Pension Scheme: ଅବସର ନେଇଥିବା ବ୍ୟକ୍ତିଙ୍କ ପାଇଁ ଜରୁରୀ ସୂଚନା, ବଦଳିବ ପେନସନ ଢାଞ୍ଚା

ସାରା ଦେଶରେ ବଦଳିବ ପେନସନ ଢାଞ୍ଚା। ଆଉ ରହିବନି UPS, NPS ଏବଂ OPS ସିଷ୍ଟମ। ସମସ୍ତଙ୍କୁ ମିଳିବ ସୁବିଧା, ପେନସନ ପାଇବେ ସବୁ କର୍ମଚାରୀ l ସରକାରୀଠୁ ଆରମ୍ଭ କରି ବେସରକାରୀ ଯାଏ ସଭିଏଁ ଉଠାଇପାରିବେ ଲାଭ l

pension

ସାରା ଦେଶରେ ବଦଳିବ ପେନସନ ଢାଞ୍ଚା। ଆଉ ରହିବନି UPS, NPS ଏବଂ OPS ସିଷ୍ଟମ। ସମସ୍ତଙ୍କୁ ମିଳିବ ସୁବିଧା, ପେନସନ ପାଇବେ ସବୁ କର୍ମଚାରୀ l ସରକାରୀଠୁ ଆରମ୍ଭ କରି ବେସରକାରୀ ଯାଏ ସଭିଏଁ ଉଠାଇପାରିବେ ଲାଭ l ଦେଶର ନାଗରିକମାନଙ୍କ ପାଇଁ ଆଗକୁ ଏମିତି କିଛି ସୁବିଧା ଆଣିବାକୁ ଯାଇଛନ୍ତି କେନ୍ଦ୍ର ସରକାର l ଖୁବଶୀଘ୍ର ଏନେଇ ସବିଶେଷ ତଥ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି l ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଯୋଜନା କରିବାକୁ ଚିନ୍ତା କରୁଛି l

କୁହାଯାଉଛି, ସରକାର ଖୁବଶୀଘ୍ର ସାମୂହିକ ପେନସନ ସ୍କିମ ଆଣିବେ । ଏହି ସ୍କିମ ଅଧୀନରେ ଦେଶର ସବୁ ନାଗରିକଙ୍କୁ ପେନସନ ମିଳିବ । ଖାଲି ଏତିକି ଯେ ତାନୁହେଁ, ସରକାରଙ୍କ ତରଫରୁ ବର୍ତ୍ତମାନ ପ୍ରଚଳିତ ପେନସନ ଯୋଜନାକୁ ଏହି ଯୋଜନାରେ ମିଶାଇ ଦିଆଯାଇପାରେ l ଯାହା ଫଳରେ ସମସ୍ତେ ଗୋଟିଏ ସ୍କେଲରେ ପେନସନ ପାଇପାରିବେ l ସେହପରି ଜଣେ ନାଗରିକର ବାର୍ଦ୍ଧକ୍ୟ ସମୟରେ ସୁରକ୍ଷାକୁ ନେଇ ଆଉ ଚିନ୍ତା ରହିବ ନାହିଁ l

ଦେଶରେ ଆଗକୁ ଲାଗୁ ହେବାକୁ ଯାଉଥିବା ଏହି ପେନସନକୁ ନେଇ ଜଣେ ଅଧିକାରୀ ନିଜର ମତାମତ ରଖିଛନ୍ତି l ସେ କହିଛନ୍ତି, ସାମୁହିକ ପେନସନ ସ୍କିମ ସଂପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ଓ ଅଂଶଦାୟୀ ରହିବ । ଅର୍ଥାତ ଜଣେ ନିଜେ ଇଚ୍ଛାରେ ଆର୍ଥିକ ଯୋଗଦାନ କରିପାରିବେ । ଚାକିରି କରିଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଯେ କୌଣସି ଲୋକ ସ୍କିମ ଜରିଆରେ ଅର୍ଥ ଯୋଗଦାନ କରି ପେନସନ ପାଇପାରିବେ । ଖାଲି ଏତିକି ଯେ ତା ନୁହେଁ, କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ବା ଇପିଏଫଓ ଏହାକୁ ନେଇ କିଛି ପ୍ଲାନ ପ୍ରସ୍ତୁତ କରୁଛି । ଏହି ନୂତନ ପେନସନ ଯୋଜନାର ଫର୍ମାଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବାପରେ ସରକାର ସବୁ ଅଧିକୃତ ପକ୍ଷଙ୍କ ସହ ଆଲୋଚନା କରିବେ । ଏହି ସ୍କିମକୁ ସରକାର ଇପିଏଫଓ ଜରିଆରେ ଆଣିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି l