Advertisment

୨ ବର୍ଷରେ ଲିଭିଗଲା ଗୋଟିଏ ପରିବାରର ୪ ଜୀବନ ଦୀପ

ସ୍ୱାଧୀନତା ଦିବସର ଦିନି ତିନିଟା ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା। ଲାଲବାହିନୀ ଗୁଳିରେ ଟଳିପଡ଼ିଲେ CRPF ଯବାନ।

undefined

ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ

Advertisment

୨ ବର୍ଷ ଭିତରେ ଜଣକ ପରେ ଜଣେ କରି ଲିଭିଗଲା ଗୋଟିଏ ପରିବାରର ଚାରି ଚିରିଟି ଜୀବନ ଦୀପ। ଝାଡ଼ଖଣ୍ଡ ଚାଇବସା କୋଲହାନ୍ ଜଙ୍ଗଲରେ ମାଓ ହମଲାରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହେବା ପରେ ସାମ୍ନାକୁ ଆସିଛି ତାଙ୍କ ପରିବାର ଦୁଃଖ କାହାଣୀ। ପ୍ରଥମେ ତାଙ୍କ ବାପା, ପରେ ବଡ଼ ଭାଇ ଓ ପରେ ପରେ ମଝିଆ ଭାଇଙ୍କ ମୃତ୍ୟୁ ପରେ ଆଜି ସହିଦ ହୋଇଛନ୍ତି ସିଆରପିଏଫ୍  ଯବାନ ସୁଶାନ୍ତ। ଏବେ ପରିବାର କହିଲେ କେବଳ, ରୋଗୀଣା ମାଆ ଓ ଅନ୍ତସତ୍ତ୍ୱା ପତ୍ନୀ। ଏପଟେ ସୁଶାନ୍ତ ସହିଦ ଖବର ପରେ ଶୋକରେ ବୁଡ଼ିଛି କେନ୍ଦୁଝରର ଆନନ୍ଦପୁର ଅଞ୍ଚଳ।

Advertisment

ସ୍ୱାଧୀନତା ଦିବସର ଦିନି ତିନିଟା ପୂର୍ବରୁ ଝାଡଖଣ୍ଡରେ ମାଓ ହମଲା। ଲାଲବାହିନୀ ଗୁଳିରେ ଟଳିପଡ଼ିଲେ CRPF ଯବାନ। ଝାଡଖଣ୍ଡ ଚାଇଁବାସା ନିକଟ କୋଲହାନ୍ ଜଙ୍ଗଲରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଘମାଘୋଟ ଲଢେଇରେ ଶହିଦ ହୋଇଛନ୍ତି ସିଆରପିଏଫରେ ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ। ଗତ ୩ଦିନ ଧରି ଚାଲିଥିବା ଏ ଲଢେଇରେ ସାମିଲ ଥିଲେ କେନ୍ଦୁଝର ଆନନ୍ଦପୁର ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ।

ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୧ ଟାରୁ ୧୨ ଭିତରେ ମାଓବାଦୀ ଏବଂ ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ସୁଶାନ୍ତଙ୍କ ଛାତିରେ ବାଜିଥିଲା ଗୁଳି। ତାଙ୍କ ସହ ଆଉ ଜଣେ ଯବାନ ମୁନ୍ନା ଲାଲ୍ ୟାଦବ ମଧ୍ୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ତୁରନ୍ତ ରାଞ୍ଚି ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜି ଦେଇଥିଲେ।

Advertisment

ଝାଡଖଣ୍ଡର କୋଲହାନ ଜଙ୍ଗଲ ଅଞ୍ଚଳରେ ଭାକପା ମାଓବାଦୀମାନେ ସକ୍ରିୟ ଥିବା ସୂଚନା ପାଇଁ ମୁକାବିଲା ପାଇଁ ସିଆରପିଏଫ୍, ଝାଡ଼ଖଣ୍ଡ ପୋଲିସ୍, କୋବ୍ରା ବାହିନୀ ଓ ଝାଡ଼ଖଣ୍ଡ ଜାଗୁଆରର ମିଳିତ ବାହିନୀ ମାଓ ଦମନ ଅଭିଯାନ ଚଲାଇଥିଲେ। ଗତ ୩ ଦିନ ଧରି ଜଙ୍ଗଲ ଭିତରେ ଚାଲିଥିଲା ଜୋରଦାର ଲଢେଇ। ଏ ଅପରେସନ ବେଳେ ମିଳିତ ବାହିନୀ ମାଓବାଦୀଙ୍କର ଏକ ବଡ ବଙ୍କର ଉଡାଇବା ସହ ଏକ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ରକେଟ ଲଞ୍ଚର, ବିସ୍ଫୋରକ, ବମ୍ ଆଦି ଜବତ କରିଥିଲେ।

ଯାହାକୁ ନେଇ ମାଓ ବାହିନୀ ରକ୍ତମୁଖା ହୋଇ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଏ ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଅପରେସନକୁ ଆହୁରି ବ୍ୟାପକ କରିଛି ମିଳିତ ବାହିନୀ। ଏପଟେ ଝାଡ଼ଖଣ୍ଡ ମାଓ ହମଲାରେ ଓଡ଼ିଆ ଯବାନ ସହିଦ ହେବା ପରେ ସାମ୍ନାକୁ ଆସିଛି ତାଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣାର କାହାଣୀ। ସୁଶାନ୍ତ ସହିଦ  ହେବା ସହ ମୁରବୀଶୂନ୍ୟ ହୋଇଛ ତାଙ୍କ ପରିବାର। ଆଜିକୁ ଠିକ୍ ୨ ବର୍ଷ ପୂର୍ବେ ସୁଶାନ୍ତଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା।

Advertisment

ପରେ ପରେ ତାଙ୍କ ବଡ ଭାଇ ଏବଂ ମଝିଆଁ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏପଟେ ସୁଶାନ୍ତ ମାତ୍ର ୨ ମାସ ତଳେ ବିବାହ କରିଥିଲେ। ଯାହାର ଚିତ୍ର ଆଜି ବି ସତେଜ। ଏପଟେ ପତ୍ନୀ ବି ଗର୍ଭବତୀ। ତେବେ ଦୁଃଖ ଏତିକିରେ ସରିନି। ତାଙ୍କ ମାଆ ଦୀର୍ଘ ଦିନ ଧରି ମେଡିକାଲର ରହିବା ପରେ ଏବେ ଏବେ ଘରକୁ ଫେରିଛନ୍ତି। ଆଉ ଆଜି ପୁଅ ସହିଦ ହେବାର ଖବର ପାଇବା ପରେ ନିର୍ବାକ ପାଲଟିଯାଇଛନ୍ତି ବୃଦ୍ଧା ମାଆ। ଏପଟେ ସୁଶାନ୍ତଙ୍କ ସହିଦ ହେବା ଖବର ସମଗ୍ର ଆନନ୍ଦପୁର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ସହିଦ ସୁଶାନ୍ତଙ୍କ ମରଶରୀର ଆକନ୍ତାକାଲି ତାଙ୍କ ଜନ୍ମଭୂମି ଆନନ୍ଦପୁରକୁ ଆସିବ ବୋଲି ସୂଚନା ମିଳିଛି।

ରିପୋର୍ଟ: ମାନୁ ସିଂ

Naxal Attack Odia Jawans Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ