Advertisment

ଗୋଟିଏ ମିସ୍‌ଡ କଲ୍‌ ଦେଲେ ଶିଖିବେ ସଂସ୍କୃତ

ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ୟୁପି ସରକାର ଅନ୍‌ଲାଇନ କ୍ଲାସ ଆରମ୍ଭ କରିଛନ୍ତି। କେବଳ ଉତ୍ତର ପ୍ରଦେଶ ନୁହେଁ, ଅନ୍ୟ ରାଜ୍ୟର ଛାତ୍ରମାନେ ମଧ୍ୟ ଅନ୍‌ଲାଇନ୍‌ରେ ସଂସ୍କୃତ ଶିକ୍ଷା କରିପାରିବେ।

ଅଦ୍ୟତନ ହୋଇଛି
ଗୋଟିଏ ମିସ୍‌ଡ କଲ୍‌ ଦେଲେ ଶିଖିବେ ସଂସ୍କୃତ

online sanskrit teaching

Advertisment

ଲକ୍ଷ୍ନୌ:ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ୟୁପି ସରକାର ଅନ୍‌ଲାଇନ କ୍ଲାସ ଆରମ୍ଭ କରିଛନ୍ତି। କେବଳ ଉତ୍ତର ପ୍ରଦେଶ ନୁହେଁ, ଅନ୍ୟ ରାଜ୍ୟର ଛାତ୍ରମାନେ ମଧ୍ୟ ଅନ୍‌ଲାଇନ୍‌ରେ ସଂସ୍କୃତ ଶିକ୍ଷା କରିପାରିବେ। ଅନ୍‌ଲାଇନ କ୍ଲାସ ଜରିଆରେ ଶ୍ଲୋକ, କର୍ମକାଣ୍ଡ, ଆଧ୍ୟାତ୍ମ ପରିଚୟ, ଶାସ୍ତ୍ର ଆଦି ବିଷୟରେ ଶିକ୍ଷା ଦିଆଯିବ। ଏପରକି ବିଦେଶରେ ଥିବା ଛାତ୍ରଙ୍କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ୟୁପି ସରକାର ଯୋଜନା କରିଛନ୍ତି। ବିଦେଶରେ ରହୁଥିବା ଛାତ୍ରଙ୍କ ପାଇଁ ଏକ ଅଲଗା ଅନଲାଇନ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶର  ଯେ କୌଣସି ରାଜ୍ୟରୁ ଗୋଟିଏ ମିସ୍‌ଡ କଲ୍‌ଡ ଦେଲେ ସଂସ୍କୃତ ଅନଲାଇନ କ୍ଲାସ୍‌ରେ ସାମିଲ ହୋଇ ପାରିବ। ତେବେ କ୍ଲାସରେ ଜଏନ କରିବା ପୂର୍ବରୁ ଏକ ଅନଲାଇନ ଫର୍ମ ପୂରଣ କରିବା ଦରକାର। 

Advertisment

ୟୁପି ସଂସ୍କୃତ ସଂସ୍ଥାନର ଅଧ୍ୟକ୍ଷ ଡା.ବାଚସ୍ପତି ମିଶ୍ରଙ୍କ କହିବା ଅନୁଯାୟୀ, ୟୁପି ସଂସ୍କୃତ ସଂସ୍ଥାନ ସମ୍ଭାଷଣ ପ୍ରଶିକ୍ଷଣ ହେଲ୍‌ପ ଲାଇନ ତାର କାର୍ଯ୍ୟକୁ ବ୍ୟାପକ କରୁଛି। ସଂସ୍କୃତ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ସେ ଦେଶ ଭିତରୁ ହୁଅନ୍ତୁ ବା ବାହାରୁ ଏହି ହେଲ୍‌ପ ଲାଇନ ଦ୍ୱାରା ଶିକ୍ଷା ଗ୍ରହଣ କରିପାରିବେ। ଅନ୍‌ଲାଇନରେ ସଂସ୍କତ ଶ୍ଲୋକ, କର୍ମକାଣ୍ଡ ଆଦି ଶିଖି ପାରିବେ। ଏହି ହେଲ୍‌ପ ଲାଇନ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ହେଲ୍‌ପ ଲାଇନ ନମ୍ବରକୁ ହ୍ୱଟ୍‌ସ ଅପ ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ସଂସ୍ଥାନ ବିଦେଶୀ ଛାତ୍ରଙ୍କ ପାଇଁ ଅଲଗା ହେଲ୍‌ପ ଲାଇନ ନମ୍ବର ରଖିଛି। 

Advertisment

ସଂସ୍ଥାନର ଅଧ୍ୟକ୍ଷ ବାଚସ୍ପତି ମିଶ୍ରଙ୍କ କହିବା ଅନୁଯାୟୀ, ଅନଲାଇନରେ ସଂସ୍କୃତ ଶିଖିବା ପାଇଁ ଲୋକଙ୍କ ଆଗ୍ରହ ବଢୁଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାରରୁ ଅଧିକ ଲୋକ ଭର୍ଚୁଆଲ କ୍ଲାସରେ ସଂସ୍କୃତ ଶିଖିବା ପାଇଁ ରେଜିଷ୍ଟ୍ରେଶନ କରିସାରିଲେଣି। ୧୫୫୩ ଜଣ ଛାତ୍ର ବର୍ତ୍ତମାନ କ୍ଲାସ କରୁଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ପ୍ରତିଦିନ ୪୭ ଅନଲାଇନ କ୍ଲାସ ଆୟୋଜନ କରାଯାଉଛି। 

ସଂସ୍କୃତ ସଂସ୍ଥାନ ପକ୍ଷରୁ ସଂସ୍କୃତ କହିବା, ପଢିବା ଏବଂ ଶିଖିବା ପାଇଁ ଆଗ୍ରହୀ ବ୍ୟକ୍ତି ମୋବାଇଲ ନମ୍ବର  9522340003 ରେ ଏକ ମିସ୍‌ଡ କଲ୍‌ ଦେଲେ ଭର୍ଚୁଆଲ କ୍ଲାସରେ ରେଜିଷ୍ଟ୍ରେଶନ କରିପାରିବେ। ରେଜିଷ୍ଟ୍ରେଶନ କରିବା ପୂର୍ବରୁ ଗୁଗୁଲ୍‌ରେ ଏକ ଫର୍ମ ପୂରଣ କରିବାକୁ ପଡ଼ିବ। ‍ଫର୍ମରେ ଆପଣଙ୍କୁ ନିଜର ବ୍ୟବସାୟ, ଚାକିରି ଏବଂ ଶିକ୍ଷାଗତ ଯୋଗ୍ୟତା ବିଷୟରେ ତଥ୍ୟ ଦେବାକୁ ପଡ଼ିବ। 

Advertisment
Online Classes Online Sanskrit Class
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ