Advertisment

ଲଞ୍ଚ ହେଲା Air Indiaର ନୂଆ ଲୋଗୋ...

ଏହାର ଉଡ଼ାଣ ମାନକୁ ଉନ୍ନତ କରିବା ଏବଂ ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଟାଟା ସନସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ୍ ।

ଅଦ୍ୟତନ ହୋଇଛି
Air India New Logo Design

AIR INDIA

Advertisment

ନୂଆ ରୂପରେ ଏୟାର ଇଣ୍ଡିଆ। ଏୟାର ଇଣ୍ଡିଆ ବିଧିବଦ୍ଧ ଭାବେ ନୂଆ ଲୋଗୋ ଲଞ୍ଚ କରିଛି। ନୂଆ ଲୋଗୋକୁ ‘ଦ ଭିଷ୍ଟା’ ନାଁରେ ନାମିତ କରାଯାଇଛି ।ଏହାସହ ବିମାନର ଶେଷ ଅଂଶ ଯାହାକୁ ଟେଲ୍ କୁହାଯାଏ, ସେହି ରଙ୍ଗ ଓ ଡିଜାଇନରେ ବି ପରିବର୍ତ୍ତନ କରାଯାଇଛି । ଭାରତ ସରକାରଙ୍କଠୁ ଟାଟା ପାଖକୁ ଏୟାର ଇଣ୍ଡିଆ ଯାଇଛି। ଏହାର ଉଡ଼ାଣ ମାନକୁ ଉନ୍ନତ କରିବା ଏବଂ ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଟାଟା ସନସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ୍ ।

Advertisment

ଏୟାର ଇଣ୍ଡିଆର ପ୍ରତିଟି କର୍ମଚାରୀଙ୍କୁ ଗୁରୁତ୍ୱ ଦେବାକୁ ଚେଷ୍ଟା କରାଯିବା ସହ ଏୟାର ଇଣ୍ଡିଆର ପୂର୍ବ ଗୌରବକୁ ଟାଟା ଫେରାଇ ଆଣିବ ବୋଲି ସେ ଦୋହରାଇଛନ୍ତି । ଏୟାର ଇଣ୍ଡିଆ ବିପୁଳ କ୍ଷତି ସହିବା ପରେ ଏହାକୁ ନିଜ ଅଧିନକୁ ନେଇଛି ଟାଟା କମ୍ପାନୀ ।

ଗତ ବର୍ଷ ଆରମ୍ଭରୁ ଏୟାର ଇଣ୍ଡିଆକୁ ନିଜ ଅଧିନକୁ ନେଇଥିଲା ଟାଟା । ବିଧିବଦ୍ଧ ଭାବେ କେନ୍ଦ୍ର ସରକାର ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରିଥିଲେ ଏୟାର ଇଣ୍ଡିଆ । ଏସଂପର୍କିତ ସବୁ କାଗଜପତ୍ର ଓ ଆଇନଗତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା କହିଥିଲେ ଡିପାର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ତୁହିନକାନ୍ତ ପାଣ୍ଡେ ।

Advertisment

ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ଫେରିଥିବାରୁ ପୁରା ଗ୍ରୁପ ବହୁତ ଖୁସି ବୋଲି କହିଥିଲେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ । ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ଏୟାର୍ ଲାଇନ୍ସ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ଟାଟା ହାତକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଟାଟା ସନ୍ସ ଚେୟାରମ୍ୟାନ ।

Air India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ