/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704798916.jpg)
Pet Cat Missing
ଚିକୁକୁ ଖୋଜିଦେଲେ ମିଳିବ ୧ ଲକ୍ଷ ଟଙ୍କା । ଆପଣ ଭାବୁଥିବେ କେଉଁ ଛୋଟ ପିଲା ବୋଧେ ହଜିଯାଇଛି । ଯାହାକୁ ଖୋଜିଦେଲେ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ମିଳିବ । ଚିକୁ ମଣିଷ ନୁହେଁ ବରଂ ଗୋଟେ ବିଲେଇ । ବିଲେଇକୁ ଖୋଜି ଆଣିଲେ ମାଲିକ ଦେବେ ନଗଦ ୧ ଲକ୍ଷ ଟଙ୍କା । ଚିକୁ ଏକ ପର୍ସିଆନ୍ ବିଲେଇ । ଡିସେମ୍ବର ୨୪ ରୁ ସେ ନିଖୋଜ ଥିବାରୁ ମାଲିକ ଏନେଇ ପୁରସ୍କାର ରାଶି ଘୋଷଣା କରିଛନ୍ତି ।
ଅଜୟ ଓ ତାଙ୍କ ପତ୍ନୀ ଦିପା ଦେଢ଼ ବର୍ଷ ତଳେ ଏକ ୩ ମାସର ବିଲେଇ ଛୁଆ ଆଣି ପାଳିଥିଲେ । ଯାହାର ନାମ ସ୍ନେହରେ ରଖିଥିଲେ ଚିକୁ । ୧୮ ମାସରେ ସେ ଘରର ଏକ ସଦସ୍ୟ ପାଲଟି ଯାଇଥିଲା । ଯାହାକୁ କ୍ଷଣିକ ନ ଦେଖିଲେ ପରିବାର ଲୋକଙ୍କ ହୋସ୍ ଉଡ଼ିଯାଉଥିଲା । ତେବେ ଡିସେମ୍ବର ୨୪ରୁ ଚିକୁ ନିଖୋଜ ଅଛି । ଯାହାକୁ ନେଇ ଆଜିକୁ ୧୬ ଦିନ ହେବ ଚିନ୍ତାରେ ପୁରା ପରିବାର । ନଏଡ଼ା ସେକ୍ଟର ୬୨ ର ଏକ ଆପାର୍ଟମେଣ୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଡିସେମ୍ବର ୨୪ ରେ ହଠାତ୍ ଚିକୁକୁ ଘରେ ଦେଖିବାକୁ ପାଇନଥିଲେ ଅଜୟ ଓ ଦିପା । ଅଜୟ ଭାବିଥିଲେ କି ଚିକୁ ବୋଧେ ସବୁଦିନ ଭଳି ଖଟ ତଳେ ଲୁଚିଛି । ହେଲେ ଖୋଜାଖୋଜି ପରେ ବି ସେ ଚିକୁକୁ ପାଇନଥିଲେ । ଅଜୟ ଆପାର୍ଟମେଣ୍ଟର ପ୍ରତିଟି ସଦସ୍ୟକୁ ଏନେଇ ପଚରାଉଚରା କରିଥିଲେ । ଶେଷରେ ସେ ସିସିଟିଭି ଫୁଟେଜ୍ରେ ଦେଖିଥିଲେ ଯେ, ଚିକୁ ଅଜୟଙ୍କ ବୋଲକୋନିରୁ ତଳେ ପଡ଼ିଯାଇଥିଲା । ଏହାପରେ ସେ ପାର୍କିଂ ଆଡ଼କୁ ଯାଇଥିଲା । ତା’ପରେ ସେ ଆଉ କ୍ୟାମେରାରେ ଦୃଶ୍ୟମାନ ହୋଇନଥିଲା ।
ଅଜୟ ନିଜ ପଡ଼ୋଶୀ ସିସିଟିଭିରେ ଆପାର୍ଟମେଣ୍ଟକୁ ଆସିଥିବା ଲୋକଙ୍କ ସହ କଥା ହେବା ପରେ ବି ଚିକୁର ଖବର ମିଲିନଥିଲା । ଶେଷରେ ସେ ବାଧ୍ୟ ହୋଇ ଚିକୁକୁ ଖୋଜିବା ପାଇଁ ଅର୍ଥ ରାଶି ଘୋଷଣା କଲେ । ଏଥିପାଇଁ ସେ ଆଖପାଖ ଅଞ୍ଚଳର କାନ୍ଥ, ଖୁଣ୍ଟ ସବୁଠି ପୋଷ୍ଟର ମଧ୍ୟ ମାରିଛନ୍ତି ।
ଅଜୟ ଗଣମାଧ୍ୟମକୁ କହିଛନ୍ତି, ଚିକୁ ତାଙ୍କ ସ୍ତ୍ରୀଙ୍କ ବେଶ୍ ପ୍ରିୟ । ତାର ଅନୁପସ୍ଥିତି ଆମ ପରିବାରର ଚିନ୍ତା ବଢ଼ାଇଛି । ବୋଧ ହୁଏ ତାକୁ କିଏ ଚୋରି କରିନେଇ ବିକ୍ରି କରିଦେଇଛି । ଚିକୁ ଏକ ପର୍ସିଆନ୍ ବିଲେଇ ହୋଇଥିବାରୁ ତାର ମାର୍କେଟ୍ରେ ବେଶ୍ ଡିମାଣ୍ତ ରହିଛି । ସେଥିପାଇଁ ମୁଁ ଲକ୍ଷେ ଟଙ୍କାର ଅର୍ଥରାଶି ଘୋଷଣା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)