ମହାକାଶଚାରୀଙ୍କୁ ମହାକାଶରେ ଦିଆଯିବ ଭାରତୀୟ ଖାଦ୍ୟ, ଜାଣନ୍ତୁ ମେନୁ...

ISRO ମୁଖ୍ୟ ଏସ୍‌ ସୋମନାଥଙ୍କ କହିବାନୁଯାୟୀ, ମହାକାଶଚାରୀଙ୍କୁ ମିଶନ ସମୟରେ ଭାରତୀୟ ଖାଦ୍ୟ ପରଷାଯିବ । ହେଲେ ଧିରେ ଧିରେ ଏଥିପ୍ରତି ଅଧିକ ଯତ୍ନବାନ ହେବା ସହ ଏହାର ବିକଳ୍ପ ଚିନ୍ତା ମଧ୍ୟ କରାଯାଉଛି ।

Indian Food

ଗଗନାୟନ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତ । ଆଉ ଏଥର ପ୍ରଥମ ଥର ପାଇଁ ମହାକାଶଚାରୀଙ୍କୁ ପଠାଇବାକୁ ଚାଲିଛି ପ୍ରାଣପଣେ ଉଦ୍ୟମ । ହେଲେ ମହାକାଶରେ ପହଞ୍ଚିବା ପରେ ସେଠାରେ ମହାକାଶଚାରୀ ଖାଇବେ କ’ଣ ? ତାକୁ ନେଇ ଏବେ ହେଉଛି ବଡ଼ ଚର୍ଚ୍ଚା । ବିଶେଷଜ୍ଞଙ୍କ କହିବାନୁଯାୟୀ ମହାକାଶଚାରୀଙ୍କୁ ମିଶନ ସମୟରେ ଦିଆଯିବ ଭାରତୀୟ ଖାଦ୍ୟ । ପୂର୍ବରୁ ମହାକାଶକୁ ଯାଉଥିବା ମହାକାଶଚାରୀଙ୍କୁ କୌଣସି ଖାଦ୍ୟ ଦିଆଯାଉନଥିଲା । ସେମାନଙ୍କୁ ଖାଦ୍ୟ ବଦଳରେ ଫୁଡ୍‌ ସପ୍ଲିମେଣ୍ଟାରୀ ଦିଆଯାଉଥିଲା । ଯାହାକି ସମସ୍ତ ମହାକାଶଚାରୀଙ୍କ ପାଇଁ ହିତକର ନଥିଲା । ତେଣୁ ଏବେ ସେମାନଙ୍କୁ ଭାରତୀୟ ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯିବ ।

ISRO ମୁଖ୍ୟ ଏସ୍‌ ସୋମନାଥଙ୍କ କହିବାନୁଯାୟୀ, ମହାକାଶଚାରୀଙ୍କୁ ମିଶନ ସମୟରେ ଭାରତୀୟ ଖାଦ୍ୟ ପରଷାଯିବ । ହେଲେ ଧିରେ ଧିରେ ଏଥିପ୍ରତି ଅଧିକ ଯତ୍ନବାନ ହେବା ସହ ଏହାର ବିକଳ୍ପ ଚିନ୍ତା ମଧ୍ୟ କରାଯାଉଛି । ବିଭିନ୍ନ ସଂସ୍ଥା ଏବେ ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବା କଥା ଚିନ୍ତା କରୁଛନ୍ତି । ମହାକାଶରେ ମହାକାଶଚାରୀଙ୍କୁ ଅଧିକ ସତେଜ ଏବଂ ଶକ୍ତିଶାଳି ରଖିବା ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି ।

ତେବେ ମହାକାଶଚାରୀଙ୍କୁ ମହାକାଶରେ ଭାରତୀୟ ଖାଦ୍ୟ ପରଷାଯିବ ଏହା ସତ ହେଲେ ସେହି ଖାଦ୍ୟ ତାଲିକାରେ ନାହିଁ ଇଡ୍‌ଲି । ଛୋଟ ଛୋଟ ମହାକାଶ ମିଶନରେ ଇଡ୍‌ଲି ସମ୍ବର ଭଳି ଖାଦ୍ୟ ତାଲିକାରେ ରଖାଯାଇନାହିଁ । ଏହାବଦଳରେ ସେମାନଙ୍କୁ ଟ୍ୟୁବ୍‌ରେ ଏମିତି କିଛି ଖାଦ୍ୟ ଦିଆଯିବ, ଯାହାକି ସମାନ ପ୍ରକାରର ରହିବ ।

ତେବେ ବଡ଼ ବଡ଼ ମହାକାଶ ମିଶନରେ ତଥା ଦୀର୍ଘ ଦିନ ପର୍ଯ୍ୟନ୍ତ ମହାକାଶଚାରୀମାନେ ଯଦି ମହାକାଶରେ ରୁହନ୍ତି ତେବେ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି । ସେହି ଖାଦ୍ୟ ଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯିବ । ଏଥିରେ ଚିକେନ୍‌ ମଧ୍ୟ ରହିବ ବୋଲି ସ୍ଥିର କରାଯାଇଛି । ପୃଥିବୀ ପୃଷ୍ଠରେ ଥିବା ବେଳେ ଯେଉଁଭଳି ଖାଦ୍ୟ ଆମେ ଖାଉଛନ୍ତି ଠିକ୍‌ ସେହିଭଳି ଖାଦ୍ୟ ସେମାନଙ୍କୁ ମହାକାଶରେ ମଧ୍ୟ ଉପଳବ୍ଧ କରାଇବାକୁ ଯୋଜନା କରାଯାଇଛି ।

ISRO ମୁଖ୍ୟ ଶ୍ରୀ ସୋମନାଥ କହିଛନ୍ତି ଯେ, ଆମେ ଭାରତୀୟ ବାୟୁସେନା ସହ ଯୋଗାଯୋଗରେ ରହିଛୁ । ସେମାନଙ୍କ ପାଇଲଟ ମାନଙ୍କଠାରୁ ପରାମର୍ଶ ନେଉଛୁ । କାରଣ ଆକାଶରେ ଅଧିକ ଦିନ ରହିବା କ୍ଷେତ୍ରରେ ସେମାନଙ୍କ ଅଧିକ ଅଭିଜ୍ଞତା ରହିଛି ।