Advertisment

କ୍ରୁଜ୍ ବୁଲିବାକୁ ଯାଇଥିଲେ ରାଉରକେଲାର ୩୭ ଯୁବକ

କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେପଟେ ଆଜି ରିମାଣ୍ଡ ଅବଧି ସରିବା ପରେ ସ୍ୱତନ୍ତ୍ର କୋର୍ଟରେ ଆର୍ୟନଙ୍କୁ ହାଜର କରିଛି ଏନ୍‌ସିବି। ମିଳିଥିବା ଖବର ଅନୁସାରେ ଅକ୍ଟୋବର ୧୧ ଯାଏ ଆର୍ୟନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଏନସିବି।

Arrest during cruise Party

Arrest during cruise Party

Advertisment

ଭୁବନେଶ୍ୱର: ମୁମ୍ବାଇରୁ ଗୋଆ ଯାଉଥିବା ବିଳାସମୟ କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଚାଲିଥିବା ବେଳେ କ୍ରୁଜ୍ ବୁଲିବାକୁ ଯାଇଥିଲେ ରାଉରକେଲାର ୩୭ ଜଣ ଯୁବକ। ମନୀଷ ରାଜଗରିଆ ଏବଂ ଅଭିନ୍ ସାହୁଙ୍କ ସହ ଅନ୍ୟ ୩୫ ଜଣ ଯୁବକ କ୍ରୁଜ୍ ଦେଖିବାକୁ ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ମନୀଷ ରାଜଗରିଆଙ୍କ ବାପା ଉଦୟ ରାଜଗରିଆ। ଘଟଣା ଦିନ କ୍ରୁଜ୍ ଉପରେ ଏନସିବିର ରେଡ୍ ବେଳେ ସୁପରଷ୍ଟାର ଶାହାରୁଖ୍ ଖାନ୍ ପୁଅ ଆର୍ୟନ ତାଙ୍କ ସାଙ୍ଗ ଅର୍ବାଜ ମର୍ଚାଣ୍ଟଙ୍କ ସମେତ ଏହି ଦୁଇ ଗିରଫ ଓଡ଼ିଆ ଯୁବକ ମଧ୍ୟ ରହିଥିଲେ।

Advertisment

ସେପଟେ କ୍ରୁଜ୍ ଡ୍ରଗ୍ସ ଲିଙ୍କରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେପଟେ ଆଜି ରିମାଣ୍ଡ ଅବଧି ସରିବା ପରେ ସ୍ୱତନ୍ତ୍ର କୋର୍ଟରେ ଆର୍ୟନଙ୍କୁ ହାଜର କରିଛି ଏନ୍‌ସିବି। ମିଳିଥିବା ଖବର ଅନୁସାରେ ଅକ୍ଟୋବର ୧୧ ଯାଏ ଆର୍ୟନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଏନସିବି।

କୁହାଯାଉଛି, କ୍ରୁଜ୍ ପାର୍ଟିରୁ ଜବତ ଡ୍ରଗ୍ସକୁ କିଣାଯାଇଥିଲା ଭାରତରେ ଅବୈଧ କ୍ରିପ୍ଟୋକରେନ୍ସିକୁ ବ୍ୟବହାର କରି। ହାଇ-ପ୍ରୋଫାଇଲ୍ ଡ୍ରଗ୍ ପେଡଲର କୁହାଯାଉଥିବା ଶ୍ରେୟସ୍ ନାୟାର୍ ଡାର୍କ୍ ୱେବ୍‌ରେ ଡ୍ରଗ୍ସ ଅର୍ଡର୍ ପାଇଥିବା ଏବଂ ବିଟ୍ କଏନ୍‌ରେ ପେମେଣ୍ଟ୍ ହୋଇଥିବା NCB ଜାଣିବାକୁ ପାଇଛି।  ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ଥିବା ଆର୍ୟନଙ୍କ ମୋବାଇଲ୍‌ରେ ଥିବା ଚାଟ୍, ଫଟୋ ଏବଂ ଭିଡିଓରୁ ଡ୍ରଗ୍ସ ସହ ଅନ୍ୟ ସାମଗ୍ରୀ ବିଦେଶରୁ ଆସୁଥିବା ତଥ୍ୟ ପାଇଛି ଏନସିବି।

Advertisment

ସେପଟେ ଏହି ଅନ୍ତର୍ଜାତୀୟ ନିଶା ରାକେଟ୍‌ର ଖିଅ ଖୋଜିବାକୁ ତଦନ୍ତ ପରିସୀମାକୁ ବଢ଼ାଇଛି NCB। ମୁମ୍ବାଇ ଏନସିବି ସହ ଦିଲ୍ଲୀ ଏନସିବିର ଏକ ସ୍ୱତନ୍ତ୍ର ଟିମ୍ ବି ତଦନ୍ତ କରୁଛି। କ୍ରୁଜ୍‌ର ସିଇଓଙ୍କୁ ଜେରା ପାଇଁ ସମନ କରିବା ସହ ଘଟଣା ଦିନର ସିସିଟିଭି ଓ ମେନିଫେଷ୍ଟୋ ମଗାଇଛି NCB।  ସେହିପରି ପୋଲିସର ବିନା ଅନୁମତିରେ କ୍ରୁଜ୍‌ରେ କେମିତି ଆୟୋଜନ କରାଯାଇଥିଲା ରେଭ୍ ପାର୍ଟି ? ଏହି ପାର୍ଟି ଆୟୋଜନ ପଛରେ କିଏ କିଏ ପ୍ରଭାବଶାଳୀ ଅଛନ୍ତି ? ଏନେଇ ଏକ ମାମଲା ରୁଜୁ କରି ସେସବୁର ତଦନ୍ତ କରୁଛି ମୁମ୍ବାଇ ପୋଲିସ। ତେବେ NDPS ଆକ୍ଟ-୧୯୮୫ ଧାରା ଅନୁଯାୟୀ ନିଶା ଖାଉଥିଲେ ସର୍ବନିମ୍ନ ୬ ମାସ ଏବଂ ବିକ୍ରି କରୁଥିଲେ ସର୍ବାଧିକ ୧୦ ବର୍ଷର ଦଣ୍ଡବିଧାନ ସହ ୧ ଲକ୍ଷ ଟଙ୍କା ଜୋରିମାନାର ପ୍ରାବଧାନ ରହିଛି। 

Odisha News NCB Drugs Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ