Advertisment

ଓମ୍‌ ବିର୍ଲା ନା କେ ସୁରେଶ...କିଏ ହେବେ ବାଚସ୍ପତି ? ଲାଗି ରହିଛି ସସପେସନ୍ସ

୧୮ ତମ ଲୋକସଭା ଅଧିବେଶନ କାଲିଠାରୁ ଆରମ୍ଭ ହେବ। ତେବେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା ।

ଅଦ୍ୟତନ ହୋଇଛି
Om Birla To File Nomination As Lok Sabha Speaker

Lok Sabha Speaker

Advertisment

ଲୋକସଭା ବାଚସ୍ପତି କିଏ ହେବେ ସେନେଇ ଚାଲିଛି ଚର୍ଚ୍ଚା। ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିରୋଧୀ ନିଜ ନିଜର ବାଚସ୍ପତି ପ୍ରାର୍ଥୀ ଚୟନ କରି ସାରିଛନ୍ତି। ଆଜି ଶାସକ ଏନ୍‌ଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ପୁଣି ଥରେ ଓମ୍‌ ବିର୍ଲାଙ୍କୁ ବାଛିଥିବା ବେଳେ ବିରୋଧୀ ଇଣ୍ଡିଆ ବ୍ଳକ୍‌ କେ ସୁରେଶଙ୍କୁ ତାଙ୍କର ପ୍ରାର୍ଥୀ ଭାବେ ଚୟନ କରିଥିବା ଜଣାପଡିଛି । ତେବେ ଲୋକସଭା ବାଚସ୍ପତି ପଦକୁ ନେଇ ଚାଲିଥିବା ସସପେନସ ପରେ ଓମ୍ ବିର୍ଲା ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବାଚସ୍ପତି ନିର୍ବାଚନ ହେବ। ସୂତ୍ରରୁ ଜାଣିବାକୁ ମିଳିଛି ଯେ ସରକାର ଉପ ବାଚସ୍ପତି ପଦ ବିରୋଧୀ ଇଣ୍ଡିଆ ବ୍ଲକ୍‌କୁ ଦେବାକୁ ରାଜି ନହେବାରୁ କଂ‌ଗ୍ରେସ ୮ ଥର ଧରି ସାଂସଦ ହୋଇଥିବା କେ ସୁରେଶଙ୍କୁ ନିଜର ବାଚସ୍ପତି ପ୍ରାର୍ଥୀ ଭାବେ ବାଛିଛି। ଶାସକ ଦଳ ପୁଣି ଥରେ ଓମ ବିର୍ଲାଙ୍କୁ ବାଚସ୍ପତି ପଦ ପାଇଁ ବାଛିବା ପରେ ବିରୋଧୀ ଉପ ବାଚସ୍ପତି ପଦ ପାଇଁ ଦାବି କରିଥିଲେ। ମାତ୍ର ଶାସକ ଦଳ ଉପ ବାଚସ୍ପତି ପଦ ପାଇଁ କୌଣସି ନିଶ୍ଚିତତା ପ୍ରଦର୍ଶନ ନକରିବାରୁ ବିରୋଧୀ ପକ୍ଷରୁ ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ବଛାଯାଇଛି।

ଅଧିକ ପଢ଼ନ୍ତୁ: ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର, ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

Advertisment

୧୮ ତମ ଲୋକସଭା ଅଧିବେଶନ କାଲିଠାରୁ ଆରମ୍ଭ ହେବ। ତେବେ ଆଜି ବାଚସ୍ପତି ପଦ ପାଇଁ ନାମଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା । ଶାସକ ଦଳ ବିରୋଧୀଙ୍କ ସହ ତାଙ୍କ ନାମକୁ ନେଇ ଆଲୋଚନା କରିଥିବା ବେଳେ ଏହା ଫଳପ୍ରଦ ହୋଇନାହିଁ । ବିରୋଧୀ ଇଣ୍ଡିଆ ମେଣ୍ଟ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇଛି । ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରଶଙ୍କୁ ବାଚସ୍ପତି ପ୍ରାର୍ଥୀ କରାଯାଇଛି । ସେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆଜି ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଆଜି ଅବଶିଷ୍ଟ ସାଂସଦମାନେ ଶପଥ ଗ୍ରହଣ କରୁଛନ୍ତି। ଆସନ୍ତାକାଲି ନୂଆ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଓମ୍‌ ବିଲା ୪୧,୦୦୦ ଭୋଟ୍‌ ମାର୍ଜିନରେ କୋଟା ଲୋକସଭା ଆସନ ଜିତିଛନ୍ତି। ସେହିପରି କେ ସୁରେଶ ଅଷ୍ଟମ ଥର ଲାଗି ସାଂସଦ ବନିଛନ୍ତି। ସେ ପୂର୍ବରୁ ୟୁପିଏ ସରକାରର ଦ୍ବିତୀୟ ପାଳିରେ କେନ୍ଦ୍ର ମନ୍ତ୍ରୀ ରହି ସାରିଛନ୍ତି। ଏବେ କାମଚଳା ବାଚସ୍ପତି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ରହିଛନ୍ତି। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ।

Advertisment

Om Birla Speaker Lok Sabha Speaker Loksabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ