Advertisment

Income Tax Relaxation: ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ୧୨ ଲକ୍ଷ ଯାଏ ଟିକସ ଛାଡ

ଏଣିକି ବ୍ୟକ୍ତିଗତ ଆୟକରଦାତାଙ୍କୁ ସେମାନଙ୍କ ବାର୍ଷିକ ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି। ବେତନଭୋଗୀ ଓ ପେନସନରଙ୍କୁ ତ ଆହୁରି ଫାଇଦା। ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କାକୁ ମିଶାଇ ୧୨ ଲକ୍ଷ ୭୫ ହଜାର ଆୟ ଉପରେ ଦେବାକୁ ହେବନି ଟଙ୍କାଟିଏ ବି ଟିକସ।

undefined

budget

Advertisment

ମୋଦି ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ୍ତଙ୍କ ଅଣ୍ଟି ଭରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବାର୍ଷିକ ୧୨ଲକ୍ଷ ଟଙ୍କା ଯାଏଁ ଆୟ କରୁଥିବା ବ୍ୟକ୍ତିଙ୍କୁ ଆଉ ଦେବାକୁ ପଡ଼ିବନି ଇନକମ୍ ଟ୍ୟାକ୍ସ। ନ୍ୟୁ ଟ୍ୟାକ୍ସ ରେଜିମରେ ଟ୍ୟାକ୍ସ ସ୍ଲାବରେ ବଡ଼ ପରିବର୍ତ୍ତନ ଆଣି ବ୍ୟକ୍ତିଗତ ଆୟକରଦାତାଙ୍କୁ ଆଶାଠୁ ଅଧିକ ଖୁସି କରିବାର ଉଦ୍ୟମ କରିଛନ୍ତି। ତେବେ ଓଲ୍ଡ ଟ୍ୟାକ୍ସ ରେଜିମରେ ଆୟକର ସ୍ଲାବ ଅପରିବର୍ତ୍ତିତ ରହିଛି। କେବଳ ସେତିକି ନୁହେଁ, ବଜେଟରେ ବରିଷ୍ଠ ନାଗରିକଙ୍କ ଲାଗି ଥିବା ଟ୍ୟାକ୍ସ ଡିଡକ୍ସନକୁ ବି ଡବଲ୍ କରିଦିଆଯାଇଛି।

Advertisment

ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ବଡ଼ ସଂସ୍କାର। ମଧ୍ୟବିତ୍ତଙ୍କୁ ଜବରଦସ୍ତ ରିହାତି। ଏଣିକି ବ୍ୟକ୍ତିଗତ ଆୟକରଦାତାଙ୍କୁ ସେମାନଙ୍କ ବାର୍ଷିକ ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି। ବେତନଭୋଗୀ ଓ ପେନସନରଙ୍କୁ ତ ଆହୁରି ଫାଇଦା। ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କାକୁ ମିଶାଇ ୧୨ ଲକ୍ଷ ୭୫ ହଜାର ଆୟ ଉପରେ ଦେବାକୁ ହେବନି ଟଙ୍କାଟିଏ ବି ଟିକସ। କେବଳ ସେତିକି ନୁହେଁ, ଏହାଦ୍ବାରା ନୂଆ ଟ୍ୟାକ୍ସ ରେଜିମ୍କୁ ଆପଣାଉଥିବା ଆୟକରଦାତାଙ୍କ ୧୨ ଲକ୍ଷ ଟଙ୍କା ଆୟ ଉପରେ ୮୦ ହଜାର ଟଙ୍କା ସଂଚୟ ହେବ।

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

ସେହିପରି ୧୮ ଲକ୍ଷ ଆୟ ଉପରେ ୭୦ ହଜାର ଓ ୨୫ ଲକ୍ଷ ଟଙ୍କା ଆୟ ଉପରେ ୧ ଲକ୍ଷ ୧୦ ହଜାର ଟଙ୍କାର ଫାଇଦା ପାଇବେ ଆୟକରଦାତା। ହେଲେ କ୍ୟାପିଟାଲ୍ ଗେନ୍ ଭଳି ସ୍ବତନ୍ତ୍ର ଆୟ ଉତ୍ସ ଥିବା ଟିକସଦାତାଙ୍କୁ ନୂଆ ସ୍ଲାବ୍ ଅନୁଯାୟୀ ଭରିବାକୁ ହେବ ଟିକସ।

Advertisment

ପୂର୍ବରୁ ୩ ଲକ୍ଷ ଟଙ୍କା ଯାଏଁ ଶୂନ୍ୟ ଟିକସ ଥିବା ବେଳେ ଏବେ ଏହାକୁ ୪ ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ୩ରୁ ୭ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ପଡୁଥିବା ବେଳେ ଏବେ ଏଇ ସ୍ଲାବ୍ ୪ରୁ ୮ ଲକ୍ଷ କରାଯାଇଛି। ୭ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ପଡୁଥିବା ବେଳେ ଏହାକୁ ୮ରୁ ୧୨ ଲକ୍ଷ, ୧୦ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟ୍ୟାକ୍ସ ସ୍ଲାବ୍ ୧୫ ପ୍ରତିଶତ ଥିବା ବେଳେ ଏହାକୁ ୧୨ରୁ ୧୬ ଲକ୍ଷ, ୧୨ରୁ ୧୫ ଲକ୍ଷ ଯାଏଁ ଆୟକର ୨୦ ପ୍ରତିଶତ ପଡୁଥିବା ବେଳେ ଏବେ ଏହାକୁ ୧୬ରୁ ୨୦ ଲକ୍ଷ ଯାଏଁ ବଢ଼ାଯାଇଛି। ସେହିପରି ପୂର୍ବରୁ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଆୟକର ଦେବାକୁ ପଡୁଥିବା ବେଳେ ଏଥିରେ ବଡ଼ ରିହାତି ଦେଇ ୨୦ରୁ ୨୪ ଲକ୍ଷ ଆୟ ପାଇଁ ୨୫ ପ୍ରତିଶତ ଏବଂ ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟ୍ୟାକ୍ସକୁ ୩୦ ପ୍ରତିଶତ ରଖାଯାଇଛି।

ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନକୁ ୫୦ ହଜାରରୁ ଡବଲ୍ କରି ଲକ୍ଷେ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ। ଏମିତିକି ପୂର୍ବରୁ ବାର୍ଷିକ ୨ ଲକ୍ଷ ୪୦ ହଜାର ଟଙ୍କାର ଘରଭଡ଼ା ଉପରେ TDS ଲାଗୁଥିବା ବେଳେ ଏହାକୁ ୬ ଲକ୍ଷ ଟଙ୍କାକୁ ବଢ଼ାଯାଇଛି। କେବଳ ସେତିକି ନୁହେଁ, ଏଣିକି ଅପଡେଟେଡ୍ ରିଟର୍ଣ୍ଣ ଫାଇଲିଂର ସମୟସୀମାକୁ ଦୁଇ ବର୍ଷ ପରିବର୍ତ୍ତେ ୪ ବର୍ଷ କରାଯାଇଛି। ଇନକମ୍ ଟ୍ୟାକ୍ସରେ ଏସବୁ ସଂସ୍କାର କାରଣରୁ ସରକାରଙ୍କ ପାଖକୁ ଯାଉଥିବା ଲକ୍ଷେ କୋଟି ଟଙ୍କାର ରାଜସ୍ବ ମଧ୍ୟବିତ୍ତଙ୍କ ହାତକୁ ଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

Union Budget Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ