Advertisment

କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯିବ ।

author-image
Otv Khabar Bureau
Jammu Kashmir Terrorism act

Jammu Kashmir Terrorism act

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯିବ । ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ, ସବିର ଶାହ, ମାସରତ ଆଲମଙ୍କ ନାଁରେ ଚାର୍ଜଫ୍ରେମ କରିବା ଲାଗି ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମାନଙ୍କ ଛଡ଼ା କାଶ୍ମୀରର ଆଉ କିଛି ନେତା ଓ ବ୍ୟବସାୟୀଙ୍କ ନାଁରେ ମଧ୍ୟ ଚାର୍ଜ ଫ୍ରେମ୍ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସେମାନଙ୍କ ମଧ୍ୟରେ ଅଛନ୍ତି ହାଫିଜ୍ ସୟିଦ ଓ ସୟେଦ ସଲାଉଦ୍ଦିନ ଅନଲଫୁଲ୍ । ଆକ୍ଟିଭି ପ୍ରିଭେନସନ ଆକ୍ଟ ଅନୁସାରେ ଦଫା ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନରୁ କିମ୍ବା ପାକିସ୍ତାନ ଜରିଆରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଉଥିବା ମାମଲାରେ ଚାର୍ଜଫ୍ରେମ କରାଯାଇଛି ।

କୋର୍ଟ ଦର୍ଶାଇଛନ୍ତି ଯେ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ସମୟରେ କେହି ବି ବ୍ୟକ୍ତିଗତ ଭାବରେ ସେମାନଙ୍କର ବିଚ୍ଛିନ୍ନତାବାଦୀ ଧାରଣା କିମ୍ବା ଏଜେଣ୍ଡା ନାହିଁ କିମ୍ବା ସେମାନେ ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତା ପାଇଁ କାର୍ଯ୍ୟ କରିନାହାଁନ୍ତି ବୋଲି କହିଛନ୍ତି । କିନ୍ତୁ ଏନଆଇଏର ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂହ କହିଛନ୍ତି ଯେ, ମାର୍ଚ୍ଚ ୧୬ ରେ ଲାଗୁ ହୋଇଥିବା ଏକ ନିର୍ଦ୍ଦେଶରେ ସ୍ପଷ୍ଟ ଯେ ସାକ୍ଷୀଙ୍କ ବିବୃତ୍ତି ଏବଂ ଡକ୍ୟୁମେଣ୍ଟାରୀ ପ୍ରମାଣ ପ୍ରାୟ ସମସ୍ତ ଅଭିଯୁକ୍ତଙ୍କୁ ପରସ୍ପର ସହ ଯୋଡିହେବା ସହ ଏକ ନିର୍ଦ୍ଧିଷ୍ଟ ବସ୍ତୁ ସହିତ ଜଡିତ ହୋଇଛି। ଅଭିଯୁକ୍ତ ମାନେ ପାକିସ୍ତାନୀ ପ୍ରତିଷ୍ଠାନର ମାର୍ଗଦର୍ଶନ ଏବଂ ପାଣ୍ଠି ଅଧୀନରେ ହିଁ ଆତଙ୍କବାଦୀ / ଆତଙ୍କବାଦୀ ସଂଗଠନଙ୍କ କାର୍ଯ୍ୟକଳାପ ଚଳାଇଥିଲେ ।

Advertisment
Terrorist Jammu Kashmir
Advertisment
Advertisment