Advertisment

Centre's Notice To Ola Uber: OLA-Uberକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌; କହିଲେ, ଫୋନ୍‌ ବଦଳିଲେ କାହିଁକି ବଦଳୁଛି ଭଡ଼ା

କେନ୍ଦ୍ର ନୋଟିସ୍‌ ଦେଇ ପଚାରିଛି ଯେ, OLA-Uber ରେ ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି ?

ଅଦ୍ୟତନ ହୋଇଛି
OLA-Uberକୁ ନୋଟିସ୍‌

OLA-Uberକୁ ନୋଟିସ୍‌

Advertisment

ଏବେ ସମସ୍ତେ ଅନଲାଇନ୍‌ ଟ୍ୟାକ୍ସି ଉପରେ ବେଶ୍‌ ନିର୍ଭରଶୀଳ । କୌଣସି ସ୍ଥାନକୁ ଯିବାକୁ ହେଲେ ଆମେ ପ୍ରାୟ ଅନଲାଇନ୍‌ ଟ୍ୟାକ୍ସି ବୁକ୍‌ କରି ଯାଉଛେ । କିନ୍ତୁ ଏବେ କେନ୍ଦ୍ର ସରକାର ଅନଲାଇନ୍‌ ଟ୍ୟାକ୍ସି ଯୋଗାଉଥିବା ଦେଶର ଦୁଇଟି ପ୍ରମୁଖ କମ୍ପାନୀକୁ ନୋଟିସ୍‌ ପଠାଇଛି । କେନ୍ଦ୍ର ସରକାର OLA ଏବଂ Uberକୁ ନୋଟିସ୍‌ ପଠାଇ ସେମାନଙ୍କଠୁ ଜବାବ ମାଗିଛନ୍ତି । କେନ୍ଦ୍ର ନୋଟିସ୍‌ ଦେଇ ପଚାରିଛି ଯେ, OLA-Uber ରେ ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି ? କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

Advertisment

ନ୍ୟୁଜ୍‌ ଏଜେନ୍ସି ‘PTI’ର ଏକ ରିପୋର୍ଟ ଅନୁଯାୟୀ, ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ୨୩ ଜାନୁଆରୀ ୨୦୨୫ରେ କହିଛନ୍ତି ଯେ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) କ୍ୟାବ୍ ସେବା ପ୍ରଦାନକାରୀ OLA ଏବଂ Uberକୁ ସମାନ ଦେୟ ଦେବାକୁ ଏକ ନୂତନ ନିର୍ଦ୍ଦେଶ ଦେଇଛି । ବ୍ୟବହାରକାରୀଙ୍କ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡ୍ କିମ୍ବା iOS ରେ ଗୋଟିଏ ସ୍ଥାନକୁ ଯାତ୍ରା ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଉଥିବା ଅଭିଯୋଗରେ କମ୍ପାନୀକୁ ନୋଟିସ୍ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ୍ ହେବ 'ନନ୍ଦିଘୋଷ', ଏମିତି କହିଲେ ମେଜର୍ ରାଧିକା ସେନ୍

Advertisment

ପ୍ରହଲ୍ଲାଦ ଯୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି, "ଗ୍ରାହକ ବ୍ୟାପାର ବିଭାଗ CCPA ମାଧ୍ୟମରେ ପ୍ରମୁଖ କ୍ୟାବ୍ ଡ୍ରାଇଭର OLA ଏବଂ Uberକୁ ଏକ ନୋଟିସ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ଭିନ୍ନ ଭିନ୍ନ ମୋବାଇଲ୍ ଫୋନ୍ (ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍) ମାଧ୍ୟମରେ ସମାନ ସ୍ଥାନ ବୁକିଂ ପାଇଁ ଭିନ୍ନ ଭିନ୍ନ ଭଡା କାହିଁକି ନିଆଯାଉଛି ସେନେଇ ସ୍ପଷ୍ଟୀକରଣ ମଗାଯାଇଛି।

Advertisment

ସୂଚନା ଅନୁସାରେ ଗତ ମାସରେ, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ ଗ୍ରାହକ ଶୋଷଣ ପ୍ରତି ଶୂନ୍ୟ ସହନଶୀଳତା ରହିବ ଏବଂ ସିସିପିଏକୁ ଏହି ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କହିଥିଲେ । ସେ ଏପରି କାର୍ଯ୍ୟକଳାପକୁ ଗ୍ରାହକଙ୍କ ଅଧିକାରର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଥିଲେ ।

ଡିସେମ୍ବର ୨୦୨୪ରେ ଏହି ଘଟଣାଟି ସାମ୍ନାକୁ ଆସିଥିଲା ​​ଯେତେବେଳେ ଜଣେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ୟୁଜର୍ସ Uber ଆପରେ ଦୁଇଟି ଫୋନର ଏକ ଫଟୋ ସେୟାର କରିଥିଲେ ଯାହା ଏକ ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ଭିନ୍ନ ଭିନ୍ନ ଭଡା ଦର୍ଶାଉଥିଲା। ତାଙ୍କ ପୋଷ୍ଟ ଭାଇରାଲ ହେବା ପରେ, Uber ଅଭିଯୋଗର ଜବାବ ଦେଇଥିଲା ଏବଂ ଭିନ୍ନ ଭିନ୍ନ ଭଡ଼ା ଦେଖାଯିବାର କାରଣ ଫୋନ୍ ବୋଲି ଅସ୍ୱୀକାର କରିଥିଲା ।

ଅଧିକ ପଢ଼ନ୍ତୁ: ଅପରେସନ ପରେ ଫେରିଲେ ଯବାନ; ବଖାଣିଲେ ଲୋମଟାଙ୍କୁରା କାହାଣୀ; କହିଲେ..

India Uber India Ola Riding Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ