Advertisment

Viral News: ଅଟୋ ଭିତରେ ରୋମାନ୍ସ ନକରିବା ପାଇଁ ଡ୍ରାଇଭରଙ୍କ ଚେତାବନୀ

ତାଙ୍କ ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ସେ ଶକ୍ତ କଟକଣା ଲଗାଇଛନ୍ତି। ଏହା ଏକ କ୍ୟାବ। ଏହା ମଧ୍ୟରେ ରୋମାନ୍ସର ଆବଶ୍ୟକତା ନାହିଁ। ଏହା ଆପଣଙ୍କ ବ୍ୟକ୍ତିଗତ ଜାଗା ଅଥବା ଓୟୋ ନୁହେଁ ତେଣୁ ଦୟା ପୂର୍ବକ ଦୂରତା ବଜାୟ ରଖନ୍ତୁ ବୋଲି ଲେଖା ଯାଇଛି।

ଅଦ୍ୟତନ ହୋଇଛି
Auto Driver's Warning For No Romance To Passengers Goes Viral

auto

Advertisment

ସର୍ବସାଧାରଣ ସ୍ଥାନରେ ରୋମାନ୍ସକୁ ନେଇ ଜଣେ ଅଟୋ ଡ୍ରାଇଭର ଏକ ମଜାଳିଆ ଚେତାବନୀ ଦେଇଛନ୍ତି। ଅଟୋ ମଧ୍ୟରେ ଯାତାୟତ କରିବା ସମୟରେ ରୋମାନ୍ସ ନ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ଏହି ଡ୍ରାଇଭର ଜଣକ। ଇଣ୍ଟରନେଟରେ ଏହାର ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆନ୍ୟା ନାମକ ଜଣେ ୨୩ ବର୍ଷର ଯାତ୍ରୀ ଏହି ଫଟୋକୁ ଏକ୍ସରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଡ୍ରାଇଭର ଜଣଙ୍କ ନିଜ ସିଟର ପଛରେ ଫଟୋଟି ଲଗାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସ୍କୁଲ ୟୁନିଫର୍ମରେ ଆତଙ୍କ ଖେଳାଇଲେ ଛାତ୍ର; ରାସ୍ତାରେ ଫୁଟାଇଲେ ଗୁଳି, କଲେ ଷ୍ଟଣ୍ଟ

ତାଙ୍କ ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ସେ ଶକ୍ତ କଟକଣା ଲଗାଇଛନ୍ତି। ଏହା ଏକ କ୍ୟାବ। ଏହା ମଧ୍ୟରେ ରୋମାନ୍ସର ଆବଶ୍ୟକତା ନାହିଁ। ଏହା ଆପଣଙ୍କ ବ୍ୟକ୍ତିଗତ ଜାଗା ଅଥବା ଓୟୋ ନୁହେଁ ତେଣୁ ଦୟା ପୂର୍ବକ ଦୂରତା ବଜାୟ ରଖନ୍ତୁ ବୋଲି ଲେଖା ଯାଇଛି। ସମ୍ମାନ ଦେଲେ ଆପଣଙ୍କୁ ମଧ୍ୟ ସମ୍ମାନ ମିଳିବ, ଧନ୍ୟବାଦ।

Advertisment

ଏହି ଫଟୋଟି ଭାଇରାଲ ହେବା ପରେ ଗତବର୍ଷ ରେଡିଟରେ ଭାଇରାଲ ହୋଇଥିବା ଏକ ପୋଷ୍ଟକୁ ସମସ୍ତେ ମନେ ପକାଇଛନ୍ତି। ଗତବର୍ଷ ଜଣେ ଡ୍ରାଇଭର ନିଜ କ୍ୟାବରେ ବସିଥିବା ଯାତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ କହିଥିଲେ। ଏହା ସହ ଭାଇ ଡାକିବା ବଦଳରେ ସେ ତାଙ୍କୁ ସମ୍ମାନ କରିବା ଉଚିତ ବୋଲି ମଧ୍ୟ କହିଥିଲେ। ଆପଣଙ୍କ ଆଟିଟ୍ୟୁଡ ନିଜ ମଧ୍ୟରେ ରଖନ୍ତୁ। ଆପଣ ଆମକୁ ଅତିରିକ୍ତ ପଇସା ଦେଉ ନାହାନ୍ତି।

ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ଶକ୍ତ କଟକଣା ଲଗାଇଥିବା ଡ୍ରାଇଭରଙ୍କୁ ସୋସିଆଲ ମିଡିଆରେ ଭରପୁର ସମର୍ଥନ ମିଳିଛି। ଏକାଧିକ ବ୍ୟବହାରକାରୀ ତାଙ୍କର ସଚ୍ଚୋଟତା ସହ ମଜାଳିଆ ସ୍ବଭାବକୁ ପସନ୍ଦ କରିଛନ୍ତି। ଆଉ ଜଣେ ବ୍ୟବହାରକାରୀ ଲେଖିଥିଲେ ଏହି ଘଟଣା କେତେ ଥର ହେବା ପରେ ଡ୍ରାଇଭର ଜଣଙ୍କ ଏହି ଚେତାବନୀ ଦେଇଥିବେ।

Advertisment

ଅଧିକ ପଢ଼ନ୍ତୁ: ଚୀନ୍ ଭାଇରସ ଶିଶୁ ମାନଙ୍କ ପାଇଁ ବିପଦ...

Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ