/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691572942.jpg)
Knife Attack In Court Premises
ହରିୟାଣା ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଯିଏ କି ଫତେହାବାଦ କୋର୍ଟ ପରିସରରେ ଅନ୍ୟ ଜଣଙ୍କୁ କରିଥିଲା ଆକ୍ରମଣ । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛି ପୋଲିସ । ଖାଲି ସେତିକି ନୁହେଁ ପୋଲିସ ଏହା ମଧ୍ୟ କହିଛି, ଯେଉଁ ବ୍ୟକ୍ତିକୁ ଗିରଫ କରାଯାଇଛି, ତା ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି ।
ସ୍ଥାନୀୟ ଡିସିପି ଜଗଦିଶ କାଜଲା କହିଛନ୍ତି, ବବ୍ଲୁ ନାମକ ଜଣେ ବ୍ୟକ୍ତି ଯିଏ କି ଜଣ୍ଡୱାଲା ସୋଟାର ଗାଁର ମୂଳ ବାସିନ୍ଦା । ସେ ଗୋଟିଏ ସଙ୍ଗୀନ ଅପରାଧିକ ମାମଲାର ମୁକ ସାକ୍ଷୀ ଥିଲେ । ତେଣୁ ସେ କୋର୍ଟ ଆସିଥିଲେ । କୋର୍ଟରେ ଆଗାମୀ ତାରିଖ କେବେ ପଡ଼ିବ ସେନେଇ ବୁଝିବାକୁ ଓକିଲ ଚାମ୍ବରକୁ ଯାଇଥିଲେ ।
ସେଠାରେ ଅନ୍ୟ କିଛି ଲୋକଙ୍କ ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା । ସେମାନଙ୍କ ନାଁ ସୋନୁ, ଲଖନ୍, ଭିରଦାନିଆ । ଏହି ତିନି ଜଣ ବବ୍ଲୁକୁ ସେଠାରେ ଆକ୍ରମଣ କରିଥିଲେ ।
ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)