Advertisment

NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି

NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ ।

NEET Exam

NEET Exam

Advertisment

NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ଏଥିସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି ।

Advertisment

ଦୁଇ ଜଣ ଛାତ୍ରଙ୍କ NEET ପରୀକ୍ଷାରେ ବୁକ୍‌ଲେଟ୍ ଏବଂ ଓଏମ୍ଆର୍ ସିଟରେ ହେରଫେର ହେବା ପରେ ବମ୍ବେ ହାଇକୋର୍ଟ ଫଳାପଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମ୍‌କୋର୍ଟ କହିଥିଲେ କେବଳ ଦୁଇ ଜଣ ଛାତ୍ରଙ୍କ ପାଇଁ ରେଜଲ୍ଟକୁ ଅଟକାଇ ଦିଆ ଯାଇପାରିବ ନାହିଁ । ୧୬ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହିତ ଫଳାଫଳକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ସ୍ୱାର୍ଥରେ ବ୍ରେକ୍ ଲାଗିବନି । ଆମେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ସନ୍ତୁଳିତ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Advertisment

ନିଟ୍‌ ଫଳାଫଳରେ ବିଳମ୍ବ ହେବା ଯୋଗୁଁ ଗ୍ରାଜୁଏଟ୍‌ ମେଡିକାଲ ଆଡମିଶନ ପ୍ରଭାବିତ ହେଉଥିବା, କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନରେ କୁହାଯାଇଥିଲା । ଏହି ଆବେଦନର ଆଜି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଏନ୍‌ ନାଗେଶ୍ୱର ରାଓ, ଦିନେଶ ମହେଶ୍ୱରୀ ଏବଂ ବିଆର୍‌ ଗୱଇ ଶୁଣାଣି କରିଥିଲେ । ଏଥିସହ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶକୁ ସ୍ଥଗତି ରଖିଥିଲେ । 

Advertisment

ଶୁଣାଣି ସମୟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ସଲିସିଟର ଜେନେରାଲ୍ ତୁଶାର ମେହେଟ୍ଟାଙ୍କୁ କହିଛନ୍ତି ଯେ, ‘ଯଦିଓ ଆମେ ସ୍ୱୀକରୁଛୁ ଯେ ଫଳାଫଳ ଘୋଷଣାକୁ ରୋକାଯାଇପାରିବ ନାହିଁ, ବରଂ ଦୁଇ ଛାତ୍ରଙ୍କ ହିତକୁ ମଧ୍ୟ ସୁରକ୍ଷା ଦିଆଯିବା ଉଚିତ, ଏହାକୁ ଅଧାରେ ଛାଡି ଦିଆଯାଇପାରିବ ନାହିଁ । ଆପଣଙ୍କର ପରୀକ୍ଷା ନୀରିକ୍ଷକ ହିଁ ନିଜ ଭୁଲ୍ ସ୍ୱୀକାର କରିଛନ୍ତି । ଏଭଳି ପରିସ୍ଥିତିରେ ଆମେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ପାଇଁ ଅପେକ୍ଷା କରାଇପାରିବୁ ନାହିଁ । ଏହି ଦୁଇ ଛାତ୍ରଙ୍କ କ୍ଷେତ୍ରରେ, ଆପଣ ଅନ୍ୟ ଏକ ବାଟ ଖୋଜିବେ ।’ ଉଭୟ ଛାତ୍ରଙ୍କ ପ୍ରସଙ୍ଗରେ କୋର୍ଟ NEETକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଦୀପାବଳି ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

NTA NEET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ