Advertisment

ସେନାର ‘ପହଲଗାମ୍’ ବଦଲା: ‘ଅପରେସନ ମହାଦେବ’ରେ ସଫା କୁଖ୍ୟାତ ଆତଙ୍କୀ ‘ମୁସା’

ପହଲଗାମ୍ ହମଲାର ବଦଲା...ମାଟିରେ ଲୋଟିଲେ ଆତଙ୍କବାଦୀ ...ଯେଉଁମାନେ ଖେଳିଥିଲେ ରକ୍ତର ହୋଲି, ସେମାନେ ହେଲେ ରକ୍ତାକ୍ତ। ତିନି ମାସର ଲୁଚକାଳି ପରେ ଶେଷରେ ସେନା ଗୁଳିରେ ନିପାତ ହୋଇଛି ପହଲଗାମ୍ ଆକ୍ରମଣର ମାଷ୍ଟର୍ ମାଇଣ୍ଡ ସୁଲେମାନ୍ ଶାହା ଓରଫ୍ ହାସିମ୍ ମୁସା। ତା ସହ ଆଉ ୨ ଆତଙ୍କବାଦୀ ମଧ୍ୟ ଟଳିଛନ୍ତି ।

ଅଦ୍ୟତନ ହୋଇଛି
Operation Mahade

Operation Mahade

Advertisment

ପହଲଗାମ୍ ହମଲାର ବଦଲା ନେଲେ ସୁରକ୍ଷାବାହିନୀ । ‘ଅପରେସନ ମହାଦେବ’ରେ ପହଲଗାମ୍ ହମଲାର ମାଷ୍ଟରମାଇଣ୍ଡ ପାକିସ୍ତାନୀ ଆତଙ୍କବାଦୀ ହାସିମ୍ ମୁସା ସଫା। ସେନା ଗୁଳିରେ ମୁସା ସହ ତିନି ଆତଙ୍କବାଦୀ ମାଟିରେ ମିଶିଛନ୍ତି। ଯିଏ ଦିନେ ଧର୍ମ ପଚାରି ନିରୀହଙ୍କ ହତ୍ୟା କରିଥିଲେ ଆଜି ତା ପରିଚୟ ଖୋଜିବାକୁ କେହି ନାହିଁ। ଆଉ ଏହି ଘଟଣା ପରେ ସେନାର ବୀରତ୍ବକୁ ପ୍ରଶଂସା କରିଛନ୍ତି ପହଲଗାମରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର।...

Advertisment

ପହଲଗାମ୍ ହମଲାର ବଦଲା...ମାଟିରେ ଲୋଟିଲେ ଆତଙ୍କବାଦୀ ...ଯେଉଁମାନେ ଖେଳିଥିଲେ ରକ୍ତର ହୋଲି, ସେମାନେ ହେଲେ ରକ୍ତାକ୍ତ। ତିନି ମାସର ଲୁଚକାଳି ପରେ ଶେଷରେ ସେନା ଗୁଳିରେ ନିପାତ ହୋଇଛି ପହଲଗାମ୍ ଆକ୍ରମଣର ମାଷ୍ଟର୍ ମାଇଣ୍ଡ ସୁଲେମାନ୍ ଶାହା ଓରଫ୍ ହାସିମ୍ ମୁସା। ତା ସହ ଆଉ ୨ ଆତଙ୍କବାଦୀ ମଧ୍ୟ ଟଳିଛନ୍ତି । ଭଲ ଭାବେ ଦେଖନ୍ତୁ ଏଇ ଫଟୋକୁ...ଭଲ ଭାବେ ଚିହ୍ନନ୍ତୁ ଏଇ ଚେହେରାକୁ। ଯିଏ ଏପ୍ରିଲ ୨୨ରେ ଧର୍ମ ପଚାରି ହତ୍ୟା କରିଥିଲା ନିମର୍ମ ୨୫ ଭାରତୀୟଙ୍କୁ, ଆଜି ସେମାନଙ୍କ ଅବସ୍ଥା କେମିତି। ଗଲା ତିନି ମାସ ଧରି ମୁସା କଶ୍ମୀରର ପାହାଡ଼ ଜଙ୍ଗଲରେ ଲୁଚି ରହୁଥିଲା। କଶ୍ମୀର ଲିଡୱାସ୍ ଜଙ୍ଗଲରେ ଏମିତି ଭୀରୁ ଭଳି ଗଛ ଆଢ଼ୁଆଲରେ ରହୁଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ‘ଅପରେସନ୍ ମହାଦେବ’ରେ ତାକୁ ଟ୍ରାକ୍ କରିଥିଲା ସେନା ଓ ସ୍ପେଶାଲ୍ ଫୋର୍ସ। ପ୍ରଥମେ ଟ୍ରାକ, ପରେ ଚିହ୍ନଟ ଏବଂ ଶେଷରେ ୧୧ ମିନିଟ୍ ର ଅପରେସନ୍। ମାତ୍ର ୮ଟି ବୁଲେଟ୍ ଫାୟାର୍ କରିଥିଲେ ଯବାନ ଆଉ ସେଥିରେ ଢେର ହେଇଥିଲେ ଏଇ ୩ ଆତଙ୍କବାଦୀ।

ପାକିସ୍ତାନର ଆତଙ୍କୀ ରୁଟି ଖାଇ ବଡ଼ ହେଇଥିବା ଏଇ ମୁସା ଥିଲା ପାକ୍ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍-SSGର ପାରା କମାଣ୍ଡୋ। ଆତଙ୍କବାଦୀ ଆକ୍କାଙ୍କ ଗୋଟିଏ ଇସାରାରେ ରଚୁଥିଲା ଷଡ଼ଯନ୍ତ୍ର। ୨୦୨୨ରେ ଲସ୍କର ଏ ତୋଏବାରେ ସାମିଲ ହୋଇ ମୁସା କଶ୍ମୀର ଉପତ୍ୟକାକୁ ୨୦୨୩ରେ ଅନୁପ୍ରବେଶ କରିଥିଲା। ସେବେଠୁ LET ଓ ଏହାସହ ଜଡ଼ିତ TRFକୁ ଅଧିକ ସକ୍ରିୟ କରିଥିଲା। ପହଲଗାମ୍ ହମଲାର ପୁରା ଯୋଜନା କରିଥିଲା ମୁସା। କେଉଁ ବାଟେ ପ୍ରବେଶ, କେଉଁ ବାଟେ ଫେରାର ମାରିବେ, କେମିତି ନୀରିହଙ୍କୁ ନିଶାନା କରିବେ ସେ ସବୁର ଯୋଜନା ଏଇ ମୁସା ହିଁ ରଚିଥିଲା।...ଆଜି ମୁସା ସଫା ହେବା ପରେ ଆଶ୍ବସ୍ତିର ନିଶ୍ବାସ ନେଇଛନ୍ତି ସେ ଦିନ ପହଲଗାମ୍ ହମଲାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ।

Advertisment

ଆଜି ମୁସା ସଫା ହେଇଛି, ୟା ପୂର୍ବରୁ ‘ଅପରେସନ୍ ସିନ୍ଦୂର’ରେ ମୁସାର ଆତଙ୍କୀ ଗଡ୍ ଫାଦର ବି ନିପାତ ହେଇଛନ୍ତି। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ ଅଣ୍ଟାକୁ ମୋଡ଼ି ମକଚି ଭାଙ୍ଗି ଦେଇଛି ଭାରତୀୟ ସେନା। ୧୦୦ରୁ ଅଧିକ ଟପ୍ ଆତଙ୍କବାଦୀଙ୍କ ପତ୍ତା ହଜିଛି।

Indian Army Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ