Advertisment

ଜୁଲାଇ ପହିଲାରୁ ହଟିବ ବ୍ରିଟିଶ ନିୟମ; ଲାଗୁହେବ ଭାରତୀୟ ନ୍ୟାୟ ସଂହିତା

ଆସନ୍ତା ଜୁଲାଇ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥି ସହିତ ଉଠିଯିବ ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଏ ନେଇ ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ଆଲୋଚନା କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।

ଅଦ୍ୟତନ ହୋଇଛି
Bharatiya Nyaya Sanhita

Bharatiya Nyaya Sanhita

Advertisment

ଆସନ୍ତା ଜୁଲାଇ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥିସହିତ ଉଠିଯିବ ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଏ ନେଇ ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ଆଲୋଚନା କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଛି। ସବୁ ରାଜ୍ୟର ଡିଜିପି ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇଥିଲେ।

Advertisment

କେନ୍ଦ୍ର ଗୃହ ସଚିବ ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି। ନୂଆ ନିୟମ ଅନୁସାରେ ଦେଶରୁ ହଟିବ ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’-CrPC, ଇଣ୍ଡିଆନ୍ ପେନାଲ୍ କୋଡ୍- IPC ଏବଂ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍ ’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’ ।

ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଚାଲି ଆସିଥିଲା । ଏ ନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ହୋଇଛି । ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ IPSମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧୀନରେ ଟ୍ରାଏଲ କରାଯିବ ବୋଲି ଡିଜିପି କହିଛନ୍ତି।

Advertisment

ଗତବର୍ଷ ଡିସେମ୍ବର ୨୧ତାରିଖରେ ସଂସଦରେ ୩ଟି ନୂଆ ଅପରାଧିକ ଆଇନ ଗୃହୀତ ହୋଇଥିଲା ଏବଂ ଡିସେମ୍ବର ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଅନୁମୋଦନ ଦେଇଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩ ନାମକ ଏହି ତିନୋଟି ଆଇନ ୨୦୨୪ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ଏହି ତିନୋଟି ଆଇନର ଉଦ୍ଦେଶ୍ୟ ହେଉଛି ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବିଭିନ୍ନ ଅପରାଧର ସଂଜ୍ଞା ଏବଂ ସେମାନଙ୍କ ଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ସଂଶୋଧନ କରିବା।

Union Home Ministry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ