• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ନୀରିହ ନାଗରିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ । ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ଏନ୍ଆଇଏ ଟିମ୍ ପକ୍ଷରୁ ଚାଲିଛି ଖୋଳତାଡ । ଆଜି ଏନଆଇଏର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି । ଆତଙ୍କବାଦୀମାନଙ୍କ ବିଦେଶୀ ଲିଙ୍କ୍ ଅଛି କି ନାହିଁ ସେ ନେଇ ପଚରାଉଚରା ଚାଲିଛି । ଆତଙ୍କୀ ହମଲାରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ... ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଆତଙ୍କବାଦୀମାନେ ହିନ୍ଦୁ ମାନଙ୍କୁ ଟାର୍ଗେଟ କରି ଏଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ । ରବିବାର ସନ୍ଧ୍ୟାବେଳେ ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀମାନେ ହିନ୍ଦୁ ମାନଙ୍କ ଘରେ ଅନୁପ୍ରବେଶ କରିଥିଲେ । ଆଧାର କାର୍ଡ ଦେଖି ପରିଚୟ ଜାଣିବା ପରେ ସେମାନଙ୍କୁ ଅତର୍କିତ ଗୁଳିମାଡ କରିଥିଲେ । ଗୋଟିଏ ପରିବାର ନୁହେଁ, ତିନି ତିନିଟି ହିନ୍ଦୁ ପରିବାରକୁ ସେମାନେ ଟାର୍ଗେଟ୍ କରିଥିଲେ ।

ଲୋକମାନଙ୍କୁ ଭୟଭୀତ କରିବା ପାଇଁ ଆତଙ୍କବାଦୀମାନେ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ । ଏଥିରେ ୧୦ଜଣ ଗୁରୁତର ଆହତ ହୋଇଥିବା ବେଳେ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ଜଣଙ୍କୁ ମେଡିକାଲକୁ ନେବା ରାସ୍ତାରେ ମୃତ୍ୟୁ ହୋଇଥିଲା । ଅନ୍ୟ ଏକ ଆଇଇଡି ବିସ୍ଫୋରଣରେ ୨ ନାଗରିକଙ୍କ ମୃତ୍ୟୁ ଘଟିଥିଲା.... ।