Advertisment

ସ୍ତ୍ରୀକୁ ହ୍ୱିଲଚେୟାରରେ ବସାଇଲେ ଆଉ ନିଜେ ଚାଲି ଚାଲି ଗଲେ...ଶେଷରେ ସବୁ ଦିନ ପାଇଁ ଚାଲିଗଲେ

ବୃଦ୍ଧ ଦମ୍ପତିଙ୍କୁ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ବୃଦ୍ଧ ଅପେକ୍ଷା ନକରି ସ୍ତ୍ରୀଙ୍କୁ ହ୍ୱିଲଚେୟାରରେ ବସାଇ ନିଜେ ପାଦରେ ଚାଲିଚାଲି ଯାଇଥିଲେ। ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Old Man Collapses And Dies After Walk

Old Man Collapses And Dies After Walk

Advertisment

ବିମାନବନ୍ଦରରେ ମିଳିଲାନି ହ୍ୱିଲଚେୟାର। ପାଦରେ ଚାଲିଚାଲି ଯିବାରୁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୁମ୍ବାଇ ବିମାନବନ୍ଦରରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ହ୍ୱିଲଚେୟାର ସହାୟକ ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କୁ ବିମାନବନ୍ଦରରୁ ଇମିଗ୍ରେସନ କାଉଣ୍ଟର୍‌ ପର୍ଯ୍ୟନ୍ତ ପ୍ରାୟ ୧.୫ କିଲୋମିଟର ବାଟ ପାଦରେ ଚାଲିବାକୁ ପଡ଼ିଥିଲା। ଯାହାଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ମୃତକ ଜଣେ ଭାରତୀୟ ବଂଶୋଦ୍ଭବ। ସେ ଦୀର୍ଘଦିନ ଧରି ଆମେରିକାରେ ରହୁଥିଲେ। ନିଜ ପତ୍ନୀଙ୍କ ସହ ସେ ନ୍ୟୁୟର୍କରୁ ମୁମ୍ବାଇ ଆସିଥିଲେ। ୮୦ ବର୍ଷ ବୟସ୍କ ବୃଦ୍ଧ ୨ଟି ହ୍ୱିଲଚେୟାର ପାଇଁ ଆଗୁଆ ବୁକିଂ ମଧ୍ୟ କରିଥିଲେ। ବୃଦ୍ଧ ଦମ୍ପତିଙ୍କୁ କେବଳ ଗୋଟିଏ ହ୍ୱିଲ୍ ଚେୟାର ଆସିଷ୍ଟାଣ୍ଟ ଦିଆଯାଇଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆଉ ଗୋଟେ ହ୍ୱିଲଚେୟାର ମିଳିନଥିଲା।

ସ୍ୱାମୀ ତାଙ୍କ ବୃଦ୍ଧ ପତ୍ନୀଙ୍କୁ ଗୋଟାଏ ହ୍ବିଲ୍‌ ଚେୟାର୍‌ ଉପରେ ବସାଇଥିଲେ ଏବଂ ସେ ନିଜେ ତାଙ୍କ ପଛେ ପଛେ ଯାଇଥିଲେ ।ପରେ ସେ ବିମାନମନ୍ଦରରୁ ଇମିଗ୍ରେସନ କାଉଣ୍ଟର୍‌ ପର୍ଯ୍ୟନ୍ତ ୧.୫ କିଲୋମିଟର ବାଟ ପାଦରେ ଚାଲି ଚାଲି ଯାଇଥିଲେ। କାଉଣ୍ଟରରେ ପହଞ୍ଚିବା ପରେ ବୃଦ୍ଧ ଜଣକ ମୁଣ୍ଡ ବୁଲାଇ ହୃଦଘାତର ଶିକାର ହୋଇଥିଲେ। ଏହି ଘଟଣା ପରେ ବୃଦ୍ଧଙ୍କୁ ନାନାବତୀ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଏହାପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏୟାର ଇଣ୍ଡିଆ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଛି ଯେ ହ୍ୱିଲଚେୟାର ପାଇଁ ଅନେକଗୁଡିଓ ବୁକିଂ କରାଯାଇଥିଲା। ସେଥିପାଇଁ ଆବଶ୍ୟକୀୟ ଆସିଷ୍ଟାଣ୍ଟ ନଥିଲେ। ବୃଦ୍ଧ ଦମ୍ପତିଙ୍କୁ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ସେମାନେ ଅପେକ୍ଷା ନକରି ପାଦରେ ଚାଲିଚାଲି ଯାଇଥିଲେ। ଫଳରେ ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରିଛି। ମୃତକଙ୍କ ପରିବାରକୁ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କହିଛି।

ଏହି ଘଟଣା ପରେ ମୁମ୍ବାଇ ବିମାନବନ୍ଦରରେ ହ୍ୱିଲ ଚେୟାର ସହାୟକଙ୍କ ଅଭାବ କେତେ ତାହା ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଫ୍ଲାଇଟରେ ଥିବା ୩୨ଜଣ ପାସେଞ୍ଜର ହ୍ୱିଲଚେୟାର ପାଇଁ ବୁକିଂ କରିଥିଲେ। କିନ୍ତୁ ସେଠାରେ ମାତ୍ର ୧୫ଟି ହ୍ୱିଲଚେୟାର ଉପଲବ୍ଧ ଥିଲା।

Advertisment
Wheelchair Old Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ