Advertisment

Malegaon Blast Case: ୨୦୦୮ ମହାରାଷ୍ଟ୍ର ମାଲେଗାଁଓ ବିସ୍ଫୋରଣ ମାମଲା; ସମସ୍ତେ ଦୋଷମୁକ୍ତ...

ପ୍ରମାଣ ଅଭାବରୁ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବାଧ୍ବୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି । ମୁମ୍ବାଇର ସ୍ବତନ୍ତ୍ର NIA କୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Malegaon Blast Case

Malegaon Blast Case

Advertisment

17 ବର୍ଷ ତଳେ ଘଟିଥିବା ମହାରାଷ୍ଟ୍ର ମାଲେଗାଁଓ ବିସ୍ଫୋରଣ ମାମଲାରେ ଆସିଲା ବଡ ରାୟ। ଏ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ଘୋଷଣା। ପ୍ରମାଣ ଅଭାବରୁ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବାଧ୍ବୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି । ମୁମ୍ବାଇର ସ୍ବତନ୍ତ୍ର NIA କୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।

Advertisment

୨୦୦୮ ସେପଟେମ୍ବର ୨୯ରେ ଘଟିଥିବା ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ମାଲେଗାଁଓ ଭଳି ଏକ ମୁସଲମାନ ବହୁଳ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ ମୋଟର ସାଇକେଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପାଇଁ ସେତେବେଳର ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଏବଂ ସେବାରେ ଥିବା ସେନାର ଲେଫଟନାଣ୍ଟ କଲୋନେଲ ପ୍ରସାଦ ପୁରୋହିତଙ୍କୁ ଦାୟୀ କରାଯାଇଥିଲା। ଏମାନଙ୍କ ସହ ମୋଟ ୭ ଜଣ ହିନ୍ଦୁ ଉଗ୍ରବାଦୀ ଏହି ଘଟଣାରେ ଅଭିଯୁକ୍ତ ବୋଲି କୁହାଯାଇଥଲା। ଏ ମାମଲାର ତଦନ୍ତ ପ୍ରଥମେ ମହାରାଷ୍ଟ୍ର ପୋଲିସ କରୁଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ମହାରାଷ୍ଟ୍ର ଆତଙ୍କୀ ବିରୋଧୀ ସ୍କାର୍ଡ ବା ଏଟିଏସକୁ ଦିଆଯାଇଥିଲା।

Blast Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ