Advertisment

OMG ! ! ! ଏ କ’ଣ ହୋଇଗଲା, ରେଲ୍‌ୱେ ଷ୍ଟେସନର ଏଲ୍‌ଇଡି ସ୍କ୍ରିନ୍‌ରେ ବିଜ୍ଞାପନ ବଦଳରେ ପ୍ଲେ ହେଲା ଅଶ୍ଲୀଳ ଫିଲ୍ମ !

ବିଜ୍ଞାପନ ବଦଳରେ ହଠାତ୍‌ ଏଲ୍‌ଇଡି ସ୍କ୍ରିନ୍‌ରେ ପ୍ରସାରଣ ହେଲା ଅଶ୍ଲୀଳ ଫିଲ୍ମ। ତା’ବି ପୁଣି ସର୍ବସାଧାରଣ ସ୍ଥାନରେ। ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା।

ଅଦ୍ୟତନ ହୋଇଛି
Porn Film Started Playing On LED Screen Of Patna Junction

Obscene video started playing on led screen of patna junction

Advertisment

ବିଜ୍ଞାପନ ବଦଳରେ ହଠାତ୍‌ ଏଲ୍‌ଇଡି ସ୍କ୍ରିନ୍‌ରେ ପ୍ରସାରଣ ହେଲା ଅଶ୍ଲୀଳ ଫିଲ୍ମ। ତା’ବି ପୁଣି ସର୍ବସାଧାରଣ ସ୍ଥାନରେ। ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। ବିହାର ରାଜଧାନୀ ପାଟନାରେ ବିଶ୍ୱସ୍ତରୀୟ ପାଟନା ଜଙ୍କସନ(Patna Junction)ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ଦାନାପୁର ମଣ୍ଡଳ(Danapur Division)ର ପାଟନା ଜଙ୍କସନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ରେ ବିଜ୍ଞାପନ ବଦଳରେ ହଠାତ୍‌ ଅଶ୍ଲୀଳ ଫିଲ୍ମ ପ୍ରାସାରଣ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ କିଛି ସମୟ ପର୍ଯ୍ୟନ୍ତ ପାଟନା ଜଙ୍କସନ ପ୍ଲାଟ୍‌ଫର୍ମ ନମ୍ବର ୧୦ରେ ଲାଗିଥିବା ଟିଭି ସ୍କ୍ରିନ୍‌ରେ ଅଶ୍ଲୀଳ ଫିଲ୍ମ ପ୍ରସାରଣ ହୋଇଥିବା ଅଭିଯୋଗ ହୋଇଛି। ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେହି ସମୟରେ ପ୍ଲାଟ୍‌ଫର୍ମରେ ଲୋକଙ୍କ ପ୍ରବଳ ଭିଡ଼ ଥିଲା ଓ ଯାତ୍ରୀମାନେ ପରିବାର ସହ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ହଠାତ୍‌ ଅଶ୍ଲୀଳ ଫିଲ୍ମ ପ୍ରସାରଣ ହେବା ଦେଖି ଲୋକମାନେ ହଡ଼ବଡ଼ ହୋଇଯାଇଥିଲେ।

ଅଧିକ ପଢ଼ନ୍ତୁ: ୧୦୮କୁ ଅଶ୍ଲୀଳ କଲ୍‌: ‘କିଏ କହୁଛି ମ୍ୟାଡାମ୍‌ଙ୍କ ନମ୍ବର ଦିଅ’...ଆଉ କିଏ କହୁଛି- ‘କିଛି ହୋଇନି’

Advertisment

ଘଟଣା ପରେ ବିଜ୍ଞାପନ ଏଜେନ୍ସିର କଣ୍ଟ୍ରୋଲ ରୁମ୍‌ରେ ଚଢ଼ଉ କରାଯାଇଥିଲା। ସେଠାରେ କର୍ମଚାରୀମାନେ ଅଶ୍ଲୀଳ ଫିଲ୍ମ ଦେଖୁଥିବା ଜଣାପଡ଼ିଥିଲା। ଆର୍‌ପିଏଫ୍‌ଙ୍କୁ ଦେଖି କଣ୍ଟ୍ରୋଲ ରୁମ୍‌ରେ ଥିବା କର୍ମଚାରୀ ତରବରିଆ ଭାବେ ଏହାକୁ ଡିଲିଟ୍‌ କରିଦେଇଥିଲେ।

ଅନ୍ୟପକ୍ଷେ, ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବିଭାଗୀୟ ରେଳ ପରିଚାଳକ ସମ୍ପୃକ୍ତ ଏଜେନ୍ସି ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହାସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଉକ୍ତ ଏଜେନ୍ସି ବିରୋଧରେ ଜରିମାନା ଲଗାଯିବା ସହ ବ୍ଲାକ୍‌ ଲିଷ୍ଟରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।

Advertisment
Obscene Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ