ଅଦ୍ୟତନ ହୋଇଛି
Pahalgam
Advertisment
ସେଦିନ ଶାନ୍ତ ପରିବେଶରେ ଗର୍ଜନ କରିଥିଲା ଆତଙ୍କୀଙ୍କ ବନ୍ଧୁକ । ପର୍ଯ୍ୟଟକଙ୍କ ରକ୍ତରେ ଲାଲ୍ ହୋଇ ଯାଇଥିଲା ଭାରତର ମିନି ସୁଇଜରଲ୍ୟାଣ୍ଡ । ସବୁଜ ପରିବେଶ ନିମିଷକରେ ହୋଇଥିଲା ରକ୍ତ ରଞ୍ଜିତ। ପହଲଗାମ ନରସଂହାରକୁ ଇତିମଧ୍ୟରେ ବିତିଯାଇଛି ୧ ମାସ । ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଲଞ୍ଚ କରାଯାଇଛି । ପାକିସ୍ତାନର ଏୟାରବେସକୁ ଧ୍ବଂସ କରାଯାଇଛି । ତଥାପି ପୂରା ହୋଇନି ପହଲଗାମ୍ ପ୍ରତିଶୋଧ । ନିଜ ଆତ୍ମୀୟ ପରିଜନଙ୍କୁ ହରାଇଥିବା ପରିବାର ଆଖିରୁ ଲୁହ ଏଯାଏ ଶୁଖି ନଥିବାବେଳେ ଯେଉଁ ୪ ଜଣ ଆତଙ୍କୀ ଏହି ଆକ୍ରମଣରେ ସାମିଲ ଥିଲେ ସେମାନଙ୍କର ପତ୍ତା ମିଳି ପାରିନାହିଁ ।
Advertisment
- ଭୂସ୍ୱର୍ଗ କାଶ୍ମୀରର ପହଲଗାମ । ପର୍ଯ୍ୟଟକଙ୍କ କୋଳାହଳରେ ହସି ଉଠୁଥିବା ପରିବେଶ ଏପ୍ରିଲ ୨୨ ତାରିଖରେ ହଠାତ୍ କୋକୁଆ ଭୟରେ ଥରି ଉଠିଥିଲା । କେହି କିଛି ବୁଝିବା ଆଗରୁ ରକ୍ତରଞ୍ଜିତ ହୋଇ ଯାଇଥିଲା ପୂରା ପରିବେଶ। ସବୁଜ ବନାନୀର ପ୍ରାଚୀର ଭିତରେ ନାରକୀୟ କାଣ୍ଡ ଭିଆଇଥିଲେ ଆତଙ୍କବାଦୀ । ନାଁ ଆଉ ଧର୍ମ ପଚାରି ଆତଙ୍କୀ ଖେଳିଥିଲେ ରକ୍ତର ହୋଲି ।
- ଏହି ଆକ୍ରମଣରେ 26 ଜଣ ନାଗରିକ ପ୍ରାଣ ହରାଇଥିଲେ । ଯେଉଁଥିରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକ ରହିଥିଲେ । ମୃତକଙ୍କ ମଧ୍ୟରେ ଜଣେ ୨୫ ଜଣ ହିନ୍ଦୁ ରହିଥିବା ବେଳେ ଜଣେ ସ୍ଥାନୀୟ ମୁସଲମାନ ପୋନି ରାଇଡର ପ୍ରାଣ ହରାଇଥିଲେ । ସେହିପରି ୧୬ରୁ ଅଧିକ ଆହତ ହୋଇଥିଲେ ।
- ସୟଦ ଆଦିଲ ହୁସେନ ଶାହ ନାମକ ଜଣେ ସ୍ଥାନୀୟ ପୋନି ରାଇଡର ଏହି ଘଟଣାରେ ପ୍ରାଣ ହରାଇଥିଲେ । ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଆକ୍ରମଣକାରୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରି ନିହତ ହୋଇଥିଲେ ଆଦିଲ ।
- ଏହି ଘଟଣା ପରେ ଭାରତ ମାଟିରେ ହୋଇଥିବା ଏହି ବର୍ବର ଆକ୍ରମଣକୁ ସମଗ୍ର ବିଶ୍ବ ନିନ୍ଦା କରିଥିଲା। ବିଶ୍ବର ଏକାଧିକ ରାଷ୍ଟ୍ର ଏହି ଘଟଣାକୁ ନିନ୍ଦା କରିଥିଲେ ।
- ଯାହା ଲସ୍କର-ଏ-ତୋଏବା ସହ ଜଡ଼ିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପରେ ଟିଆରଏଫ ନିଜ ଦ୍ବାରା କରାଯାଇଥିବା ଦାବିରୁ ଓହରି ଯାଇଥିଲା ।
- ଭାରତ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯିବ ବୋଲି ସାଧାରଣରେ ଆଲୋଚନା ହୋଇଥିଲା । ଏପରିକି ବିରୋଧୀ ଦଳଙ୍କୁ ନେଇ ସର୍ବଦଳୀୟ ବୈଠକ ଆୟୋଜନ କରିଥିଲେ ସରକାର ।
- ବିଭିନ୍ନ ବିପକ୍ଷ ଦଳ ପକ୍ଷରୁ ସରକାରଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରାଯିବା ନେଇ ଘୋଷଣା କରାଯାଇଥିଲା । ୩ ସେନାର ମୁଖ୍ୟ, ଏନଏସଏଙ୍କ ସହିତ ପ୍ରଧାନମନ୍ତ୍ରୀ ଘନଘନ ବୈଠକ କରିଥିଲେ ।
- ଭାରତ ପକ୍ଷରୁ ଇଣ୍ଡସ ୱାଟର ଟ୍ରିଟିକୁ ଖାରଜ କରାଯାଇଥିଲା। ଅନ୍ୟ ପକ୍ଷରେ ପାକିସ୍ତାନ ସିମଲା ରାଜିନାମାକୁ ବାତିଲ କରିଥିଲା ।
- ଆତଙ୍କବାଦ ବିରୋଧରେ ଲଢେଇ ସ୍ବରୂପ ମେ ୬ ତାରିଖ ମଧ୍ୟରାତ୍ରିରେ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିଲା ଅପରେସନ ସିନ୍ଦୂର । ଏହାର ଉଦ୍ଦେଶ୍ୟ ଥିଲା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳଗୁଡ଼ିକୁ ମାଟିରେ ମିଶାଇବା । ଯେଉଁଥିରେ ଆମ ସେନା ସଫଳ ମଧ୍ୟ ହୋଇଥିଲା । ୨୧ଟି ପ୍ରିସିସନ ଆଟାକ ମାଧ୍ୟମରେ ୯ଟି ଆତଙ୍କବାଦୀ ଆଡ୍ଡା ସ୍ଥଳକୁ ଉଡାଇବାରେ ସଫଳ ହୋଇଥିଲା । ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା
- ୭ ତାରିଖ ରାତିରେ ସମୁଦାୟ ଭାରତ ଶୋଇଥିବା ବେଳେ ପାକିସ୍ତାନ ପକ୍ଷରୁ ମିସାଇଲ ମାଡ କରାଯାଇଥିଲା। ତେବେ ପାକିସ୍ତାନ ପକ୍ଷରୁ ମାଡ କରାଯାଇଥିବା ସମସ୍ତ ୧୫ ମିସାଇଲକୁ ମଝି ଆକାଶରେ ଫୁ କରି ଦେଇଥିଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ ।
- ପାକିସ୍ତାନ ପକ୍ଷରୁ ନିୟମିତ ଡ୍ରୋନ ଓ ମିସାଇଲ ମାଡ କରାଯାଇଥିବା ବେଳେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । ବ୍ରହ୍ମୋସ ମାଡରେ ଘାଇଲା ହୋଇଥିଲା ପାକିସ୍ତାନ । ଭାରତର ଆକ୍ରମଣରେ ୧୧ଟି ପାକିସ୍ତାନ ଏୟାରବେସ କ୍ଷତିଗ୍ରସ୍ତ ହୋଇଥିଲା ।
- ଭୀତତ୍ରସ୍ତ ପାକିସ୍ତାନ ପକ୍ଷରୁ ସିଜ ଫାୟାର ପାଇଁ ଅନୁରୋଧ କରାଯିବା ପରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା। ତେବେ ଭବିଷ୍ୟତରେ ଭାରତ ମାଟିରେ କୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ଭାବରେ ଗ୍ରହଣ କରାଯିବ ବୋଲି ଚେତାବଦୀ ଦେଇଥିଲା ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Pahalgam_1747892199.jpg)