/odishatv-khabar/media/post_attachments/uploadimage/library/16_9/16_9_0/Delhi_Case_1728823041.jpg)
Delhi Case
ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ପୋଲିସ ଏନେଇ ଅଧିକ ତଦନ୍ତ ଚଲାଇଛି। ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଏକାଧିକ ଟିମ ଗଠନ କରିଥିବା ସୂଚନା ଦେଇଛି । ଦିଲ୍ଲୀର ସରାଇ କାଲେ ଖାନ୍ ଅଞ୍ଚଳରୁ ମହିଳାଙ୍କୁ ଅର୍ଦ୍ଧଚେତନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
Advertisment
୩୪ ବର୍ଷୀୟା ମହିଳାଙ୍କୁ ଅର୍ଦ୍ଧଚେତନ ଅବସ୍ଥାରେ ଶୁକ୍ରବାର ଭୋର୍ ପ୍ରାୟ ସାଢ଼େ ୩ଟା ବେଳେ ଉଦ୍ଧାର କରାଯାଇଛି । ଦିଲ୍ଲୀ ଏମ୍ସର ଟ୍ରମା କେୟାରରେ ମହିଳାଙ୍କୁ ଚିକିତ୍ସା କରାଯାଉଛି । ତେବେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ପୋଲିସ ପକ୍ଷରୁ କୁହଯାଇଛି । ମିଳିଥିବା ସୂଚନା ମୁତାବକ ଦିଲ୍ଲୀରେ ମହିଳା ଜଣକ ଦୀର୍ଘ ଦିନ ଧରି ରହୁଥିଲେ । ସେ କୌଣସି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)