Advertisment

ଆସିଲା କଡ଼ା ନିୟମ: ଏଣିକି ଡ୍ୟୁଟି ବେଳେ ପୋଲିସ୍‌ ବାବୁଙ୍କୁ ସୋସିଆଲ ମିଡିଆ ମନା, ଜାଣନ୍ତୁ କେଉଁଠି...

ଏଣିକି ସରକାରୀ ଡ୍ୟୁଟି ସମୟରେ ସୋସିଆଲ୍‌ ମିଡିଆ ବ୍ୟବହାର କରିପାରିବେନି ପୋଲିସ୍‌ ବାବୁ। ଉତ୍ତରପ୍ରଦେଶରରେ ପୋଲିସ୍‌ କର୍ମୀଙ୍କ ପାଇଁ ଏଭଳି କଡ଼ା ନିୟମ ଲାଗୁ ହୋଇଛି।

ଅଦ୍ୟତନ ହୋଇଛି
Social Media Policy Issued For UP Police

New Social Media Policy Issued For UP Police

Advertisment

ଏଣିକି ସରକାରୀ ଡ୍ୟୁଟି ସମୟରେ ସୋସିଆଲ୍‌ ମିଡିଆ ବ୍ୟବହାର କରିପାରିବେନି ପୋଲିସ୍‌ ବାବୁ। ଉତ୍ତରପ୍ରଦେଶରରେ ପୋଲିସ୍‌ କର୍ମୀଙ୍କ ପାଇଁ ଏଭଳି କଡ଼ା ନିୟମ ଲାଗୁ ହୋଇଛି। ଡ୍ୟୁଟି ସମୟରେ ପୋଲିସ୍‌ କର୍ମୀଙ୍କୁ ବ୍ୟକ୍ତିଗତ ସୋସିଆଲ୍‌ ମିଡିଆର ବ୍ୟବହାର ଓ ରିଲ୍ସ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡିଜିପି ମୁଖ୍ୟାଳୟ ପକ୍ଷରୁ ୟୁପି ପୋଲିସ୍‌କର୍ମୀଙ୍କ ପାଇଁ ସୋସିଆଲ୍ ମିଡିଆ ପଲିସି-୨୦୨୩ ଜାରି କରାଯାଇଛି। ଏହି ପଲିସି ଅନୁସାରେ, ୟୁପି ପୋଲିସ୍‌ ଅଧିକାରୀ ଓ କର୍ମୀଙ୍କ ପାଇଁ କଡ଼ା ନିୟମ ହୋଇଛି। ସରକାରୀ ଡ୍ୟୁଟି ସମୟରେ ସୋସିଆଲ୍‌ ମିଡିଆର ବ୍ୟକ୍ତିଗତ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି। ସୂଚନାଥାଉ କି, ଗତ କିଛିଦିନ ହେବ ଡ୍ୟୁଟି ସମୟରେ ପୋଲିସ୍‌ କର୍ମୀ ସୋସିଆଲ୍‌ ମିଡିଆ ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଥିଲା। 

Advertisment

ରିଲ୍ସ ଓ ଲାଇଭ ଟେଲିକାଷ୍ଟ ଉପରେ ପ୍ରତିବନ୍ଧକ...

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ଡ୍ୟୁଟି ସମୟରେ ରିଲ୍ସ କରିବା ଉପରେ ପ୍ରତିବନ୍ଧକ ଲାଗିଛି। ଏହାଛଡ଼ା  ପୋଲିସ୍‌ କର୍ମୀ ଡ୍ୟୁଟିରେ ଥିବାବେଳେ ସୋସିଆଲ୍‌ ମିଡିଆ ଓ ବ୍ୟକ୍ତିଗତ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଲାଇଭ ଟେଲିକାଷ୍ଟ ମଧ୍ୟ କରିପାରିବେନି। ଡ୍ୟୁଟି ପରେ ମଧ୍ୟ ପୋଲିସ୍‌ କର୍ମୀ ଏମିତି କୌଣସି ଭିଡିଓ କିମ୍ବା ରିଲ୍ସ କରିବେ ନାହିଁ, ଯେଉଁଥିରେ ସେମାନଙ୍କର ପ୍ରତିଛବି ଖରାପ ହେବ। ଏହା ଉପରେ ମଧ୍ୟ ରୋକ ଲାଗିଛି। ଥାନା, ପୋଲିସ୍‌ ଲାଇନ, ଅଫିସ ଓ ଫାୟରିଂର ଲାଇଭ ଟେଲିକାଷ୍ଟ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିବା ଉପରେ ପ୍ରତିବନ୍ଧକ ଲାଗିଛି।

ଗାଇଡ୍‌ଲାଇନ୍‌ରେ ଆହୁରି ମଧ୍ୟ କୁହାଯାଇଛି, କୌଣସି ପୀଡ଼ିତଙ୍କ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ ହେବ ନାହିଁ। ଡ୍ୟୁଟି ସମୟରେ ସୋସିଆଲ୍‌ ମିଡିଆରେ କୋଚିଂ, ଲେକ୍‌ଚର୍‌, ୱେବିନାର୍‌ ଓ ଲାଇଭ୍‌ ଉପରେ ରୋକ୍‌ ଲାଗିବ। କେବଳ ଏତିକି ନୁହେଁ ନୂଆ ପଲିସି ଆଧାରରେ ସରକାର କିମ୍ବା ସରକାରୀ ନୀତି, କାର୍ଯ୍ୟକ୍ରମ, ରାଜନୈତିକ ଦଳ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ ବିଚାରଧାରା କିମ୍ବା ସେମାନଙ୍କ ସମ୍ପର୍କରେ ସୋସିଆଲ୍‌ ମିଡିଆରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ। ଏହାସହ ପୋଲିସ୍‌ କର୍ମୀ କୌଣସି ଅପରାଧୀଙ୍କ ସହ ଉଠାଇଥିବା ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିପାରିବେ ନାହିଁ। 

Advertisment

ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ...

ନୂଆ ପଲିସିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ପୋଲିସ୍‌କର୍ମୀମାନେ କୌଣସି ପ୍ରକାର ସାଙ୍କେତିକ ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ। ଏହାସହ କୌଣସି ସଂଗଠନ କିମ୍ବା ରାଜନୈତିକ ଦଳ ସମ୍ବନ୍ଧିତ ଚିହ୍ନକୁ ସରକାରୀ କିମ୍ବା ବ୍ୟକ୍ତିଗତ ସୋସିଆଲ୍‌ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍‌ ଫଟୋ ଭାବେ ବ୍ୟବହାର କରିପାରିବେ ନାହିଁ। ତେବେ ଯେଉଁ ପୋଲିସ୍‌କର୍ମୀ ନିୟମକୁ ପାଳନ ନକରିବେ ସେମାନଙ୍କ ବିରୋଧରେ ନୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ