ଦୂରରେ ଧ୍ବଂସ ହୋଇଥିବା ୯ ଟେରର୍ କ୍ୟାମ୍ପ ଭିତରୁ ଗୋଟିଏ ହେଉଛି ପାକିସ୍ତାନ ମୁରିଦକେ ସ୍ଥିତ ମରକଜ୍ ତୈବା, ଯାହାକି ଲସ୍କରର ମୁଖ୍ୟାଳୟ ତଥା ସବୁଠୁ ବଡ଼ ଟ୍ରେନିଂ କ୍ୟାମ୍ପ। ପାକ୍ ସୀମାରୁ ୩୦ କିଲୋମିଟର ଭିତରେ ଥିବା ଏହି ଆତଙ୍କୀ ଆଡ୍ଡା ମାଟିରେ ମିଶିଥିବା ବେଳେ, ସେଠାରେ ହାଫିଜ୍ କାମ ବି ତମାମ୍ ହୋଇଯାଇଥିବ ବୋଲି ଅନୁମାନ କରାଯାଉଛି। ୨୬/୧୧ ମୁମ୍ବାଇ ଆଟାକ୍ ର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍, ପାକିସ୍ତାନରେ ବସି TRF ଜରିଆରେ ପହଲଗାମ୍ ହମଲାର ପ୍ଲାନିଂ କରିଥିଲା। ପାକିସ୍ତାନ ୨୦୨୩ରେ ତାକୁ ଗିରଫ କରିଥିବା ଦାବି କରିଥିବା ବେଳେ, ପରେ ସେ ଲାହୋରର ଏକ ବିଳାସମୟ କଂପ୍ଲେକ୍ସରେ ସେନା ସୁରକ୍ଷାରେ ଅୟସ କରୁଥିବା ସାମ୍ନାକୁ ଆସିଥିଲା। ତେବେ ପହଲଗାମ୍ କାଣ୍ଡ ପରେ, ହାଫିଜର ସୁରକ୍ଷା ବଢ଼ାଇ ପାକିସ୍ତାନ ସେନା ତାକୁ ମୁରିଦକେ ମରକଜରେ ରଖିଥିଲା ବୋଲି କୁହାଯାଉଛି। ଅପରସେନ ସିନ୍ଦୂରରେ ଏହି ମରକଜର କେତେ କ୍ଷୟକ୍ଷତି ହୋଇଛି, ସେନେଇ ପାକିସ୍ତାନ ସରକାର ଜମାରୁ ମୁହଁ ଖୋଲୁନଥିବାରୁ ହାଫିଜ ବଞ୍ଚିଛି ନା ମରିଛି, ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

Advertisment

ସେପଟେ ମୁଜାଫରାବାଦର ଦୁଇ ଦୁଇଟି କ୍ୟାମ୍ପ ଉପରେ ଆକ୍ସନ ପରେ, ସେଠାରେ ଗତିବିଧି ଚଳାଇଥିବା ହାଫିଜ୍ ର ପୁଅ ତଥା ଲସ୍କରର ସେକେଣ୍ଡ୍-ଇନ୍-କମାଣ୍ଡ୍ ତଲାହ ସୟିଦ ଏବଂ ପହଲଗାମ୍ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଅବଦୁଲ ରେହମାନ୍ ବି ମରିଥାଇପାରେ ବୋଲି ଆଶା କରାଯାଉଛି। ପହଲଗାମ୍ ହମଲାରେ ସାମିଲ ୨ ଆତଙ୍କୀ ହାସିମ୍ ମୁଷା ଓରଫ୍ ସୁଲେମାନ୍ ଓ ଅଲି ଭାଇ ଓରଫ୍ ତଲାହ ଭାଇକୁ ବି ଖୋଜା ଚାଲିଛି, ସେମାନଙ୍କୁ ନ୍ୟୁଟ୍ରାଲାଇଜ୍ କରିବା ପାଇଁ। 

Pakistan Indian Army Masood Azhar Hafiz Saeed Jaish-e-Mohammed Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ