Advertisment

ଭାରତରେ ଛୁଞ୍ଚିମୁନରେ ବି କେହି ଅତିକ୍ରମଣ କରିପାରିବେନି: ଶାହ

ଅରୁଣାଚଳ ପ୍ରଦେଶ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Nobody Can Take Our Land says Amit Shah

Nobody Can Take Our Land says Amit Shah

Advertisment

ଅରୁଣାଚଳ ପ୍ରଦେଶକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ବେଳେ, ଆଜି ସେଠାକୁ ଗସ୍ତ କରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚୀନ୍ ସୀମାଠୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଅଞ୍ଜୱା ଜିଲ୍ଲାର କିବିଥୁ ଗାଁରେ ଶାହ ଚୀନର ନାଁ ନନେଇ କହିଛନ୍ତି ଯେ, ଆମ ଦେଶର କୌଣସି ରାଜ୍ୟରୁ ଛୁଞ୍ଚିମୁନରେ ବି କେହି ଜମି ଅତିକ୍ରମଣ କରିପାରିବେ ନାହିଁ।

Advertisment

ଆଇଟିବିପି ଓ ଭାରତୀୟ ସେନା ଯବାନଙ୍କୁ ପ୍ରଶଂସା କରିବା ସହିତ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୁକ୍ ଇଷ୍ଟ୍ ପଲିସି ଯୋଗୁଁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ଫେରିଛି ଓ ପ୍ରଗତି ଆସିଛି ବୋଲି କହିଛନ୍ତି ଶାହ। କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିବା ଭାଇବ୍ରାଣ୍ଟ୍ ଭିଲେଜ୍ ପ୍ରୋଗ୍ରାମର ଶୁଭାରମ୍ଭ ପାଇଁ ଭାରତ-ଚୀନ୍ ସୀମା ନିକଟରେ ଥିବା କିବିଥୁ ଗାଁକୁ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କିବିଥୁରେ ସେ ଆଇଟିବିପି ଯବାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଏହି ୨ ଦିନିଆ ଗସ୍ତରେ ଯାଇ ଆଜି ପ୍ରଥମେ ଆସାମର ଦିବ୍ରୁଗଡ଼ରେ ପହଞ୍ଚିଥିଲେ ଶାହ। ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଅମିତ ଶାହା ଅରୁଣାଚଳ ପ୍ରଦେଶ ଗସ୍ତ କରିଥିଲେ। ଆସନ୍ତାକାଲି ଦିବ୍ରୁଗଡ଼ରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। 

Advertisment
Amit Shah India China Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ