• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡାଲି, ଚାଉଳ, ଦହି ଏବଂ ମୁଢି ଭଳି ଖାଦ୍ୟ ସାମଗ୍ରୀରେ କାହିଁକି ଲାଗିଲା ଜିଏସଟି ? ଲଗାତର ୧୪ଟି ଟ୍ୱିଟ୍ କରି ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ୟାକେଟ ଏବଂ ଲେବୁଲ ଯୁକ୍ତ ଖାଦ୍ୟ ପଦାର୍ଥ ଉପରେ ସରକାରଙ୍କ ୫ ପ୍ରତିଶତ ଜିଏସଟି ନେଇ ଟ୍ୱିଟ୍ କରିଛନ୍ତି ଅର୍ଥମନ୍ତ୍ରୀ । ଟ୍ୱିଟରେ ଅର୍ଥମନ୍ତ୍ରୀ ଲେଖିଛନ୍ତି, ଡାଲି, ଗହମ, ସୋରିଷ, ଓଟ୍ସ, ମକା,ଚାଉଳ, ଅଟା, ସୁଜି, ବେସନ, ମୁଢି , ଦହି ଏବଂ ଲସିରୁ ଜିଏସଟି ହଟାଯାଇଛି । ଏସବୁକୁ ଖୋଲାରେ କିଣିଲେ କୌଣସି ଜିଏସଟି ଦେବାକୁ ପଡିବନି ।

ଆଉ ଏକ ଟ୍ୱିଟରେ ନିର୍ମଳା ଲେଖିଛନ୍ତି, ଖାଦ୍ୟ ପଦାର୍ଥ ଉପରେ ଟିକସ ଲଗାଇବା ନୂଆ ନୁହେଁ । ଜିଏସଟି ଲାଗୁ ହେବା ପୂର୍ବରୁ ରାଜ୍ୟ ସରକାର ଟିକସ ଲଗାଇ ପ୍ରଚୁର ରାଜସ୍ୱ ଆଦାୟ କରିଛନ୍ତି । ପଂଜାବ ଏବଂ ଉତ୍ତର ପ୍ରଦେଶର ଉଦାହରଣ ଦେଇଛନ୍ତି ଅର୍ଥମନ୍ତ୍ରୀ । ରାଜ୍ୟ ଦ୍ୱାରା ଆଦାୟ କରାଯାଉଥିବା ଟିକସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଥମେ ବ୍ରାଣ୍ଡେଡ୍ ଚାଉଳ, ଡାଲି ଏବଂ ଅଟା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିଥିଲେ ।

ତେବେ ଏଥିରେ ବ୍ୟାପକ ଦୁରୁପଯୋଗ ସାମ୍ନାକୁ ଆସିଥିଲା ଏହାପରେ ଫିଟମେଂଟ୍ କମିଟି ସବୁ ପ୍ୟାକେଟ୍ ଜିନିଷ ଉପରେ ସମାନ ଭାବେ ୫ ପ୍ରତିଶତ ଜିଏସଟି ଲାଗୁ କରିବାକୁ ପ୍ରସ୍ତାବ ଦେଇଥିବା ଟ୍ୱିଟ୍ କରିଛନ୍ତି ଅର୍ଥମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ଜିଏସଟି କାଉନସିଲର ଯେଉଁ ଗ୍ରୁପ୍ ଏହି ନିଷ୍ପତ୍ତି ନେଇଛି । ସେଥିରେ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ଉତ୍ତରପ୍ରଦେଶ, ଗୋଆ ଏବଂ ବିହାରର ସଦସ୍ୟ ବି ସାମିଲ ଥିଲେ । ବ୍ୟାପକ ବିଚାର ବିମର୍ଶ ଏବଂ ସମସ୍ତ ସଦସ୍ୟଙ୍କ ସହମତିରେ ଜିଏସଟି କାଉନସିଲ୍ ଏହା ଉପରେ ପ୍ରସ୍ତାବ ଦେଇଥିଲା । ଟ୍ୟାକ୍ସ ଲିକେଜ୍ ରୋକିବାକୁ ଏହା ଜରୁରୀ ଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।