Advertisment

ଏଣିକି ଇକନମି ମଡେଲ କାର୍‌ରେ ବି ଲାଗିବ ୬ଟି ଏୟାରବ୍ୟାଗ

ଟାଟା ଗ୍ରୁପର ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସରକାରଙ୍କ ମୁଣ୍ଡରେ ଚେତା ପଶିଲା। ସଡକ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବା ପାଇଁ ନେବାକୁ ଯାଉଛନ୍ତି ଏମିତି ନିଷ୍ପତ୍ତି।

ଅଦ୍ୟତନ ହୋଇଛି
6 Airbags In Economy Cars

6 airbag in economy car

Advertisment

ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣା ଜନିତ ମୃତ୍ୟୁ ବି ଚିନ୍ତା ବଢାଇ ଦେଇଛି। ବିଶ୍ୱରେ ୨ୟ ବୃହତ ସଡ଼କ ନେଟୱର୍କ ଭାରତରେ ଥାଇ ବି ଏଠାରେ ଦୁର୍ଘଟଣାକୁ ରୋକାଯାଇ ପାରୁନି । ତେଣୁ  ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର। ଦୁର୍ଘଟଣାକୁ ରୋକିବା ପାଇଁ ଏବେ କାର୍‌ର ସବୁ ସିଟ୍‌ରେ ଏୟାର ବ୍ୟାଗ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।  କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସଡ଼କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିବା ସହ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ ବୋଲି କହଛନ୍ତି।

Advertisment

ସେ କହିଛନ୍ତି,  ଜନସଂଖ୍ୟା ଏବଂ ଅଟୋମୋବାଇଲ ବୃଦ୍ଧି ଦୁଇଟି ଜିନିଷ ଯାହା ଉପରେ ସରକାରୀ ନିୟନ୍ତ୍ରଣ ରହୁନି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅଟୋମୋବାଇଲ କ୍ଷେତ୍ରରେ ସେ ବହୁତ କିଛି ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରୁଛିନ୍ତି ଯଦ୍ୱାରା ସଡକ ଦୁର୍ଘଟଣାକୁ ରୋକାଯାଇ ପାରିବ । ସେ ଆହୁରି କହିଛନ୍ତି, ସଡକ ସୁରକ୍ଷା ଏକ ବହୁତ ବଡ ଚିନ୍ତାର ବିଷୟ। ଦୁର୍ଘଟଣାକୁ ରୋକିବା ପାଇଁ ଇକନମି ମଡେଲ କାରରେ ୬ଟି ଏୟାରବ୍ୟାଗ ଲଗାଯିବ। ଏହା ବ୍ୟତୀତ ଆହୁରି ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ: ବର୍ଷେ ଘୁଞ୍ଚିଲା ୬ ଏୟାରବ୍ୟାଗ୍ ନୀତି, ଟ୍ୱିଟ୍‌ କରି କହିଲେ ଗଡ଼କରୀ

ସେ ଆହୁରି କହିଛନ୍ତି, ସମାନ କମ୍ପାନୀ ଯଦି କାର ବାହାରକୁ ଏକ୍ସପୋର୍ଟ କରୁଛନ୍ତି ତେବେ ୬ଟି ଏୟାର ବ୍ୟାଗ ଲଗାଉଛନ୍ତି। କିନ୍ତୁ ଯଦି ଲୋକାଲ ପାଇଁ ତିଆରି କରୁଛନ୍ତି ତେବେ ୪ଟି ଏୟାର ବ୍ୟାଗ ରଖୁଛନ୍ତି। ସେ ପ୍ରଶ୍ନ କରିଛନ୍ତି, ଗରିବର ଜୀବନ କ’ଣ ମୂଲ୍ୟବାନ ନୁହେଁ ? ଏହାର ସୁରକ୍ଷା ଆବଶ୍ୟକତା କ’ଣ ନାହିଁ ? ତେଣୁ ପ୍ରତ୍ୟେକ କମ୍ପାନୀ ଏଣିକି କାରରେ ୬ଟି ଲେଖାଏ ଏୟାର ବ୍ୟାଗ ଲଗାଇବା ନିୟମକୁ ବାଧ୍ୟତା ମୂଳକ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି।

Advertisment

ଟାଟା ଗ୍ରୁପର ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଏ ଦିଗରେ ଭାବିବା ପାଇଁ ସରକାର ବାଧ୍ୟ ହୋଇଥିଲେ। ସଡକ ଦୁର୍ଘଟଣାର ଉଦାହରଣ ଦେଇ ଗଡକରୀ କହିଥିଲେ, ଭାରତରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ବ୍ୟବସ୍ଥା ରହିଛି। ସଡକ ସୁରକ୍ଷା ପାଇଁ ଏଠାରେ ଆହୁରି ଅନେକ କିଛି କରିବାର ରହିଛି। ପ୍ରତିବର୍ଷ ଭାରତରେ ୫ ଲକ୍ଷ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣାରେ ଦେଢଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ମୃତକଙ୍କ ମଧ୍ୟରୁ ୬୫ ପ୍ରତିଶତ ବ୍ୟକ୍ତିଙ୍କ ବୟସ ୧୮ରୁ ୩୪ ମଧ୍ୟରେ। ସୁତରାଂ ଆଗକୁ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଗଡ଼କରୀ କହିଛନ୍ତି।

Nitin Gadkari Union Minister Nitin Gadkari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ