Advertisment

Good News ! ଏଣିକି WhatsApp କହିବ କେଉଁଠି ଅଛି ଟ୍ରେନ୍‌...ଜାଣନ୍ତୁ, କେମିତି କରିବେ ଚେକ୍‌

ଏଣିକି PNR ଷ୍ଟାଟସ୍‌ ଓ ଲାଇଭ୍‌ ଟ୍ରେନ୍‌ ଷ୍ଟାଟସ୍‌ ଅର୍ଥାତ୍‌ କେଉଁଠି ଟ୍ରେନ୍‌ ଅଛି ଏସବୁ ହ୍ୱାଟ୍ସଆପ୍‌( WhatsApp)ରେ ଚେକ୍‌ କରିପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
 Live Train Status On WhatsApp

Now You Can Check PNR and Live Train Status On WhatsApp

Advertisment

ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି PNR ଷ୍ଟାଟସ୍‌ ଓ ଲାଇଭ୍‌ ଟ୍ରେନ୍‌ ଷ୍ଟାଟସ୍‌ ଅର୍ଥାତ୍‌ କେଉଁଠି ଟ୍ରେନ୍‌ ଅଛି ଏସବୁ ହ୍ୱାଟ୍ସଆପ୍‌( WhatsApp )ରେ ଚେକ୍‌ କରିପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। IRCTC ପାସେଞ୍ଜର ଏଣିକି ସିଧାସଳଖ ହ୍ୱାଟ୍ସଆପ୍‌ରେ PNR ଷ୍ଟାଟସ୍‌ ଓ ଲାଇଭ୍‌ ଟ୍ରେନ୍‌ ଷ୍ଟାଟସ୍‌ ଚେକ୍‌ କରିପାରିବେ। ଫଳରେ ଟ୍ରେନ୍‌ ଟ୍ରାକିଂ ଷ୍ଟାଟସ୍‌ ଓ ଯାତ୍ରା ବିବରଣୀ ସମ୍ବନ୍ଧିତ ତଥ୍ୟ ବିଭିନ୍ନ ଆପ୍‌ରେ ଡାଉନଲୋଡ୍‌ ବେଳେ ହେଉଥିବା ଅସୁବିଧାକୁ ଏହା ଦୂର କରିବ।

Advertisment

ଖାଲି PNR ଷ୍ଟାଟସ୍‌,ଲାଇଭ୍‌ ଟ୍ରେନ୍‌ ଷ୍ଟାଟସ୍‌ ବ୍ୟତୀତ ପୂର୍ବ ରେଲ୍‌ୱେ ଷ୍ଟେସନ, ଆଗାମୀ ରେଲ୍‌ୱେ ଷ୍ଟେସନ ଓ ଅନ୍ୟ ଟ୍ରେନ୍‌ ଯାତ୍ରାର ବିବରଣୀ ସମ୍ପର୍କରେ ମଧ୍ୟ ଆପଣ ହ୍ୱାଟ୍ସଆପ୍‌ରେ ପାଇପାରିବେ। ଏଥିପାଇଁ ଆପଣଙ୍କୁ କେବଳ ୧୦ ସଂଖ୍ୟା ବିଶିଷ୍ଟ PNR ନମ୍ବର ହ୍ୱାଟ୍ସଆପ୍‌ ଚାଟ୍‌ବଟରେ ଦେବାକୁ ପଡ଼ିବ। ଏହାପରେ ଆପଣ ସମସ୍ତ ତଥ୍ୟ ପାଇପାରିବେ। ଏହାଛଡ଼ା ଯାତ୍ରୀମାନେ ଲାଇଭ୍‌ ଟ୍ରେନ୍‌ ଷ୍ଟାଟସ୍‌ ପାଇଁ ରେଲ୍‌ୱେ ହେଲ୍‌ପ୍‌ ଲାଇନ୍‌ ନମ୍ବର 139 ଡାଏଲ୍‌ କରିପାରିବେ। 

WhatsAppରେ କେମିତି PNR ଷ୍ଟାଟସ୍‌ ଓ ଲାଇଭ୍‌ ଟ୍ରେନ୍‌ ଷ୍ଟାଟସ୍‌ କରିବେ ଜାଣନ୍ତୁ

  • Railofyର ହ୍ୱାଟ୍ସଆପ୍‌ ଚାଟ୍‌ବଟ୍ ନମ୍ବର- +91-9881193322 ଫୋନ୍‌ରେ ସେଭ୍‌ କରନ୍ତୁ
  • ଏହାପରେ ଫୋନ୍‌ରେ ହ୍ୱାଟ୍ସଆପ୍‌ ଆପ୍ଲିକେସନ୍‌ ଅପଡେଟ୍‌ କରନ୍ତୁ
  • ହ୍ୱାଟ୍ସଆପ୍‌ ଓପନ୍‌ କରି କଣ୍ଟାକ୍ଟ ଲିଷ୍ଟ୍‌ ରିଫ୍ରେଶ୍‌ କରନ୍ତୁ
  • Railofyର ଚାଟ୍ ୱିଣ୍ଡୋ ଓପନ୍‌ କରି ୧୦ ସଂଖ୍ୟା ବିଶିଷ୍ଟ PNR ନମ୍ବର ଦେଇ ହ୍ୱାଟ୍ସଆପ୍‌ ଚାଟ୍‌ରେ ଏହାକୁ ପଠାନ୍ତୁ
  • ଏହାପରେ Railofy ଚାଟ୍‌ବଟ୍‌ ଆପଣଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଆପଣ ଯାତ୍ରା କରୁଥିବା ଟ୍ରେନ୍‌ର ଲାଇଭ୍‌ ଷ୍ଟାଟସ୍‌ ମଧ୍ୟ ପ୍ରଦାନ କରିବ
  • ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆପଣ PNR ନମ୍ବର ଦେଇ ଲାଇଭ୍‌ ଅପଡେଟ୍‌ ପାଇପାରିବେ। ଟ୍ରେନ୍‌ କେଉଁଠି ଅଛି  ଆପଣ ହ୍ୱାଟ୍ସଆପ୍‌ରେ ଜାଣିପାରିବେ।
Advertisment

ଏତଦ୍‌ବ୍ୟତୀତ ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା ବେଳେ ଖାଦ୍ୟ ମଧ୍ୟ ଅର୍ଡର କରିପାରିବେ। ଏଥିପାଇଁ ଆପଣଙ୍କୁ IRCTC ଆପ୍‌ Zoop ବ୍ୟବହାର କରିବାକୁ ପଡ଼ିବ। ଏହି ଆପ୍‌ ମାଧ୍ୟମରେ ଆପଣ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିପାରିବେ। 

WhatsApp IRCTC 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ