Advertisment

ସୁଦାନରେ ‘ଅପରେସନ କାବେରୀ’ ଜୋରଦାର, ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର...

ସୁଦାନରେ ‘ଅପରେସନ କାବେରୀ’କୁ ଜୋରଦାର କରାଯାଇଛି। ୩ୟ ପର୍ଯ୍ୟାୟରେ ସୁଦାନରେ ଫସିଥିବା ୧୩୫ ଭାରତୀୟ ଉଦ୍ଧାର ହୋଇଛନ୍ତି।

ଅଦ୍ୟତନ ହୋଇଛି
Sudan News

Operation Kaveri

Advertisment

ସୁଦାନରେ ‘ଅପରେସନ କାବେରୀ’କୁ ଜୋରଦାର କରାଯାଇଛି। ୩ୟ ପର୍ଯ୍ୟାୟରେ ସୁଦାନରେ ଫସିଥିବା ୧୩୫ ଭାରତୀୟ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ସୁଦାନ ପୋର୍ଟରୁ ସାଉଦି ଆରବର ଜେଦାହକୁ ଅଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୭୮, ୨ୟ ପର୍ଯ୍ୟାୟରେ ୧୪୮ ଓ ତୃତୀୟ ପର୍ଯ୍ୟାୟରେ ୧୩୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: କ୍ଷମତା ଲୋଭ ପାଇଁ ସୁଦାନ ସଂଘର୍ଷ ! ଦେଶକୁ ହାତମୁଠାରେ ରଖିବାକୁ ମୁହାଁମୁହିଁ ୨ ଜେନେରାଲ୍

ସୁଦାନରେ ଗୃହ ଯୁଦ୍ଧ ପରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ଫେରାଇ ନେଉଛନ୍ତି । ଅପରେସନ ‘କାବେରୀ’ ଜରିଆରେ ବିମାନ ଓ ଜଳ ପଥରେ ନାଗରିକଙ୍କୁ ଅଣାଯାଉଛି । ବ୍ୟାପକ ହିଂସା ଯୋଗୁ ସୁଦାନରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷତି ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ ‘କାବେରୀ’ ଆରମ୍ଭ କରିଛନ୍ତି । ସୋମବାର ଏହି ଅପରେସନ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଦେଇଥିଲେ।

Advertisment

ଅପରେସନ ‘କାବେରୀ’ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଦାନରେ ଦେଖାଯାଇଥିବା ହିଂସାତ୍ମକ ସ୍ଥିତିର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ସେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନଙ୍କ ତତ୍ତ୍ୱାବଧାନରେ ଅପରେସନ କରିବାକୁ କହିଥିଲେ। ସୋମବାର ଠାରୁ ଅପରେସନ ଆରମ୍ଭ କରାଯାଇଥିଲା।

Sudan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ