• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିନ୍ଦୁ ଯୁବତୀଙ୍କ ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦେଲେ ମୁସଲମାନ ଯୁବକ । ହିଜାବ ବିବାଦ ଭିତରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ । ଧର୍ମକୁ ଆୟୁଧ କରି ଦେଶରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ନିଜର ମହତପଣିଆ ଜରିଆରେ ସେ କଡ଼ା ଜବାବ୍ ଦେଇଛନ୍ତି । ହିନ୍ଦୁ, ମୁସଲମାନ ଭିନ୍ନ ନୁହଁନ୍ତି ବରଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ ବୋଲି ଆଜି ସେ ପ୍ରମାଣିତ କରିଛନ୍ତି ।

ମଧ୍ୟପ୍ରଦେଶର ଭୋପାଳ ସହରର ବରଖେଡ୍ ଫାଟକ ଅଞ୍ଚଳରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅଶୋକ ବିହାରରେ ରହୁଥିବା ଜଣେ ମୁସଲମାନ ଯୁବକ ମହବୁବ୍‌ ହିନ୍ଦୁ ଭଉଣୀର ଜୀବନ ବଞ୍ଚାଇବା ପାଇଁ ଟ୍ରେନ ତଳକୁ ଡେଇଁପଡିଛନ୍ତି । ସୋସିଆଲ ମିଡିଆରେ ସେହି ଦିନର ଭିଡିଓ ହେବାରେ ଲାଗିଛି । ଜଣେ ଯୁବକ ଏବଂ ଯୁବତୀ ଚଳନ୍ତା ଟ୍ରେନ୍ ତଳେ ପଡ଼ିଥିବାର ଦେଖିବାକୁ ମିଳୁଛି ।

ମେହବୁବ ରାତି ପ୍ରାୟ ୮ଟାରେ ନମାଜ ପଢ଼ିସାରି ଘରକୁ ଫେରୁଥିଲେ । ଆଉ ସେହି ସମୟରେ ସେ ସ୍ନେହାକୁ ଦେଖିବାକୁ ପାଇଥିଲେ । ସ୍ନେହା ଟ୍ରେନ୍ ଫାଟକ ପାରିହେବାକୁ ଚେଷ୍ଟା କରୁଥିଲେ ସେ । ହେଲେ ଦୁର୍ଭାଗ୍ୟବଶତଃ ହଠାତ୍ ବିକଟାଳ ଶବ୍ଦ କରି ମାଡ଼ିଆସିଥିଲା ଲୌହଦାନବ । ଆଉ ଟ୍ରେନ୍ ଟ୍ରାକ୍ ମଧ୍ୟରେ ଫସିଗଲେ ଯୁବତୀ ଜଣକ । ଏହା ଦେଖି ସମସ୍ତେ ଜୋରରେ ପାଟି କରିବା ଆରମ୍ଭ କରିଲେ । ହେଲେ କେହି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ ।

ତେବେ ସ୍ନେହ ଚିତ୍କାର କରୁଥିବା ବେଳେ ନିଜ ଜୀବନ କଥା ଚିନ୍ତା ନକରି ଟ୍ରେନ ତଳକୁ ଡେଇଁ ପଡ଼ିଥିଲେ ମେହବବୁ । ଏହା ପରେ ଦୁହେଁ ସିଧା ଟ୍ରେନ୍ ତଳେ ଶୋଇ ରହି ଟ୍ରେନ୍ ଚାଲିଯିବାକୁ ଅପେକ୍ଷା କରିଥିଲେ । ଆଉ ଟ୍ରେନ୍ ଚାଲିଯିବା ପରେ ଉଭୟେ ଟ୍ରାକ୍‌ରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତେବେ ତାଙ୍କର ମହନୀୟତା ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା ହେବା ସହ ତାଙ୍କୁ ସମସ୍ତେ ପ୍ରଶଂସାରେ ପୋତି ପକାଉଛନ୍ତି ।