Advertisment

ଭାରତର ସବୁଠାରୁ ଲମ୍ବାସେତୁ; କିନ୍ତୁ ଚାଲି ପାରିବନି ଅଟୋ, ବାଇକ୍

ସମୁଦ୍ର ବ୍ରିଜରେ ଚାଲି ପାରିବନି ଅଟୋରିକ୍ସା, ମୋଟର ସାଇକେଲ । ଗୋଟେ ପଟେ ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ବା MTHLରେ ଚାରି ଚକିଆ ଯାନ ପାଇଁ ସର୍ବାଧିକ ବେଗ ସୀମା ୧୦୦ କିଲୋମିଟର ଥିବା ବେଳେ ସମୁଦ୍ର ବ୍ରିଜରେ ମୋଟରସାଇକେଲ, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ଅନୁମତି ଦିଆଯିବ ନାହିଁ ।

ଅଦ୍ୟତନ ହୋଇଛି
Mumbai Trans Harbour Link Atal Setu Inauguration

Atal Setu

Advertisment

ସମୁଦ୍ର ବ୍ରିଜରେ ଚାଲି ପାରିବନି ଅଟୋରିକ୍ସା, ମୋଟର ସାଇକେଲ । ଗୋଟେ ପଟେ ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ବା MTHLରେ ଚାରି ଚକିଆ ଯାନ ପାଇଁ ସର୍ବାଧିକ ବେଗ ସୀମା ୧୦୦ କିଲୋମିଟର ଥିବା ବେଳେ ସମୁଦ୍ର ବ୍ରିଜରେ ମୋଟରସାଇକେଲ, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ କହିଛି । ଏନେଇ ଏକ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି ।

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନିର୍ମିତ ଅଟଳ ସେତୁ ବ୍ରିଜକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । କାର, ଟ୍ୟାକ୍ସି, ହାଲୁକା ମୋଟରଯାନ, ମିନିବସ୍ ଭଳି ଯାନକୁ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବାକୁ ଅନୁମତି ରହିଛି ।

କିନ୍ତୁ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାର ଗତି ୪୦ କିଲୋମିଟର ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ରହିଛି । ସାଧାରଣ ଲୋକଙ୍କ ପାଇଁ ବିପଦ ଓ ଅସୁବିଧାକୁ ରୋକିବା ପାଇଁ ମୁମ୍ବାଇ ପୋଲିସ ଏପରି ପଦକ୍ଷେପ ନେଇଛି ।

Advertisment

ଅନ୍ୟପଟେ ଏହି ଯାନଗୁଡ଼ିକୁ ମୁମ୍ବାଇ ପୋର୍ଟ-ସେୱିରି ଏକଜିଟ ବ୍ୟବହାର କରି 'ଗଦି ଆଡ୍ଡା' ନିକଟରେ MBPT ରୋଡ୍‌ରେ ନେବାକୁ ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ମୋଟରସାଇକେଲ, ତିନି ଚକିଆ ଯାନ, ଅଟୋ, ଟ୍ରାକ୍ଟର ଭଳି ଯାନ ପାଇଁ ପ୍ରବେଶ ଅନୁମତି ନାହିଁ ବୋଲି କୁହାଯାଇଛି ।

Advertisment

MTHL ହେଉଛି ଏକ ୬ ଲେନ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି । ଲମ୍ବା ରାସ୍ତାକୁ କମ ସମୟରେ ଅତିକ୍ରମ କରିବା ପାଇଁ ବ୍ରିଜଟି ତିଆରି କରାଯାଇଥିଲା । ମୁମ୍ବାଇ ଓ ନାଭି ମୁମ୍ବାଇ ମଧ୍ୟରେ ଦୂରତାକୁ ଏହି ବ୍ରିଜ ଜରିଆରେ ମାତ୍ର ୨୦ ମିନିଟରେ ଅତିକ୍ରମ କରିହେବ । ଅନ୍ୟ ପଟେ ଏହି ରାସ୍ତା ଅତିକ୍ରମ କରିବାକୁ ୨ଘଣ୍ଟା ସମୟ ଲାଗିଥାଏ ।

Longest Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ