Advertisment

Odisha-West Bengal Border Dispute: ଖୁଣ୍ଟ ପୋତୁଛି, ରାସ୍ତା ଭାଙ୍ଗୁଛି; ଓଡ଼ିଶା ସୀମାରେ ଥମୁନି ଦିଦିଙ୍କ ଦାଦାଗିରି !

୮୨ ଗାଁ ଉପରେ ପଶ୍ଚିମବଙ୍ଗର ଲୋଲୁପ ନଜର ! ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱର ବ୍ଲକର ଗୋଟିଏ କି ଦୁଇଟି ନୁହେଁ, ୮୨ଟି ଗାଁ ସୀମା ବିବାଦରେ ଛନ୍ଦି ହୋଇଥିବା ସୂଚନା ମିଳିଛି।

Odisha-West Bengal Border Dispute Escalates: Local Response Grows Amid Tensions

Odisha-West Bengal Border Dispute Escalates: Local Response Grows Amid Tensions

Advertisment

ପୁଣି ସୀମା ବିବାଦକୁ ନେଇ ଓଡ଼ିଶା ପଶ୍ଚିମବଙ୍ଗ ଛକାପଂଝା । ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ଜଳେଶ୍ବର ସୀମାନ୍ତ ଗାଁରେ ପଶ୍ଚିମବଙ୍ଗର ଅନଧିକାର କ୍ଷମତା ଜାହିରକୁ ମୁହଁତୋଡ଼ ଜବାବ ଦେଉଛନ୍ତି ସ୍ଥାନୀୟ ଲୋକେ। ଗତମାସଠୁ ସାହାବାଜିପୁର ପରେ ଶଗଡ଼ା ସାହି ଗାଁରେ ପଶ୍ଚିମବଙ୍ଗର ହରକତ ବଢ଼ିଥିବା ବେଳେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୋଗରାଇ ବିଧାୟକ ଏବଂ ରାଜସ୍ବ ମନ୍ତ୍ରୀ । ଏଭିତରେ ସୂଚନା ମିଳିଛି ଯେ, ସୀମାନ୍ତ ଅଞ୍ଚଳର ୮୨ଟି ଗାଁରେ ଲାଗି ରହିଛି ସୀମା ବିବାଦ ।

Advertisment

କେତେବେଳେ ଖୁଣ୍ଟ ପୋତୁଛି ! କେତେବେଳେ ରାସ୍ତା ଭାଙ୍ଗୁଛି ! ଓଡ଼ିଶା ସୀମାରେ ଥମୁନି ଦିଦିଙ୍କ ଦାଦାଗିରି !  ୮୨ ଗାଁ ଉପରେ ପଶ୍ଚିମବଙ୍ଗର ଲୋଲୁପ ନଜର ! ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱର ବ୍ଲକର ଗୋଟିଏ କି ଦୁଇଟି ନୁହେଁ, ୮୨ଟି ଗାଁ ସୀମା ବିବାଦରେ ଛନ୍ଦି ହୋଇଥିବା ସୂଚନା ମିଳିଛି। ବାରମ୍ବାର ବୈଠକ ପରେ ବି, ଓଡ଼ିଶାର ବିଭିନ୍ନ ସୀମାବର୍ତ୍ତୀ ଗାଁକୁ କବଜା କରିବାକୁ ମସୁଧା ଜାରି ରଖିଛି ପଶ୍ଚିମବଙ୍ଗ। ଭୋଗରାଇ ସୀମାନ୍ତ ସାହାବାଜିପୁର ଓ କମର୍ଦ୍ଦା ଥାନା ଶଗଡ଼ା ସାହିରେ ପଶ୍ଚିମବଙ୍ଗର ବାରମ୍ବାର ଜବର ଦଖଲ ଉଦ୍ୟମ ହେଉଥିବାରୁ ତାତିଲେଣି ଲୋକେ। 

ନିକଟ ଅତୀତରେ ଗତ ମାର୍ଚ୍ଚ ପହିଲାରେ ପଶ୍ଚିମବଙ୍ଗ ରାଜସ୍ୱ ବିଭାଗ ଓ ଦୀଘା-ଶଙ୍କରପୁର ଉନ୍ନୟନ ବିଭାଗ ପକ୍ଷରୁ ସାହାବାଜିପୁରରେ ଖୁଣ୍ଟ ପୋତି ବେଆଇନ ଭାବେ ସୀମା ଜବର ଦଖଲ ଉଦ୍ୟମ ହୋଇଥିଲା । ସେହିପରି ମାର୍ଚ୍ଚ ୨୦ରେ କମର୍ଦ୍ଦା ଥାନା ଶଗଡ଼ା ସାହି ଗାଁକୁ ଯାଇଥିବା ୫ଶହ ମିଟର କଂକ୍ରିଟ ରାସ୍ତା ଭାଙ୍ଗି ନୂଆ ରାସ୍ତା ତିଆରି ପାଇଁ ମସୁଧା କରୁଥିଲେ ପଶ୍ଚିମବଙ୍ଗର ଜଣେ ଠିକାଦାର। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ କାମ ବନ୍ଦ କରିଥିଲେ ଏବଂ ବଙ୍ଗୀୟ ଠିକାଦାରଙ୍କୁ ତଡ଼ି ଦେଇଥିଲେ । ଜନ ଆକ୍ରୋଶକୁ ଦେଖି ସହାବାଜି ପୁର ପଶ୍ଚିମବଙ୍ଗ ରାଜସ୍ୱ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୀମାରେ ପୋତିଥିବା ସିମେଣ୍ଟ ଖୁଣ୍ଟକୁ ଦୀଘା-ଶଙ୍କରପୁର ଉନ୍ନୟନ ବିଭାଗର କର୍ମଚାରୀ ମାନେ ଖୁଣ୍ଟକୁ ଉପାଡ଼ି ନେଇ ପଳାଇ ଯାଇଥିଲେ। 

Advertisment

ଭୋଗରାଇ ଓ ଜଳେଶ୍ବର ସୀମାରେ ଓଡ଼ିଶା ପଶ୍ଚିମବଙ୍ଗ ଛକାପଂଝା ବହୁ ପୁରୁଣା। ୨୦୨୦ ନଭେମ୍ବର ୬ରେ ସାହାବାଜିପୁର ଗାଁରେ ଜେସିବି ଲଗାଇ ଉଚ୍ଛେଦ କାର୍ଯ୍ୟ କରିବା ସହ, କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଆସିଥିଲା ବଙ୍ଗ ପ୍ରଶାସନ। ସ୍ଥାନୀୟ ଲୋକେ ତୀବ୍ର ବିରାଧ କରିବାରୁ ବଙ୍ଗୀୟ ଅଧିକାରୀଙ୍କୁ ଫେରିବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦୟପୁର ବେଳାଭୂମିକୁ ହାତେଇବା ପାଇଁ ବହୁ ଯୋଜନା କରି ଆସୁଥିଲେ ମଧ୍ୟ ସଫଳ ହୋଇ ପାରି ନାହାନ୍ତି। 
ସେହିପରି ୨୦୦୭ରେ ୬ଟି ବିଦ୍ୟୁତ ଖୁଣ୍ଟ ସହାବାଜିପୁର ଗାଁରେ ପୋତାଯାଉଥିବା ଖବର ପାଇ ତତ୍କାଳୀନ ଜିଲ୍ଲାପାଳ ଖୁଣ୍ଟ ଉପାଡ଼ି ଫିଙ୍ଗିଥିଲେ। ପ୍ରାୟ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ଏହି ସମସ୍ୟା କୁହୁଳି କୁହୁଳି ଜଟିଳ ରୂପ ଧାରଣ କରୁଥିବା ବେଳେ, ଏହାର ସମାଧାନର ବାଟ ନବାହାରିବା ଚିନ୍ତାର ବିଷୟ ପାଲଟିଛି। ସେପଟେ ଏପ୍ରସଙ୍ଗରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରତିକ୍ରିୟା ରଖିବା ସହ, ନିଜସ୍ୱ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଦେଇ ଶଗଡ଼ା ସାହିରେ ଭଙ୍ଗା ଯାଇଥିବା ରାସ୍ତା କାମ ଆରମ୍ଭ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ଗତ ୮ ତାରିଖରେ ରାଜସ୍ବ ମନ୍ତ୍ରୀ ବାଲେଶ୍ବର ଗସ୍ତ କରି, ଏକ ସମୀକ୍ଷା ବୈଠକରେ ସୀମା ବିବାଦ ନେଇ ଆଲୋଚନା କରିଛନ୍ତି। ଏଥିସହ ଏହାର ତୁରନ୍ତ ସମଧାନ କରାଯିବ ବୋଲି ଭରସା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ