Advertisment

ଅଫଲାଇନ୍‌ରେ ଏବେ ମିଳିବନି ନୂଆ ମୋବାଇଲ୍‌ ସିମ୍ କାର୍ଡ଼

ଏଣିକି ଅଫଲାଇନ୍‌ରେ ମିଳିବନି ସିମ୍ କାର୍ଡ । ଜାଲ ସିମ୍ କାର୍ଡ ଘଟଣାକୁ ନେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ନିୟମ ଅନୁଯାୟୀ ସିମ୍ ବ୍ୟବହାରକାରୀଙ୍କୁ ନୂଆ ନିୟମକୁ ମାନିବାକୁ ପଡିବ । ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆ ଯାଇଛି । ଗ୍ରାହକ ମାନେ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ନିଉ ସିମ୍ ଇନ୍ସୁରାନ୍ସ ରୁଲ୍ସ କରାଯାଇଛି ।

sim cards

sim cards

Advertisment

ନୂଆଦିଲ୍ଲୀ: ଏଣିକି ଅଫଲାଇନ୍‌ରେ ମିଳିବନି ସିମ୍ କାର୍ଡ । ଜାଲ ସିମ୍ କାର୍ଡ ଘଟଣାକୁ ନେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ନିୟମ ଅନୁଯାୟୀ ସିମ୍ ବ୍ୟବହାରକାରୀଙ୍କୁ ନୂଆ ନିୟମକୁ ମାନିବାକୁ ପଡିବ । ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆ ଯାଇଛି । ଗ୍ରାହକ ମାନେ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ନିଉ ସିମ୍ ଇନ୍ସୁରାନ୍ସ ରୁଲ୍ସ କରାଯାଇଛି ।

Advertisment

ସାରା ଦେଶ ଏବେ ଡିଜିଟାଲ ପଦ୍ଧତିକୁ ଆପଣେଇଲେଣି । ଏହାକୁ ନଜରରେ ରଖି ଦୂର ସଞ୍ଚାର ବିଭାଗର ନିୟମ ଅନୁଯାୟୀ ଗ୍ରାହକ ମାନଙ୍କୁ ଅଫ ଲାଇନ୍ ଫର୍ମ ପୂରଣ କରିବାକୁ ପଡିବନି । ଏହା ବଦଳରେ ଗ୍ରାହକ ଡିଜିଟାଲ ଫର୍ମ ଭରି ନୂଆ ସିମ କାର୍ଡ ପାଇ ପାରିବେ। ଏନେଇ କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ KYC ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଟେଲିକମ୍ କମ୍ପାନୀର ସୂଚନା ଅନୁସାରେ ଟେଲିକମ୍ କମ୍ପାନୀର ଆପ୍ କିମ୍ବା ଅଫିସିଆଲ ୱେବସାଇଟରେ ଯାଇ KYC ଫର୍ମ ପୂରଣ କରି ପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୧ ଟଙ୍କା ଭରିବାକୁ ପଡ଼ିବ। ଏହାସହ ପୋଷ୍ଟପେଡ ନମ୍ବରକୁ ପ୍ରିପେଡ ଏବଂ ପ୍ରିପେଡକୁ ପୋଷ୍ଟ ପେଡ କରିବା ପାଇଁ ଆଉ କିଛି ଫର୍ମ ଭରିବାକୁ ପଡ଼ିବ ନାହିଁ । ତେବେ ଜାଣି ନିଅନ୍ତୁ ଫର୍ମ କେମିତି ପୂରଣ କରିବେ । ପ୍ରଥମେ ଫୋନରେ ସିମ୍ ପ୍ରୋଭାଇଡର ଆପକୁ ଡାଉନଲୋଡ କରନ୍ତୁ । ଏହାପରେ ନିଜ ନମ୍ବର ଦଶ ଡିଜିଟ୍ ନମ୍ବରକୁ ରେଜିଷ୍ଟର କରନ୍ତୁ ।ଏହାପରେ ଆପଣଙ୍କ ଫୋନକୁ ଏକ ଓ୍ଵାନ ଟାଇମ ପାସଓ୍ଵାର୍ଡ ଆସିବ । ଏହି ପାସୱାଡ଼ ସାହାଯ୍ୟରେ ଆପଣ ଲଗ୍‌ଇନ କରିବେ ।ସର୍ବଶେଷରେ ନିଜର KYC ଫର୍ମକୁ ଫିଲଅପ୍ କରନ୍ତୁ।

Advertisment

ସୂଚନା ଅନୁସାରେ ଭାରତୀୟ କଣ୍ଟାକ୍ଟ ଲ’ ୧୮୭୨ ଅଧୀନସ୍ଥ ଏହି ନିୟମ ୧୮ ବର୍ଷରୁ ଅଧିକ ବୟସର ଗ୍ରାହକଙ୍କ ପାଇଁ ଲାଗୁ କରାଯାଇଛି। ଏହା ସହ ଜଣେ ଲୋକ ନିଜ ନାମରେ କେବଳ ୧୨ଟି ସିମ୍ କିଣି ପାରିବେ । ୧୨ଟି ସିମ୍ ମଧ୍ୟରୁ ୯ଟି ସିମ୍ ମୋବାଇଲ କଲିଂ ପାଇଁ ବ୍ୟବହାର କରି ପାରିବେ ।

New Delhi New Mobile SIM Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ