Advertisment

ନିଟ-ୟୁଜିକୁ ନେଇ ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା

ଶୁଣାଣି କରି ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ପରେ ଆସନ୍ତାକାଲିଠୁ କାଉନସେଲିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Neet

Neet

Advertisment

ନିଟ୍-ୟୁଜିକୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା। ପୁଣି ଥରେ ପରୀକ୍ଷା କିମ୍ବା ରି-ଏଗଜାମ୍ ଆଉ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କହିଛନ୍ତି, ପରୀକ୍ଷାର ପବିତ୍ରତା ଭଙ୍ଗ ହୋଇଥିବାର ସେଭଳି କୌଣସି ଯଥେଷ୍ଟ ପ୍ରମାଣ ନାହିଁ। ପୁଣି ଥରେ ଯଦି ପରୀକ୍ଷା କରାଯାଏ, ତେବେ ଦେଶର ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ଆଶଙ୍କା ରହୁଥିଲା।

Advertisment

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ, ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। କହିଛନ୍ତି, NTA ଏବଂ ଆଇଆଇଟି ମାଡ୍ରାସ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟର ଅନୁଧ୍ୟାନ କରାଯାଇଥିଲା। ଯେଉଁଥିରେ ସେଭଳି ବ୍ୟାପକ ମାତ୍ରାରେ ପେପର୍ ଲିକ୍ ହୋଇନାହିଁ। ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା।

ଏହାର ଶୁଣାଣି କରି ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ପରେ ଆସନ୍ତାକାଲିଠୁ କାଉନସେଲିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

Advertisment

Supreme Court PIL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ