Advertisment

Nitish Kumar: ଆଗକୁ ବିହାର ବିଧାନସଭା ନିର୍ବାଚନ, ଆକୃଷ୍ଟ ହେବେ କି ମହିଳା ଭୋଟର ?

କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି । ସେହିପରି ଯୁବଗୋଷ୍ଠୀଙ୍କୁ ଅଧିକ ସଶକ୍ତ କରିବାକୁ ବିହାର ୟୁଥ କମିଶନ ଗଠନ ହେବ । ଏନେଇ ନୀତୀଶ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।

Nitish Kumar

Nitish Kumar

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ବର୍ଗର ଚାକିରିରେ ୩୫% ପଦବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ହୋଇ ରହିବ । ଆଗାମୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ନୀତୀଶ ଏହି ବଡ଼ ଘୋଷଣା କରିଛନ୍ତି ।

Advertisment

ଏହି ୩୫% ସଂରକ୍ଷଣ ବ୍ୟବସ୍ଥା କେବଳ ବିହାରର ବାସିନ୍ଦାଙ୍କ ପାଇଁ ଲାଗୁ ହେବ । ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଅଧିକରୁ ଅଧିକ ମହିଳା ସରକାରୀ ଚାକିରିରେ ଯୋଗ ଦେଇପାରିବେ । ଏହା ସହ ବିହାରର ଶାସନ ନୀତି ଓ ପ୍ରଶାସିକ ବ୍ୟବସ୍ଥାରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବେ।

Advertisment

କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି । ସେହିପରି ଯୁବଗୋଷ୍ଠୀଙ୍କୁ ଅଧିକ ସଶକ୍ତ କରିବାକୁ ବିହାର ୟୁଥ କମିଶନ ଗଠନ ହେବ । ଏନେଇ ନୀତୀଶ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।

ବିହାର ୟୁଥ କମିଶନ ଯୁବଗୋଷ୍ଠୀଙ୍କୁ ସଶକ୍ତ ଓ ଅଧିକ ସକ୍ଷମ କରିବା ଦିଗରେ କାର୍ଯ୍ୟ କରିବ । ଯୁବଗୋଷ୍ଠୀଙ୍କୁ ଉତ୍ତମ ଶିକ୍ଷା ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାମ କରିବ। କମିଶନରେ ଜଣେ ଅଧ୍ୟକ୍ଷ, ଦୁଇ ଜଣ ଉପାଧ୍ୟକ୍ଷ ଓ ୭ ଜଣ ସଦସ୍ୟ ରହିବେ। ଏମାନଙ୍କ ବୟସ ୪୫ ବର୍ଷରୁ କମ ରହିବ।

Advertisment

ରାଜ୍ୟରେ ଥିବା ଘରୋଇ ସଂସ୍ଥାରେ ସ୍ଥାନୀୟ ଯୁବକମାନଙ୍କୁ ଉପଯୁକ୍ତ ସୁଯୋଗ ମିଳୁଛି କି ନାହିଁ, ତା’ର ଯାଞ୍ଚ ମଧ୍ୟ ଏହି କମିଶନ କରିବ। ସେହିପରି ବିହାର ବାହାରେ ପାଠପଢ଼ୁଥିବା ପିଲାମାନଙ୍କ ହିତରେ କାମ କରିବ ।

ଅଧିକ ପଢ଼ନ୍ତୁ: ନିଜେ ମନ୍ତ୍ରୀ ମାନିଲେନି, ସରକାରଙ୍କୁ ଦେଲେ ଖୋଲା ଚାଲେଞ୍ଜ୍

Bihar Nitish Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ