Advertisment

ଏଣିକି ବିମାନ ଭିତରେ ଆଉ ପିନ୍ଧିବାକୁ ପଡ଼ିବନି ମାସ୍କ

ଏଣିକି ବିମାନ ଯାତ୍ରା ବେଳେ ଆଉ ବାଧ୍ୟତାମୂଳକ ନୁହେଁ ମାସ୍କ। କରୋନା ସତର୍କତା ଭାବେ ଏବେ ଯାଏ ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା।

ଅଦ୍ୟତନ ହୋଇଛି
Face Masks not Mandatory On Flights

Now Wearing Masks Not mandatory Anymore While Travelling In Flights

Advertisment

ଏଣିକି ବିମାନ ଯାତ୍ରା ବେଳେ ଆଉ ବାଧ୍ୟତାମୂଳକ ନୁହେଁ ମାସ୍କ। ଦେଶରେ କରୋନା ସଂକ୍ରମଣ ହାର କମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦିଓ କଟକଣା ହଟିଛି, ତଥାପି ଯାତ୍ରୀଙ୍କୁ ମୁହଁରେ ମାସ୍କ ଲଗାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପରାମର୍ଶ ଦେଇଛି।

Advertisment

କରୋନା ସତର୍କତା ଭାବେ ଏବେ ଯାଏ ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା। ତେବେ କରୋନା ସଂକ୍ରମଣର ହାର କମୁଥିବାରୁ ସରକାର ଏହି ନୂଆ ପରିବର୍ତ୍ତିତ ପଲିସି ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ସୂଚିତ କରିଛନ୍ତି। 

କଟକଣା ହଟିଥିଲେ ମଧ୍ୟ ଲୋକଙ୍କୁ ମାସ୍କ କିମ୍ବା ଫେସ୍ କଭର୍ ଲଗାଇବାକୁ ଅନୁରୋଧ କରିବା ପାଇଁ ବିମାନ ଭିତରେ ଘୋଷଣା କରିବାକୁ ନିର୍ଦ୍ଦେଶ ରହିଛି। ତେବେ ମାସ୍କ ନଲଗାଇଲେ କୌଣସି ଜରିମାନା ବା ଦଣ୍ଡବିଧାନ ନେଇ ଘୋଷଣା ନକରିବାକୁ କୁହାଯାଇଛି।

Advertisment

ସୂଚନାଥାଉ କି, ଚଳିତ ବର୍ଷ ଜୁନ୍‌ରେ ବିମାନରେ ଯାତ୍ରା ବେଳେ ଯାତ୍ରୀମାନେ ଯେପରି ଠିକ୍‌ ଭାବେ ମାସ୍କ ପିନ୍ଧନ୍ତି ଏଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। କେବଳ ଆବଶ୍ୟକ ସ୍ଥଳେ ମାସ୍କ କାଢ଼ିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।  ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ତୁଳନାରେ .୦୨% ସକ୍ରିୟ ସଂକ୍ରମିତ ଅଛନ୍ତି।  ଆରୋଗ୍ୟ ହାର ୯୮.୭୯%କୁ ବଢ଼ିଛି।

Mask
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ