Advertisment

ଏଣିକି ଖୁବ୍‌ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’

ସାଇବର କ୍ରାଇମ ରୋକିବାକୁ ଟେଲିକମ୍ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ସଂଚାର ସାଥୀ ପୋର୍ଟାଲ ।

ଅଦ୍ୟତନ ହୋଇଛି
Sanchar Saathi Portal

Cyber Crime, Sanchar Sathi

Advertisment

ଆପଣଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ଆଉ କିଏ ସିମ୍ ୟୁଜ୍ କରୁନି ତ ? ଅପବ୍ୟବହାର ହେଉନି ତ’ ଆପଣଙ୍କ ଚୋରି ହୋଇଯାଇଥିବା ଫୋନ୍ ? ଏସବୁ ଅପରାଧରେ ରୋକ୍ ଲଗାଇବାକୁ କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ବିକାଶ କରିଛି ସ୍ୱତନ୍ତ୍ର ପୋର୍ଟାଲ- ସଂଚାର ସାଥୀ । ସଂଚାର ସାଥୀ ପୋର୍ଟାଲ ଜରିଆରେ ଜଣେ ବ୍ୟକ୍ତି ନିଜର ହଜିଥିବା କିମ୍ବା ଚୋରି ଯାଇଥିବା ମୋବାଇଲ୍ ଫୋନ୍‌କୁ ତୁରନ୍ତ ବ୍ଲକ୍ କିମ୍ବା ଠାବ କରିପାରିବେ। ଖାଲି ସେତିକି ନୁହେଁ, ଆପଣଙ୍କ ନାଁରେ କେତେ ସଂଖ୍ୟକ ସିମ୍ ରହିଛି, ସେ ସମ୍ପର୍କିତ ତଥ୍ୟ ବି ପାଇପାରିବେ ଏହି ପୋର୍ଟାଲରୁ ।

Advertisment

ଏମିତିକି ନିଜ ନାଁରେ ଥିବା ଅଣବ୍ୟବହୃତ ସିମ୍ ଓ ଜାଲ୍ ସିମ୍‌କୁ ବ୍ଲକ୍ ବି କରିପାରିବେ। ଉପଭୋକ୍ତାଙ୍କ ତଥ୍ୟ ବ୍ୟବହାର କରି ଫେକ୍ ମୋବାଇଲ୍ ସିମ୍ ଜରିଆରେ ହେଉଥିବା ସାଇବର ଅପରାଧ ରୋକିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ହେବ ଏହି ପୋର୍ଟାଲ। ମଂଗଳବାର ସଂଚାର ସାଥୀ ପୋର୍ଟାଲର ଶୁଭାରମ୍ଭ କରି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମୋବାଇଲ ଉପଭୋକ୍ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଚାର ସାଥୀ ପୋର୍ଟାଲ ଆରମ୍ଭ କରାଯାଇଛି । ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଜଣେ ବ୍ୟକ୍ତି କେତେ ସଂଖ୍ୟକ ସଂଯୋଗ ନେଇଛି ତାହା ଚିହ୍ନଟ କରାଯାଇପାରୁଛି ।

କିଭଳି ସଂଚାର ସାଥୀ ପୋର୍ଟାଲର ଏହି ସୁବିଧା ପାଇବେ ଉପଭୋକ୍ତା ?

sancharsathi.gov.in ପୋର୍ଟାଲକୁ ଯାଇ ସିଟିଜେନ୍ ସେଣ୍ଟ୍ରିକ୍ ସର୍ଭିସେସ୍ ବିକଳ୍ପରେ କ୍ଲିକ୍ କରିବାକୁ ପଡ଼ିବ। ସେଠାରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲକୁ ବ୍ଲକ୍ କରିବାକୁ ଏକ ବଟନ୍ ଓ ନିଜ ନାଁରେ ଥିବା ମୋବାଇଲ୍ ସଂଯୋଗ ସମ୍ପର୍କରେ ଜାଣିବା ଲାଗି ଅନ୍ୟ ଏକ ବଟନ୍ ରହିଛି। ସେଥିରେ କ୍ଲିକ୍ କରିବା ପରେ ଆବଶ୍ୟକ ତଥ୍ୟ ଦେଇ ଉପଭୋକ୍ତା ଏହି ସେବାର ଫାଇଦା ଉଠାଇପାରିବେ। ଏନେଇ ଟେଲିକମ୍ ମନ୍ତ୍ରଣାଳୟ ନିର୍ଦ୍ଦେଶକ କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ଫେକ୍ ସିମ୍ ଚିହ୍ନଟ ବ୍ୟବସ୍ଥା ହୋଇଛି । ସେହିପରି ଲୋକମାନେ ଏହି ପୋର୍ଟାଲ ଜରିଆରେ ନିଜ ନାଁରେ ଥିବା ଫେକ୍ ସିମ୍ ସମ୍ପର୍କରେ ଜାଣିପାରିବେ।

Advertisment

ନିକଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ୫୧ ହଜାରରୁ ଅଧିକ ଫେକ୍ ସିମ୍ ଚିହ୍ନଟ କରିଥିବା ବେଳେ ଏଭଳି ସିମ୍ ବିକିଥିବା ୨ ହଜାର ସିମ୍ ବିକ୍ରେତାଙ୍କୁ ବ୍ଲାକ୍‌ଲିଷ୍ଟ କରିଛି। ସଂଚାର ସାଥୀ ଆପ୍ ଏ ଦିଗରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।

Cyber Crime Cyber Attack In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ