Advertisment

PM Modi Targets Nehru-Gandhi Family: ସମ୍ବିଧାନ ବିତର୍କରେ ଗାନ୍ଧି ପରିବାର ଉପରେ ମୋଦିଙ୍କ ପ୍ରଚଣ୍ଡ ହମଲା

ସମ୍ବିଧାନ ଉପରେ ସଂସଦରେ ବିତର୍କ ଭାଷଣରେ ଗାନ୍ଧି ପରିବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଣ୍ଡ ହମଲା । ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଛନ୍ତି ମୋଦି ।

ଅଦ୍ୟତନ ହୋଇଛି
PM Modi Targets Nehru-Gandhi Family

PM Modi Targets Nehru-Gandhi Family

Advertisment

ସମ୍ବିଧାନ ଉପରେ ସଂସଦରେ ବିତର୍କ ଭାଷଣରେ ଗାନ୍ଧି ପରିବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଣ୍ଡ ହମଲା । ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଛନ୍ତି ମୋଦି । ପରିବାରବାଦ କଥା ଉଠାଇ ମୋଦି କହିଥିଲେ- ଏହି ପରିବାର ସମ୍ବିଧାନକୁ ଚ୍ୟାଲେଞ୍ଜ କରି ଆସିଛି । ୧୯୫୧ରେ ନିର୍ବାଚିତ ସରକାର ନ ଥିଲେ, ସେ ସମୟରେ ଅଧ୍ୟାଦେଶ ଆଣି ସମ୍ବିଧାନ ବଦଳାଇ ଦେଲେ ।

Advertisment

ଯାହା ସମ୍ବିଧାନ ନିର୍ମାତାଙ୍କ ପ୍ରତି ଘୋର ଅପମାନ । ମୁଖ୍ୟମନ୍ତ୍ରୀମାନଙ୍କୁ ତତକାଳୀନ ପ୍ରଧାନମନ୍ତ୍ରୀ ନେହରୁ ଚିଠି ଲେଖି ସମ୍ବିଧାନ ଆମ ରାସ୍ତାରେ ପ୍ରତିବନ୍ଧକ ହେଲେ ବଦଳାଇବାକୁ ହେବ ବୋଲି କହିଥିଲେ, ଯାହାକୁ ସେତେବେଳେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ବିରୋଧ କରିଥିଲେ । ଗତ ୬ ଦଶନ୍ଧିରେ ୭୫ ଥର ସମ୍ବିଧାନକୁ ବଦଳାଯାଇଛି ଓ ୧୯୭୧ରେ ଇନ୍ଦିରା ଗାନ୍ଧି ସମ୍ବିଧାନ ସଂଶୋଧନ କରି ନ୍ୟାୟପାଳିକାର ଅଙ୍ଗ ଛେଦନ କରିଥିଲେ ବୋଲି ଆକ୍ଷେପ କରିଥିଲେ ମୋଦି ।

ନ୍ୟାୟପାଳିକା ଇନ୍ଦିରାଙ୍କୁ ଅଯୋଗ୍ୟ କରିବାରୁ ୧୯୭୫ରେ ଏମର୍ଜେନ୍ସି ଲଗାଇଲେ, ତେଣୁ କଂଗ୍ରେସ ତାର ଅତୀତର ପାପକୁ ଧୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ନେହରୁ ଯେଉଁ ପରମ୍ପରା ଆରମ୍ଭ କରିଥିଲେ, ଇନ୍ଦିରା ତାହା ବଜାୟ ରଖିଲେ ବୋଲି କହିଥିଲେ । ନେହରୁ, ଇନ୍ଦିରାଙ୍କ ପରେ ରାଜୀବ ଏହାକୁ ଶକ୍ତି ଯୋଗାଇଲେ ଓ ପରପିଢ଼ି ମଧ୍ୟ ଏହି ରାସ୍ତାରେ ଆଗକୁ ବଢ଼ୁଛନ୍ତି ବୋଲି ଦର୍ଶାଇ ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ।

Advertisment

ଅଧିକ ପଢ଼ନ୍ତୁ: ଜେଲରେ ଗୋଟିଏ ରାତି କାଟିଲେ ଅଲ୍ଲୁ, ଘରକୁ ଫେରି ମୃତ ମହିଳାଙ୍କ ପରିବାରକୁ କହିଲେ Sorry

ଏମିତିକି କ୍ୟାବିନେଟ୍ ନିଷ୍ପତ୍ତିକୁ ପତ୍ରକାରଙ୍କ ଆଗରେ ଫାଡିଦେଲେ ବୋଲି ଦର୍ଶାଇ କଂଗ୍ରେସ ନିରନ୍ତର ଭାବେ ସମ୍ବିଧାନ ପ୍ରତି ଧୋକା ଦେଇ ଆସୁଛି ବୋଲି କହିଥିଲେ ମୋଦି । ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇ ସାମ୍ବିଧାନିକ ବ୍ୟବସ୍ଥା ରଦ୍ଦ କରାଯାଇଥିଲା। ଦେଶ ଜେଲଖାନାରେ ପରିଣତ ହୋଇଥିଲା । ନାଗରିକଙ୍କ ଅଧିକାର ଲୁଟ୍‌ କରାଯାଇଥିଲା । କଂଗ୍ରେସର କପାଳରେ ଥିବା ଏହି ପାପ କେବେ ଧୋଇବାରେ ସକ୍ଷମ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisment

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି ଦେଶର ଗଣତନ୍ତ୍ରକୁ ନେଇ ବିଶ୍ୱରେ ଆଲୋଚନା ହେବ, କଂଗ୍ରେସର ଏହି ପାପ ନିଶ୍ଚିତ ଭାବରେ ଚର୍ଚ୍ଚା ହେବ । କାରଣ ସେତେବେଳେ ଗଣତନ୍ତ୍ରର କଣ୍ଠରୋଧ କରାଯାଇଥିଲା । ଭାରତର ସମ୍ବିଧାନର ନିର୍ମାତାଙ୍କ ତପସ୍ୟାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା । ଗଣମାଧ୍ୟମର ସ୍ୱାଧୀନତାକୁ ଲୋପ କରିଦିଆଯାଇଥିଲା, କଂଗ୍ରେସ ମୁଣ୍ଡରେ ଥିବା ଏହି ପାପ କେବେବି ଧୋଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି, “ସମ୍ବିଧାନ କାର୍ଯ୍ୟକାରୀ ହେବାର ୫୦ ବର୍ଷ ପରେ ସଂଯୋଗବଶତଃ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି । ତେବେ ଦେଶ ମଧ୍ୟ ସେହି ସମୟରେ ସମ୍ବିଧାନର ଏକ ଯାତ୍ରା ବାହାରିବାର ଦେଖିଲା । ଏକ ସଜ୍ଜିତ ହାତୀ ଉପରେ ସମ୍ବିଧାନକୁ ରଖାଯାଇଥିଲା ​​ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ତଳେ ପାଦରେ ଚାଲୁଥିଲେ । ଏହା ସମ୍ବିଧାନ ପ୍ରତି ସମ୍ମାନ । ଆଜି ଯେତେବେଳେ ସମ୍ବିଧାନକୁ ୭୫ ବର୍ଷ ପୂରିଛି, ଦେଖନ୍ତୁ ଆମେ ‘ସମ୍ବିଧାନ ଦିବସ’ ପାଳନ କରୁଛୁ । ଦେଶବାସୀଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଆମେ ଚେଷ୍ଟା କରୁଛୁ ।”

ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ବିଶେଷତ୍ୱ ଏବଂ ଏହି ଦେଶର ଅଗ୍ରଗତି ମଧ୍ୟ ବିବିଧତାକୁ ପାଳନ କରିବାରେ ଲାଗିଛି । କିନ୍ତୁ ଯେଉଁମାନେ ଦାସତ୍ୱର ମାନସିକତାରେ ବଢିଛନ୍ତି, ଯେଉଁମାନେ ଭାରତର ମଙ୍ଗଳ ଦେଖିପାରୁ ନାହାନ୍ତି । ସେମାନେ ବିବିଧତା ମଧ୍ୟରେ ବିରୋଧାଭାସ ଖୋଜନ୍ତି । କେବଳ ଏତିକି ନୁହେଁ, ବିବିଧତା ଯାହା ଆମର ଅମୂଲ୍ୟ ସମ୍ପତ୍ତି ତାହାର ପାଳନ କରିବା ପରିବର୍ତ୍ତେ ସେହି ବିବିଧତାରେ ଏପରି ବିଷ ମଞ୍ଜି ବୁଣିବା ପାଇଁ ପ୍ରୟାସ କରାଯାଉଛି, ଯାହା ଦ୍ୱାରା ଦେଶର ଏକତା କ୍ଷତିଗ୍ରସ୍ତ ହେବ ।

ଅଧିକ ପଢ଼ନ୍ତୁ: IAS ଅଫିସର୍ ଯିଏ ସବୁଠାରୁ ଅଧିକ ମାର୍କ ରଖିଛନ୍ତି..!

PM Modi Parliament Family Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ