Unified Pension Scheme Explained: ଯଦି ଆପଣ ଏତିକି ଟଙ୍କା ଦରମା ପାଉଥାଆନ୍ତି, ଜାଣନ୍ତୁ ଅବସର ପରେ କେତେ ମିଳିବ ପେନସନ୍‌...

UPS, OPS ଓ NPS କେଉଁଟି ଭଲ ? କେଉଁ ପେନସନ୍‌ ସ୍କିମ୍‌ ଜରିଆରେ ଆପଣ କେତେ ଟଙ୍କା ପେନସନ୍‌ ମିଳିବ ? ଜାଣନ୍ତୁ ଉଦାହରଣ ସହ...

ପ୍ରତି ମାସରେ କେତେ ମିଳିବ ପେନସନ୍‌

ଆସନ୍ତା ଆର୍ଥିକ ବର୍ଷରୁ ଲାଗୁ ହେବାକୁ ଯାଉଛି ୟୁନିଫାଏଡ୍‌ ପେନ୍‌ସନ୍‌ ସ୍କିମ୍‌ (UPS) । ଏହି ନୂଆ ପେନ୍‌ସନ୍‌ ସ୍କିମ୍‌କୁ କେନ୍ଦ୍ର କ୍ୟାବିନେଟରୁ ମଞ୍ଜୁରୀ ମିଳିସାରିଛି । ଏହା ୨୦୨୫ ମସିହା ଏପ୍ରିଲ୍‌ ମସିହାରୁ ଏହି ନୂଆ ପେନସନ୍‌ ସ୍କିମ୍‌ ଲାଗୁହେବ । ଯେଉଁଥିରେ ୨୫ ବର୍ଷର ଚାକିରିଆ ଅବସର ପରେ ମୂଳ ଦରମାର ଅଧା ପେନସନ ଆକାରରେ ପାଇବେ । ଏହାପୂର୍ବରୁ ଲାଗୁ ହୋଇଥିବା ନ୍ୟାସନାଲ୍ ପେନସନ୍ ସିଷ୍ଟମ ତୁଳନାରେ ଏହା କେତେ ଫାଇଦାଜନକ ? UPS, OPS ଓ NPS କେଉଁଟି ଭଲ ? କେଉଁ ପେନସନ୍‌ ସ୍କିମ୍‌ ଜରିଆରେ ଆପଣ କେତେ ଟଙ୍କା ପେନସନ୍‌ ମିଳିବ ? ଜାଣନ୍ତୁ ଉଦାହରଣ ସହ...

ଅଧିକ ପଢ଼ନ୍ତୁ: କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର; ଶେଷ ଦରମାର ୫୦ ପ୍ରତିଶତ ମିଳିବ ପେନ୍‌ସନ୍‌ !

ଆପଣ କେତେ ପେନ୍ସନ୍ ପାଇପାରିବେ ତାହା ବୁଝିବା ପାଇଁ ଯଦି ଆମେ ଏକ ଉଦାହରଣ ନେବା ତାହାଲେ, ଯଦି ଆଶିଷ ନାମକ ଜଣେ ବ୍ୟକ୍ତିଙ୍କ ବାର୍ଷିକ ୪ ଲକ୍ଷ ୫୦ ହଜାର ରୋଜଗାର କରନ୍ତି । ଏବଂ ଆଶିଷଙ୍କ Basic Pay ୩ ଲକ୍ଷ ୯୦ ହଜାର ହୁଏ । ତେବେ ପ୍ରତ୍ୟେକ୍‌ ପେନସନ୍‌ ସ୍କିମ୍‌ ଅଧୀନରେ ଆପଣଙ୍କୁ ଭିନ୍ନ ଭିନ୍ନ ପରିମାଣର ଟଙ୍କା ମିଳିବ । ତେବେ ଆସନ୍ତୁ ଜାଣିବା ୩,୯୦,୦୦୦ Basic Pay ରେ ଆଶିଷ ବିଭିନ୍ନ ପେନସନ୍‌ ସ୍କିମ୍‌ରେ କେତେ ଟଙ୍କା ପେନ୍‌ସନ୍‌ ପାଇବେ...

ପୁରୁଣା ପେନ୍‌ସନ୍‌ ଯୋଜନା (OPS)

ଓପିଏସ୍ ଅଧୀନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ମାସିକ ପେନ୍‌ସନ୍ ଭାବରେ ସେମାନଙ୍କର ଶେଷ ବେତନର ୫୦ ପ୍ରତିଶତ ପାଉଥିଲେ ।

ଯଦି ଆମେ ଉଦାହରଣ ସହ ବୁଝିବା ତେବେ:

Basic pay: ବାର୍ଷିକ ୩ ଲକ୍ଷ ୯୦ ହଜାର

ମାସିକ Basic Pay: ୩୯୦୦୦୦ ÷ ୧୨ = ୩୨,୫୦୦

ପେନସନ୍‌: ୩୨,୫୦୦ ର ୫୦ ପ୍ରତିଶତ = ୧୬,୨୫୦ (ପ୍ରତି ମାସରେ)

ଅର୍ଥାତ ଏହି ପେନ୍‌ସନ୍‌ ସ୍କିମ୍‌ରେ ଆଶିଷଙ୍କୁ ମାସିକ ୧୬ ହଜାର ୨୫୦ ଟଙ୍କା ମିଳିବ ।

ନ୍ୟାସନାଲ ପେନସନ୍‌ ସ୍କିମ୍‌ (NPS)

ଏହି ନ୍ୟାସନାଲ ପେନସନ୍‌ ସ୍କିମ୍‌ରେ ସରକାରୀ ଅବଦାନ ବା କଣ୍ଟ୍ରିବ୍ୟୁସନ୍‌ ରହିବ । କର୍ମଚାରୀ ଓ ସରକାରଙ୍କ ଅବଦାନ ଉପରେ ଆଧାର କରି ଏନ୍‌ପିଏସ୍‌ରେ ପେନ୍‌ସନ୍ ମିଳିଥାଏ ।

ଯଦି ଆମେ ଉଦାହରଣ ସହ ବୁଝିବା ତେବେ:

Employee contribution: ବେସିକ୍‌ ପେ’ର ୧୦ ପ୍ରତିଶତ = ୩୯୦୦୦ (ବାର୍ଷିକ)

Employer contribution: ବେସିକ୍‌ ପେ’ର ୧୦ ପ୍ରତିଶତ = ୩୯୦୦୦ (ବାର୍ଷିକ)

ମୋଟ୍‌ ଅବଦାନ: ୭୮୦୦୦

ପୁଞ୍ଜି ବିନିଯୋଗରେ ରିଟର୍ଣ୍ଣ: ବାର୍ଷିକ ୮ ପ୍ରତିଶତ

୮ ପ୍ରତିଶତ ରିଟର୍ଣ୍ଣରେ ୧୮ ବର୍ଷ ପରେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ବ୍ୟବହାର କରି ଅବସର ସମୟରେ କର୍ପସ୍ ପ୍ରାୟ ୩.୪୫ ମିଲିୟନ୍‌ ହେବ ।

ଏହି କର୍ପସରୁ, ଆପଣ ଯଦି ୬ % ହାରରେ ବାର୍ଷିକ ୪୦% ବ୍ୟବହାର କରନ୍ତି, ତେବେ ମାସିକ ପେନସନ୍‌ ୬ ହଜାର ୯୦୦ ଟଙ୍କା ମିଳିବ ।

ଅର୍ଥାତ NPS ମାଧ୍ୟମରେ ଆଶିଷଙ୍କୁ ମାସିକ ୬ ହଜାର ୯୦୦ ଟଙ୍କା ପେନସନ୍ ମିଳିବ ।

ୟୁନିଫାଏଡ୍‌ ପେନ୍‌ସନ୍‌ ସ୍କିମ୍‌ (UPS)

ପୁରୁଣା ପେନ୍‌ସନ୍‌ ଯୋଜନା (OPS) ଏବଂ ନ୍ୟାସନାଲ ପେନସନ୍‌ ଯୋଜନା (NPS)ର ବୈଶିଷ୍ଟ୍ୟଗୁଡିକୁ ମିଶ୍ରଣ କରି UPS ମାଧ୍ୟମରେ ଆପଣଙ୍କୁ ପେନସନ୍‌ ମିଳିବ...

ଯଦି ଆମେ ଉଦାହରଣ ସହ ବୁଝିବା ତେବେ:

ପେନସନ୍‌: 50% of the OPS benefit + Annuity from a smaller NPS-like corpus

ପୁରୁଣା ପେନ୍‌ସନ୍‌ ଯୋଜନା: ୧୬୨୫୦ ଟଙ୍କାର ୫୦ ପ୍ରତିଶତ = ୮୧୨୫

ନ୍ୟାସନାଲ ପେନସନ୍‌ ସ୍କିମ୍‌ : ୬୯୦୦

ମାସିକ ପେନସନ୍‌: ୮୧୨୫ + ୬୯୦୦ = ୧୫,୦୨୫

ଅର୍ଥାତ UPS ମାଧ୍ୟମରେ ଆଶିଷ ମାସକୁ ୧୫ ହଜାର ୨୫ ଟଙ୍କା ପେନ୍‌ସନ୍‌ ପାଇବେ ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢ଼ିବ ଗ୍ରାଚୁଇଟି...