Ajit Doval
ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବାକୁ ଭାରତରୁ ଯିବେ ଅଜିତ୍ ଡୋଭାଲ୍ । ଜାତୀୟ ସୁରକ୍ଷା ପରାମର୍ଶଦାତା-NSA ଅଜିତ ଡୋଭାଲ୍ ଏ ସପ୍ତାହରେ ମସ୍କୋ ଗସ୍ତ କରିବେ । ମସ୍କୋ ଯାଇ ସେଠାରେ ଋଷିଆର ପ୍ରତିନିଧିଙ୍କ ସହ ସେ ଆଲୋଚନା କରିବେ । ଏହାପରେ ୟୁକ୍ରେନ୍ ଯାଇ ସେଠି ବି କାଉଣ୍ଟର୍ ପାର୍ଟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ହେବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଏହି ଦୁଇ ଦେଶରେ ଯୁଦ୍ଧରେ ବିରାମ ଓ ଶାନ୍ତି ଫେରାଇ ଆଣିବାକୁ ଭାରତ ମଧ୍ୟସ୍ତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ଋଷ ଓ ୟୁକ୍ରେନ୍ ଗସ୍ତରେ ଯାଇଥିଲେ । ସେଠି ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଭାରତ, ଚୀନ ଏବଂ ବ୍ରାଜିଲ୍ ଯୁଦ୍ଧ ପରିସ୍ଥିତିରେ ଶାନ୍ତି ଫେରାଇ ଆଣିବା ନେଇ ଖବର ସାମ୍ନାକୁ ଆସିଥିଲା ।
ତେବେ ୬ ସେପ୍ଟେମ୍ବରରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଭଳି ବନ୍ଧୁ ଏବଂ ଅଂଶୀଦାରମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ବର୍ତ୍ତମାନର ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଅଗଷ୍ଟ ୨୦୨୪ରେ ୟୁକ୍ରେନର ରାଜଧାନୀ କିଭ୍ରେ ପହଞ୍ଚିଥିଲେ । ସେ ପ୍ରଥମ ଥର ପାଇଁ ୟୁକ୍ରେନ ଗସ୍ତ କରିଥିଲେ । ୧୯୯୧ରେ ୟୁକ୍ରେନ ସ୍ୱାଧୀନ ହେବା ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ୟୁକ୍ରେନ୍ ଗସ୍ତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725775512.jpg)