Bad-Road-Toll
ଏଣିକି ରୋଡ୍ ଖରାପ ଥିଲେ ଦେବାକୁ ପଡ଼ିବନି ଟୋଲ୍। ନ୍ୟାସନାଲ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆ ବା NHAI ଏବେ ନାଗରିକଙ୍କ ଠାରୁ ଆଦାୟ କରିପାରିବନି ଟ୍ୟାକ୍ସ। ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। କେରଳ ହାଇକୋର୍ଟ ଖରାପ ରାସ୍ତା ଅବସ୍ଥା ଏବଂ ଟ୍ରାଫିକ ବାଧାକୁ ଦର୍ଶାଇ ଚାରି ସପ୍ତାହ ପାଇଁ ତ୍ରିସୁର ଜିଲ୍ଲାର NH544 ରେ ଟୋଲ୍ ଆଦାୟକୁ ନିଷେଧ କରିଥିଲା। ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ କରିଥିଲା NHAI। ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।
ସୁପ୍ରିମକୋର୍ଟ ରାସ୍ତା ନିର୍ମାଣର ପରିଚାଳନା ଏବଂ ସ୍ଥାନାନ୍ତର ପଦ୍ଧତି, ଅତ୍ୟଧିକ ଟୋଲ୍ ଆଦାୟ, ରାସ୍ତାର ଜରାଜୀର୍ଣ୍ଣ ଅବସ୍ଥା ଏବଂ ପରିବେଶ ଏବଂ ନାଗରିକଙ୍କ ଜୀବନ ଉପରେ ଏହାର ପ୍ରଭାବକୁ ନେଇ NHAI ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ମତରେ, ଏହା ଏକ ଦୁଃଖଦାୟକ ସତ୍ୟ ଯେ ଅନିୟମିତତା ଏବଂ ଅବହେଳା ଯୋଗୁଁ ରାସ୍ତାଗୁଡ଼ିକ ପ୍ରାୟତଃ ଖରାପ ହୋଇଯାଏ। ଏହାଛଡ଼ା ଟୋଲ୍ ବୁଥ୍ରେ ଟୋଲ୍ କର୍ମଚାରୀମାନେ ଏକଛତ୍ରବାଦୀ ପରି ବ୍ୟବହାର କରନ୍ତି। ବିଚରା ସାଧାରଣ ନାଗରିକଙ୍କୁ ଘଣ୍ଟା ଘଣ୍ଟା ଧାଡ଼ିରେ ଅପେକ୍ଷା କରିବାକୁ ବାଧ୍ୟ କରାଯାଏ, ଏବଂ ଇଞ୍ଜିନ୍ ଚାଲୁଥିଲେ ମଧ୍ୟ ଗାଡ଼ି ଧିରେ ଧିରେ ଚାଲିଥାଏ। ଏସବୁ ଅବ୍ୟବସ୍ଥା ସହିଥାନ୍ତି ନାଗରିକ ଆଉ ଟୋଲ୍ ମଧ୍ୟ ଦେଇଥାନ୍ତି ।
ତେଣୁ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ନାଗରିକମାନେ ପୂର୍ବରୁ ଯାନବାହନ ଟିକସ ଦେଉଛନ୍ତି, ସେମାନଙ୍କୁ ଖରାପ ରାସ୍ତା ପାଇଁ ଟୋଲ୍ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ନାଗରିକଙ୍କ ପାଇଁ ସେହି ରାସ୍ତା ମୁକ୍ତ ରହିବା ଦରକାର ଯାହାପାଇଁ ସେମାନେ ଟିକସ ଦେଇସାରିଛନ୍ତି। ଖାଲ ଖମାରେ ପୂର୍ଣ୍ଣ ରାସ୍ତାରେ ଯିବା ପାଇଁ କୌଣସି ଅତିରିକ୍ତ ଦେୟ ଦେବା ଉଚିତ୍ ନୁହେଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755845462.jpg)