Advertisment

ସୁଦାନରୁ ସୁରକ୍ଷିତ ଫେରୁଛନ୍ତି ପ୍ରବାସୀ ଭାରତୀୟ,ଗୋଟିଏ ସ୍ୱରରେ କହିଲେ ଭାରତ ମାତାକି ଜୟ...

ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ୟ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।

ଅଦ୍ୟତନ ହୋଇଛି
Operation Kaveri

2023 Sudan conflict

Advertisment

ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।

Advertisment

ହିଂସାତ୍ରସ୍ତ ସୁଦାନରେ ଫସିରହିଥିବା ଭାରତୀୟଙ୍କ ଘର ବାହୁଡା। ବିପଦ ଘେରରୁ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବାରେ ବୈଦେଶିକ ମନ୍ତ୍ରାଳୟର ଆଉ ଏକ ସଫଳ ଅଭିଯାନ। ପର୍ଯ୍ୟାୟ କ୍ରମେ ସୁଦାନରୁ ଫେରୁଛନ୍ତି ଭାରତୀୟ। ଗତକାଲି ସନ୍ଧ୍ୟାରେ ସୁଦାନରୁ ପ୍ରଥମ ବ୍ୟାଚରେ ୩୬୦ଜଣ ଭାରତୀୟ ଦିଲ୍ଲୀ ପହଞ୍ଚିଛନ୍ତି। ଭୟଙ୍କର ପରିସ୍ଥିତିରୁ ମୁକୁଳି ଭାରତ ମାଟିରେ ପାଦ ଦେବା ପରେ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି।

ଦିଲ୍ଲୀ ଏୟାରପୋର୍ଟରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଫେରିଆସିଥିବା ଭାରତୀୟମାନେ ଭାରତ ମାତାକି ଜୟ ନାରା ଦେବା ସହିତ ଦେଶର ଯବାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧୁବାଦ ଜଣାଇଛନ୍ତି। ଅପରେସନ କାବେରୀ ଜରିଆରେ ଉଭୟ ଆକାଶପଥ ଏବଂ ଜଳପଥ ଦେଇ ଭାରତୀୟଙ୍କୁ ଅଣାଯାଉଛି। ଉଭୟ ମାର୍ଗରେ ଯାତ୍ରୀଙ୍କୁ ସାଉଦି ଆରବର ଜେଦାହ ଦେଇ ଦିଲ୍ଲୀ ଅଣାଯାଉଛିା

Advertisment

ଭାରତୀୟ ବାୟୁସେନାର C-130J ସୁପର ହରକ୍ୟୁଲେସ୍ ବିମାନ ଭାରତୀୟଙ୍କୁଉଦ୍ଧାର କରିଛି। ଜଳସେନାର ଯୁଦ୍ଧ ଜାହାଜ INS ସୁମେଧା ମଧ୍ୟ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ଭରତୀୟ ନୌସେନାର ଅନ୍ୟ ଏକ ଜାହାଜ INS ତେଗ୍ ମଧ୍ୟ ଅପରସେନ କାବେରୀରେ ସାମିଲ ହୋଇଛି। ଅଧିକାରୀ ଓ ରିଲିଫ ସାମଗ୍ରୀ ଧରି ଏଇ ଜାହାଜ ପୋର୍ଟ ସୁଦାନରେ ପହଞ୍ଚିଛି। ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିମୂରଲୀଧରନଙ୍କ ତତ୍ତ୍ବାବଧାନରେ ଏହି ଅପରେସନ୍ କାର୍ଯ୍ୟ ପରିଚାଳନା କରାଯାଉଛି। ସୁଦାନରୁ ସବୁ ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ନିମନ୍ତେ ଭାରତ ସରକାର ଅପରେଶନ ‘କାବେରୀ’ ଆରମ୍ଭ କରିଛନ୍ତି।...

Sudan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ