Advertisment

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂଆ ଅତିଥି; ବାଛୁରୀ ସହ ବୁଲିଲେ, ପୂଜା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି। ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ବାଛୁରୀ ଜନ୍ମ ହୋଇଛି।

ଅଦ୍ୟତନ ହୋଇଛି
PM narendra modi

PM narendra modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି। ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ବାଛୁରୀ ଜନ୍ମ ହୋଇଛି। ଏହି ବାଛୁରୀ ସହ ବୁଲିଲେ ମୋଦି, ପୂଜା କଲେ, ଗେହ୍ଲା କଲେ ।

Advertisment

ବାଛୁରୀର କପାଳରେ ଏକ ଧଳା ଓ କଳା ଗୋଲେଇ ଚିହ୍ନ ରହିଛି। ଯାହା ଦୀପର ଜ୍ୟୋତି ଭଳି ଦେଖା ଯାଉଛି। ଏଥିପାଇଁ ଏହି ବାଛୁରୀର ନାଁ ଦୀପଜ୍ୟୋତି ବୋଲି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସୋସିଆଲ୍ ମିଡିଆରେ ବାଛୁରୀ ସହ ନିଜ ଭିଡିଓକୁ ପୋଷ୍ଟ କରି ଖୁସି ସେୟାର କରିଛନ୍ତି। ଛୋଟ ବାଛୁରୀ ସହ ଖୋଦ୍ ପ୍ରଧାନମନ୍ତ୍ରୀ ବେଶ୍ କିଛି ସମୟ ବିତାଇଛନ୍ତି। ଏହାପୂର୍ବରୁ ବି ପ୍ରଧାନମନ୍ତ୍ରୀଙ୍କ ଆବାସରେ ଗାଈଙ୍କୁ ପୂଜା କରାଯାଉଥିବା, ସେମାନଙ୍କୁ ଆଶ୍ରୟ ବ୍ୟବସ୍ଥା ବି ହୋଇଛି।

Advertisment

Advertisment

 ଏପଟେ ଆଉ ୨ ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୭ରେ ମୋଦି ଭୁବନେଶ୍ୱର ଆସିବେ। ଏଥିପାଇଁ ଚଳଚଞ୍ଚଳ ପ୍ରଶାସନିକ କଳ। ତା’ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା SPG ଟିମ୍ ଭୁବନେଶ୍ୱର ପହଞ୍ଚିସାରିଛନ୍ତି। ବିମାନ ବନ୍ଦରରେ ୮ ଜଣିଆ SPG ଟିମ୍ ସଦସ୍ୟ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍।

Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ